Puspanjali Panda

Classics

4.5  

Puspanjali Panda

Classics

ଆଇ କାଉ

ଆଇ କାଉ

3 mins
166


ପିଣ୍ଡ ଶ୍ରାଦ୍ଧରେ ବିଶ୍ୱାସ କରୁଥିବା ଅନ୍ୟ ଜଗତର 

ବାସିନ୍ଦା ମୋ ବୋଉ । ତା ଶ୍ରାଦ୍ଧ ରେ ପିଣ୍ଡ ପଡୁ କି ନ ପଡୁ(ମଡ଼ର୍ଣ୍ଣ ପୁଅ ବୋହୁଙ୍କ ଦୟା ) ମୁଁ କିନ୍ତୁ ଠିକ ତା ଦିନ ଆସିବା ପାଖ ହେଲେ ତାକୁ ସ୍ୱପ୍ନ ଦେଖେ। ଯଦିଓ ପ୍ରତି ମୁହୁର୍ତ୍ତରେ ତାକୁ ଅନୁଭବ କରେ। ଏବେବି ତା କଥା ତା ମୁହଁ ମୋ ଆଖିରେ ନାଚୁଛି। ଆଜି ବୋଉର ପିଣ୍ଡ।ଭାଈ ବିଭାହେଇ ନଥିଲା ବୋଲି ଭୋଜ୍ୟ ଟେକୁଥିଲା ବ୍ରାହ୍ମଣ ଙ୍କୁ।ନୂଆ ହାଣ୍ଡିରେ ଚାଉଳ,ମୁଗଡାଲି,କଞ୍ଚା କଦଳୀ ,ପାଚିଲା କଦଳୀ, ଅଦା,ଜୀରା, ଘିଅ, ଗୁଡ଼, ନଡ଼ିଆ ଆଉ ନୂଆ ଲୁଗା ସହ ବ୍ରାହ୍ମଣ ବିଦାକି। ହେଲେ ତା ବିଭାଘର ପରେ ବି ବାପା ବଞ୍ଚିଥିବାରୁ ବି ପିଣ୍ଡ ଦେଇ ପାରିନଥିଲା। ଗତବର୍ଷ ବାପା ଚାଲିଗଲେ। ସମାନ ଭାବରେ ବୁଢ଼ା ବୁଢ଼ୀ ଙ୍କ ପ୍ରତି ରୋଜଗାରିଆ ପାଠପଢ଼ା ପୁଅ ବୋହୁଙ୍କର ଶଶୁରଙ୍କ ପ୍ରତି ଅତ୍ୟାଚାର ଓ ଗରୀବ ହେଇଯାଇଥିବା ଦୋଷରୁ ଅଣହେଳାରୁ।

ସାନବୋଉ ଫୋନ୍ କରିଥିଲା, କହୁଥିଲା ନାନୀର ପ୍ରଥମ ପିଣ୍ଡ । ସେ କୁଳାଙ୍ଗାର ପିଣ୍ଡ ଦେଲାନି। ସେ ବୋହୁ ବି କେମିତିଆ କେଜାଣି ଗାଁ କୁ ଆସି ପିଣ୍ଡ ରାନ୍ଧି ଲାନି। ସତେକି ମୋ ବୋଉ ତା ବୋହୁ ପରସା କୁ ଅନେଇ ବସିଛି୍! ମତେ କହିଲା ଆଜିକାଲି ତ ପୁଅ ଝିଅ ମାନଙ୍କର ସମାନ ଅଧିକାର । ତୁ ପିଣ୍ଡ ଦେଇଦେ ବରଂ ତୋ ବୋଉ ଖୁସି ହବ। ତା ଆତ୍ପା ଶାନ୍ତି ହେବ। ମୁଁ ଜାଣିନି ପିଣ୍ଡ ପାଇ ଆତ୍ମା ନାମକ ଜିନିଷ! ଶାନ୍ତି ହୁଏ କି ନାହିଁ। ତଥାପି ସାନ ବୋଉକୁ କହିଲି। ମୁଁ ତ ସକାଳୁ ଆଜି ମୁଣ୍ଡ ଧୋଇ ଗାଧେଇଛି। ଅରୁଆ ରାନ୍ଧିବି ଆଉ ଟିକେ କଣ କରି ନେଇ ବାଡ଼ିରେ ଦେଇ ଆସିବି। ସତରେ ଯଦି ମୋ ବୋଉ କାଳେ କୋଉ ରୂପରେ ଆସି ଖାଇବ। ତେଣୁ ସମୟ ନଷ୍ଟ ନକରି ପିଣ୍ଡ ରାନ୍ଧିଲା ପରି ସବୁ ରାନ୍ଧିସାରି ଶୁଦ୍ଧ ମନରେ ଗୋଟାଏ କଦଳୀପତ୍ର ଆଣି ତା ଉପରେ ସବୁ ରନ୍ଧାଖାଦ୍ୟ ଥୋଇ ପାଣିଢାଳେ ନେଇ ବାଡ଼ି ପଟେ ଥୋଇ ଦେଇ ବୋଉକୁ ଭାବି ପଳେଇ ଆସିଲି। ବୋଉ, ତୁ ସତରେ ଏଇଠି କୋଉଠି ଅଛୁ।ମୁଁ ଜାଣିନି ତୁ ଯେଉଁଠି ଥା ମୋ ହାତରୁ ଖାଇବୁ ବୋଲି ଆଶା। ନହେଲେ ରାତିଯାଏ ମୁଁ ଖାଇବିନି। ଏତିକି ଭାବି ରାନ୍ଧିଥିବା ଘିଅ ମିଶା ଅରୁଆ ଭାତ, ମୁଗ ଡାଲି, ଶାଗ, କଦଳୀ ଭଜା, ଓଉ ଖଟା ଓ ଚାଉଳ ଖିରି ଉପରେ କାଜୁ ଭର୍ତ୍ତି କରିଥିଲି ବୋଉ ଭଲପାଏ ବୋଲି।ସବୁ ଥୋଇ ପାଣିଢାଳି ବୋଉ ନା ରେ ପତ୍ର ଉତ୍ସର୍ଗ କରି ପଳେଇ ଆସିଲି।ମନ ଭିତରଟା ବୋଉ କୁ ଭାବି ଖାଲି ଘାଣ୍ଟି ଚକଟି ହେଉଥାଏ। ସହଯେ ଅଖିଆ। ମୋ ବୋଉ ଯାଣି ପାରିଲା ବୋଧେ୍। ପୁଅ ଆସି କହିଲା ମାମା,ତୁ ଆଇକୁ ଯେଉଁ ପତ୍ର ଦେଇଥିଲୁ ତାକୁ କାଉପଲେ କେମିତି ଖାଉଛନ୍ତି ଦେଖିବୁ ଯା। ପୁରା ପତ୍ର ସବୁ ସଫା। ଆଜି ଏତେ କାଉ କେଉଁଠୁ ଆସିଲେ? ମୁଁ ତା ଭିତରୁ ଆଇ କାଉ କିଏ ଜାଣି ପାରିଲି ନାହିଁ।ମୁଁ ହସିବି କି କାନ୍ଦିବି ଯାଣିପାରିଲିନି।ଦୌଡ଼ି ଯାଇ ଦେଖେତ ପୁଅ ସତ କହୁଛି।ବହୁତ ଗୁଡିଏ କାଉ।ଏମିତି କିଛି ଥାଏ କି! ମୋ ଜ୍ଞାନ ବାହାରେ ବୁଝିବା ଏସବୁ।ତଥାପି ମୋର ମନେ ପଡୁଥିଲା ସ୍କୁଲ ବେଳ କଥା ସ୍କୁଲରୁ ଫେରିଲା ବେଳେ ଟିଫିନ ପଇସା ରୁ କିଛି ନା କିଛି ଖାଇବା ନେଇ ଯାଇଥାଏ ଘରକୁ। ପ୍ରାୟତ ରଘୁଆ ବରା ନହେଲେ ପିଆଜି ଦଶ ଟଙ୍କା ଭିତରେ । ଠିକ ମୋ ବୁଢ଼ୀ ମା ଚା ପିଇଲା ବେଳେ। ବୋଉ ବୁଡୀ ମା ସହିତ ତା ର ସମ ବୟସୀ ଦେଠେଇ ଓ ବେଙ୍ଗ ବଡ଼ବୋଉ, ନାଥିଆ କକା ଇତ୍ୟାଦି ଙ୍କୁ ଗୋଟି ଗୋଟି ବାଣ୍ଟି ଦିଏ। ନିଜେ ଖାଇଲେ ଖାଇବ ନହେଲେ ନାହିଁ।ମୁଁ ଚିଡି ଗଲେ କହିବ"ସମସ୍ତେ ମିଳିମିଶି ଖାଇଲେ ତତେ ଆଶୀର୍ବାଦ କରିବେ। ତୁ ଫାଷ୍ଟ ହବୁ"। ଏଇ ଲୋଭରେ ମୁଁ ଚୁପ୍ ରହେ।ଅଥଚ ବୋଉ ଯିବାର ଏତେ ବର୍ଷ ପରେ ମୁଁ ଏମିତି ଦେଖୁଛି।ସାନବୋଉ କଥା ଆଉଥରେ ଭାବୁଥିଲି।ସେ କୁଳାଙ୍ଗାର ଅପେକ୍ଷା ତୁ ପିଣ୍ଡ ଦେଇଦେ।ଘରେ ଶୁଦ୍ଧ ସାତ୍ତ୍ଵିକ ଆହାର ଦେଖି ମୋ ଶାଶୁ ବି ଖୁସୀ।କହିଲେ ଭଲକଲୁ।ସମୁଦୁଣୀ ଦିନ ଟାରେ ଉସୁନା ଖାଇବା କଥା ନୁହେଁ।ମତେ ପଛେ ହଜମିଓଷଦ ଅଧିକା ଟିକେ ଦେଇଦବୁ।ମୁଁ ବି ଆଜି ଅରୂଆ ଖାଇବି।ମୋ ପୁଅ ଆଉ ନାତି ଟୋକା କୁ ଆଜି ବାହାରେ ଖାଇବା ମନା କରିଦେ।ଏତେଵେଳ ହେଲାଣି ଯା ଭାତ ବାଢେ ଖାଇବା।ସମୁଦୁଣୀ ସେ ପାରିରେ ଥାଇ ଦେଖୁ ତା ଝିଅ କୁ ମୁଁ ଓପାସ ରଖିନାହିଁ।ମୁଁ ବୁଝି ପାରୁନଥିଲି ମୋ ଅଠାନବେ ବର୍ଷ ର ଶାଶୁଙ୍କ ଭିତରକୁ।

ରୋଷେଇ ଘରକୁ ପଶିଗଲି ଆଖି ପୋଛି ପୋଛି।ଆତ୍ମା ପରମାତ୍ମା କଥା ଖାଲି ପଢିଛି।ହେଲେ ଏବେ ଲାଗୁଛି ଏସବୁ ବୋଧହୁଏ ଥାଇପାରେ।


Rate this content
Log in

Similar oriya story from Classics