STORYMIRROR

Puspanjali Panda

Tragedy

3  

Puspanjali Panda

Tragedy

ତୁଳନା

ତୁଳନା

1 min
145


ଭୋ ଭୋ କରି ବୁଲା କୁକୁର ଟା ସେତେବେଳୁ ଭୁକୁଛି ବୋଲି ଗେଟ୍ ଖୋଲି ଵୃଦ୍ଧ ମନ୍ଦରଧରବାବୁ ,ଦେଖିବାକୁ ଆସିଲେ ।ଆହାଃ ବିଚାରି ର ବାଁ ପଟ ଗୋଡ଼ ରେ କିଏ ଗାଡ଼ି ଚଢେଇ ଦେଇଛି।ରକ୍ତ ଜୁଡୁବୁଡୁ ହୋଇ ପଡିଛି।

ପାଖ ପଡିଶାଘର ର ବାର ବର୍ଷ ର ଝିଅ ନିହାରିକା ତାକୁ ଡ଼ରି ଡ଼ରି ଉଠାଉଛି ।କହିଲା "ଅଙ୍କଲ୍ ଟିକେ ସାହାଯ୍ୟ କଲେ ମୁଁ ଆକୁ ଆମ ବାରଣ୍ଡା ଯାଏ ନେଇଯାଆନ୍ତି।ବାବା କାମରୁ ଫେରିଲା ବେଳେ ତା ପାଇଁ ଔଷଧ ନେଇଆସିବେ।ମୁଁ ଫୋନ୍ କରି କହିଛି।ସେୟାହେଲା। ଦୁହେଁ ତାକୁ ଟେକିଟେକି ନେଇ ତାଙ୍କ ଆଜବେଷ୍ଟ ଘର ବାରଣ୍ଡାଯାଏ ନେଇଗଲେ।କିଛି ଦିନର ଶେବା ଶୁଶ୍ରୁଷା ରେ ବୁଲା କୁକୁର ଟି ସମ୍ପୂର୍ଣ୍ଣ ସୁସ୍ଥ ଓ ଏବେ ନିହାରିକା ର ପୋଷା ମାନି ଦୌଡୁଛି।ଆଜି ମନ୍ଦରଧରବାବୁ ମାର୍କେଟ ରୁ ଛୋଟେଇ ଛୋଟେଇ ପରିବା,କ୍ଷୀର ଓ ନିଜ କୁକୁର ପାଇଁ ପେଡିଗ୍ରି ନେଇ ଆସିଲା ବେଳେ ଗୋଟେ ପାକେଟ୍ ନିହାରିକା କୁ ଲୁଚେଇ ଦେଇ ଆସିଲେ ।କହିଲେ ଆମ ଘରେ କହିବନି।ନିଜଭିତରେ ଏକ ଅଜବ ଖୁସୀ ସେ ପାଉଥିଲେ ଆଜି।କାନ ରେ ବାଜୁଥିଲା ପାଠୋଇ ଉଗ୍ର ଆଧୁନିକା ବୋହୁର କଥା "ବୁଢ଼ା ବୁଢ଼ୀ ମାନେ ବୁଲା କୁକୁର ପରି ।ଘରଠୁ ବାହାରେ ରହିବା କଥା" ।ଆଉ ଆଜି ମାର୍କେଟ ରେ ଗୋଟେ ମଦୁଆ ବାଇକ୍ ବାଲାର ଵେପରୁଆ ଗାଡ଼ି ଚାଳନାରେ କ୍ଷତାକ୍ତ ହୋଇ ସେ ନିଜକୁ ସେ ବୁଲା କୁକୁର ସହ ....।ନିହାରିକା ର ଡାକରେ ତାଙ୍କ ଭାବନା ଭାଙ୍ଗିଗଲା।ନିହାରିକା କହୁଥିଲା ଅଙ୍କଲ ତମ ଘରେ ବରଫ ଥିବ ।ଆଣି ଦିଅ ଗୋଡ଼ ରେ ବରଫ ଘସି ଦେବି।ଠିକ୍ ହୋଇଯିବ। ସେପଟୁ ବୋହୁର ପାଟି ଶୁଭୁଥିଲା ମାର୍କେଟ କଣ ଉଠିଯାଇଥିଲା କି ....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy