STORYMIRROR

shmitaa mohanty

Romance

4  

shmitaa mohanty

Romance

ଆଜି ବି ମନେ ପଡେ

ଆଜି ବି ମନେ ପଡେ

4 mins
551

ଶିଖା ଏ ଶିଖା ଡାକି ଡାକି ଖୋଜୁଥିଲା ଲୋପା.. ,ସିମି,ମୋନା,ଆଲିଶା, ସମସ୍ତେ ବାହାରକୁ ଆସିଲେଣି କିନ୍ତୁ ଏ ଯାଏ ଶିଖାର ଦେଖା ନାହିଁ। ସାମନା ଗେଟ୍ ରୁ ରାଖାଲ ଆଉ ଶିଖା ଆସୁଥିଲେ ଲୋପା ବ୍ୟସ୍ତ ହୋଇ କହିଲା ତୋତେ ମୁଁ କେତେ ଖୋଜିଲିଣି ତୁ କୁଆଡେ ଯାଇଥିଲୁ। ଶିଖା କହିଲା ମୁଁ ଲାଇବ୍ରେରୀ ଯାଇଥିଲି । କ'ଣ କିଛି କାମ ଥିଲା କି ,ଲୋପା କହିଲା ଚାଲ୍ ଚାଲ୍ ମୋର ଅଲଗା କଥା କିଛି କହିବାର ଅଛି ତୁ ବସିଲେ ମୁଁ କହିବି। ଶିଖା ରାଖାଲ କୁ ବାଏ କହି ଲୋପା ସହିତ ଚାଲିଗଲା,ଦୁହେଁ ରୁମରେ ପହଞ୍ଚିଲେ ।ଶିଖା ପଚାରିଲା କଣ କହୁଛୁ ଏବେ କହ ।ଲୋପା ଜୋର ଜୋରରେ କାନ୍ଦି ବାକୁ ଲାଗିଲା ତାକୁ ବୁଝାଇବାକୁ ଯାଇ ଶିଖା କହିଲା ତୁ ପାଗଳ ନା କଣ କଥା କ'ଣ କିଛି କହୁନୁ ଡାକିକି ତ ଆଣିଲୁ ନ କହିଲେ ମୁଁ ଜାଣିବି କେମିତି। ବହୁତ ବୁଝାଇବା ପରେ ଲୋପା କହିଲା ମୁଁ ଏ ଯାଏ କଲେଜ ଫି କି ସ୍କୁଲ ଫି ଭରିନି ଆଜି ଘରୁ କଲ୍ ଆସିଥିଲା ଯେ ମାଆ ସିରିୟସ ।ଯୋଉଠି ପାର୍ଟଟାଇମ କାମ କରୁଥିଲି କିଛି ପେମେଣ୍ଟ ବି ମିଳିନି। କଣ କରିବି ଜାଣି ପାରୁନି। ଶିଖା କହିଲା ତୁ ବ୍ୟସ୍ତ ହଅନି ।ଯାହା ଗୋଟେ କରିବା, ଶିଖା ଆଉ ଲୋପା ବହୁତ ଭଲ ସାଙ୍ଗ ଶ୍ୟାମାମଣି କଲେଜ ହଷ୍ଟେଲ ରେ ରୁହନ୍ତି,ଲୋପା ଗରୀବ ଘରର ପିଲା ଶିଖା ଧନୀ ଘରର।ଦୁଇଜଣଙ୍କ ଭିତରେ ଘନିଷ୍ଠ ବନ୍ଧୁତା। ଲୋପା ସ୍କଲର୍ସିପ ପାଇ ପାଇ ଆଗକୁ ଯାଇଛି ।ଅସୁବିଧା ସୁବିଧାରେ ଶିଖା ଲୋପାକୁ ସାହାଯ୍ୟ କରେ ।ଆଉ ଲୋପା ପାଠ ପଢା ସହିତ ପାର୍ଟଟାଇମ କାମ କରି ଘର ମଧ୍ୟ ଚଳାଏ। ଦୁଇ ଜଣ ଯାକ ବହୁତ ଭଲ ।ଶିଖାର ବାପା ଗୋଟେ ବଡ ବ୍ୟବସାୟୀ ତେଣୁ ଅଭାବ କଣ ଶିଖା ଜାଣିନି। ଶିଖା ରାଖାଲକୁ ଭଲପାଏ ସେ ତା ବାପାଙ୍କ ସାଙ୍ଗର ପୁଅ ଦୁଇ ଜଣ ଛୋଟ ବେଳୁ ସାଙ୍ଗ।ଲୋପାର ଅସୁବିଧା ଶିଖା ନିଜ ବାପାଙ୍କୁ ଜଣାଇଛି ।ତା ବାପା ଟଙ୍କା ପଠାଇଛନ୍ତି ଶିଖା ତାକୁ ନେଇ ଲୋପାକୁ ଦେଇଛି।ଲୋପା ନିଜ କଲେଜ ଫି ଦାଖଲ କରି ଗାଁ କୁ ପଳାଇଛି।ସେତେବେଳକୁ ତା ମାଆଙ୍କର ଶେଷ ଅବସ୍ଥା। ସେ ଚେଷ୍ଟା କରିଛି ଭଲ କରି ବଞ୍ଚାଇବାକୁ ହେଲେ ବିଧିର ବିଧାନ କେ କରିବ ଆନ,ତା ମାଆ ଶେଷରେ ଚାଲିଗଲେ।ଗାଁ କାମ ସାରି ପୁଣି ସେ ଫେରିଛି।ଯେଉଁଠି କାମ କରେ ସେଠିକି ଯାଇଛି ।ପାଠ ଛାଡିଦେବ ବୋଲି ସ୍ଥିର କରିଛି। ଶିଖା କିନ୍ତୁ ବହୁତ ବ୍ୟସ୍ତ ଯେ ଲୋପା କାହିଁକି ଫୋନ କରୁନି ,କଣ ହେଲା ସେ ଫେରିଲାନି କାହିଁକି।ହଠାତ ଦିନେ ଶିଖାର ଭେଟ ହୋଇଛି ଲୋପା ସହିତ ସବୁ କଥା ହେଲା ପରେ ଶିଖା ,ଲୋପାକୁ କହିଛି ତୁ ପାଠପଢା ବନ୍ଦ କରନି ଯାହା ହବାର ଥିଲା ହୋଇ ଗଲା ,ଆଗକୁ ଯାହା ହେବ ମୁଁ ତୋ ସାଥିରେ ଅଛି। ତା'ପରେ ଲୋପା ପୁଣି କଲେଜ ଫେରିଛି। ସବୁଦିନ ପରି ଆଜିବି ଶିଖା ରାଖାଲ ସହିତ ଲାଇବ୍ରେରୀ ଯାଇଛି ହେଲେ ସେ ଆଉ ରୁମକୁ ଫେରିନି।ରାଖାଲ ବାଧ୍ୟ କରି ଶିଖାକୁ ଫିଲ୍ମ ଦେଖାଇ ବାକୁ ନେଇ ଯାଇଛି।ଆଉ ସେଦିନ ସେମାନେ ହଷ୍ଟେଲ ଫେରି ନାହାଁନ୍ତି। ତିନି ଦିନ ପରେ ଶିଖା ହଷ୍ଟେଲ ଫେରିଛି ହେଲେ ତା ମୁହଁରେ ସେ ହସ ନାହିଁ ।ଲୋପା ଶିଖା ସହିତ ଆଲୋଚନା ପରେ ଜାଣିବାକୁ ପାଇଲା ଯେ ଶିଖା ଆଉ ରାଖାଲ ଫିଲ୍ମ ଦେଖି ହଷ୍ଟେଲ ଫେରିବା ବାଟରେ ପରେଶ ଆଉ ତା ସାଙ୍ଗ ମାନେ ରାଖାଲ କୁ ବାଡେଇ ଶିଖା କୁ ଖରାପ ବ୍ୟବହାର କରିଛନ୍ତି।ଆଉ ରାଖାଲ କୁ ବନ୍ଦି କରି ରଖିଛନ୍ତି ଆଉ ସବୁଦିନ ଶିଖା ସେଠାକୁ ଯାଇ ପରେଶ ସହିତ ଶାରୀରିକ ସମ୍ପର୍କ ନ ରଖିଲେ ସେମାନେ ରାଖାଲକୁ ମାରିଦେବେ।ପରେଶ ଶିଖାକୁ ଏକ ତରଫା ଭଲ ପାଏ ।ରାଖାଲ ଆଉ ଶିଖାର ସମ୍ପର୍କ ସେ ସହି ପାରେନି।ଶିଖା କହିଲା ମୁଁ ମୋ ଜୀବନର ଆରମ୍ଭ ଆଉ ଶେଷ ରାଖାଲ କୁ ହିଁ ଧରି ନେଇଛି ଯଦି ମୋ ଶରୀର ତାର ହୋଇ ପାରିବ ନାହିଁ ତେବେ କାହାର ହୋଇ ପାରିବ ନାହିଁ।ଲୋପାର ମୁଣ୍ଡ ବୁଲାଉଥିଲା ଯେ ଶିଖା କୁ କେମିତି ସେ ସାହାଯ୍ୟ କରିବ।ବହୁତ ଭାବି ଚିନ୍ତି ସେ ପରେଶ ପାଖକୁ ଯାଇଛି ଆଉ ପରେଶ କୁ କହିଛି,ମୁଁ ଭାବୁଥିଲି ତୁମେ ବହୁତ ଭଲ ।ସେଥିପାଇଁ ମୁଁ ତମକୁ ବହୁତ ଭଲପାଏ।ଆଜି ପର୍ଯ୍ୟନ୍ତ ମୋ ପ୍ରେମକୁ ତୁମ ପାଖରେ ପ୍ରକାଶ କରି ପାରିନି।ଆଜି ଯେତେବେଳେ ତମ କଥା ଶିଖା ଠାରୁ ଜାଣିଲି ମୋ ନିଜକୁ ଧିକ୍କାର କଲି।ଏ ସବୁ ଶୁଣି ପରେଶ କହିଲା ମୋତେ କେହି ଆଜି ଯାଏ ଭଲ ଭାବିନାହାନ୍ତି...ଆଉ ତମେ କହୁଛ ତମେ ମୋତେ ଭଲପାଅ ମୋର ବିଶ୍ୱାସ ହେଉନି।ମୋ ଚରିତ୍ର ଭଲ ନୁହେଁ ତେଣୁ ସମସ୍ତେ ମୋତେ ଘୃଣା କରନ୍ତି।ଲୋପା କହିଲା ମୁଁ କଣ କଲ ତମେ ବିଶ୍ୱାସ କରିବ ଯେ ମୁଁ ତମକୁ ଭଲପାଏ।ପରେଶ କହିଲା ତମେ ତ ପାଠପଢା ବ୍ୟତୀତ କିଛି ଜାଣନି ହଠାତ ମୋତେ କାହିଁକି ଭଲ ପାଇଲ ତମ ବାନ୍ଧବୀକୁ ଖରାପ ବ୍ୟବହାର କଲି ବୋଲି ,ନା ତା ପାଟନର କୁ କିଡନାପ କରିଛି ବୋଲି।ପରେଶ ବହୁତ କଟୁକଥା କହି ଲୋପାକୁ କଷ୍ଟ ଦେଇଛି।ତଥାପି ଲୋପା ଧୈର୍ଯ୍ୟ ହାରିନି ପରେଶର ସବୁ କଥା କାଟି ତାକୁ ବୁଝାଇଛି। ପରେଶ ଲୋପାକୁ ପରୀକ୍ଷା କରିବାକୁ ଯାଇ କହିଛି ତମେ ଯଦି ମୋତେ ଭଲପାଅ ତେବେ ଆଜି ମୋ ପାଖରେ ରାତିଟା ରହିଯାଅ।ଲୋପା କହିଛି ଠିକ ଅଛି ଯଦି ମୋତେ ଉପଭୋଗ କଲେ ମୋ ପ୍ରେମର ଗଭୀରତା ତମେ ବିଶ୍ୱାସ କରିବ ତେବେ ମୁଁ ରାଜି।ହେଲେ ମୋର ଛୋଟ ଅନୁରୋଧ ରାଖାଲକୁ ଯିବାକୁ ଦିଅ।ଆଉ ମୋତେ ଉପଭୋଗ କରି ସାରିଲା ପରେ ଶିଖା କୁ କ୍ଷମା ମାଗିବ ଆଉ ମୋତେ ବିବାହ କରିବ। ପରେଶ କହିଲା ଯଦି ତମକୁ ଉପଭୋଗ କଲାପରେ ତମକୁ ବିବାହ ନ କରେ କି ତମ ସର୍ତ୍ତ କୁ ନ ମାନେ ତେବେ.... ଲୋପା କହିଲା ମୁଁ ତମକୁ ଭଲପାଏ ଯଦି ତମେ ବିଶ୍ୱାସ କର ତେବେ ତମ ମୋତେ ଗ୍ରହଣ କରିବ ନିଶ୍ଚୟ।ପରେଶ ଲୋପା କଥାରେ ରାଜି ହୋଇ ଯାଇଛି।ରାଖାଲକୁ ଛାଡି ଦେଇଛି,ଶିଖାକୁ ଭୁଲ୍ ମାଗିଛି,ଆଉ ଲୋପାକୁ ବାହା ହୋଇଛି।ପରେଶ ଆଗ ଭଳି ଆଉ ନାହିଁ ବହୁତ ପରିବର୍ତ୍ତନ ହୋଇ ଯାଇଛି।ଶିଖା କିନ୍ତୁ ଏବେ ବି ଭାବେ ଯେ ଲୋପା ତା ପାଇଁ ନିଜ ଚରିତ୍ର କୁ ପରେଶ ପାଖରେ ବାଜି ଲଗାଇ ଦେଇ ଥିଲା।ଶିଖା ଆଉ ରାଖାଲର ପ୍ରେମକୁ ବଞ୍ଚାଇବାକୁ ଯାଇ ଲୋପା ନିଜ ଜୀବନ କୁ ବାଜି ଲଗାଇ ଦେଇଛି। ଲୋପା ବହୁତ ଭଲ ସେଥିପାଇଁ ତାପାଖରେ ପରେଶ ବି ହାର ମାନିଛି।ସତରେ ବୟସର ସାୟାହ୍ନରେ ଆଜି ଶିଖା ବସି ଭାବୁଛି ହଷ୍ଟେଲରେ ଘଟିଥିବା ସେ ଘଟଣା ସବୁ ଆଉ ଲୋପାର ତ୍ୟାଗକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance