Puspanjali Panda

Fantasy

4.0  

Puspanjali Panda

Fantasy

ଆମେ କାହିଁକି ନୁହଁ

ଆମେ କାହିଁକି ନୁହଁ

5 mins
270


ସ୍କୁଟି ଷ୍ଟାର୍ଟ କରି ଏଲି ଅପେକ୍ଷା କଲା। ତା ମାମା ବାହାରି ବାରେ ବିଳମ୍ବ କରୁଥିଲେ।ଡାଡି ଅଫିସରୁ ସାଢେ ପାଞ୍ଚଟା ପରେ ଫେରିବେ।ତା ପୂର୍ବରୁ ଏଲି ଆଉ ତା ମାମା ମାର୍କେଟରୁ ଫେରି ଆସିଥିବେ ।ତେବେ ଆଜି ଏଲିର ଗାଡ଼ି ଚଲାଇବାକୁ ଜମା ବଳ ପାଉନାହିଁ।ଦୁଇ ଦିନ ଧରି ଲଗାତର ଅନିଦ୍ରା।ତଥାପି ସମସ୍ୟା ସମାଧାନ ହୋଇପାରୁନାହିଁ କେଉଁଠି ଆରେଞ୍ଜମେଣ୍ଟ କରାଯିବ। କାହାକୁ କାହାକୁ ଡାକିଲେ ଚଳିବ।ସ୍କୁଲରେ ପଢୁଥିଲା ପ୍ରତୀକ୍ ଯେ କି ପ୍ରେମପତ୍ର ଦେଉଥିଲା ଜଗନ୍ କୁ ତାକୁ ତ ନିଶ୍ଚୟ।ମାଇଚିଆ ବୋଲି ତାକୁ ସମସ୍ତେ ଚିଡାନ୍ତି।କେହି କେହି ତାକୁ ନାନୀ ସମ୍ବୋଧନ କରନ୍ତି।ଏବେ କଲେଜ ପଢା ପରେ ଗୋଟେ କସମେଟିକ୍ କମ୍ପାନୀରେ ବଡ଼ ପୋଷ୍ଟରେ ଅଛି। ଅବିବାହିତ। ଆଉ ଏମିତି ଭାବୁଭାବୁ ଏଲି ମୁଣ୍ଡରେ ଟିନା ଏଣ୍ଟ୍ରି ମାରିଦେଲା।ସେ ଏଲି ଠାରୁ ଦୁଇବର୍ଷ ବଡ଼ ଓ ଏବେ ଏଲିର ବେଷ୍ଟ ଫ୍ରେଣ୍ଡ, ସବୁତକ ଝାମେଲା ତାକୁ ନେଇ।ଏମତି କି ଏଲିର ବାପା ମଧ୍ୟ ଏ ସବୁ ସମ୍ପର୍କକୁ ଗ୍ରହଣ କରି ପାରୁ ନାହାନ୍ତି।ଏ କଣ କଥା! ।ପୁଅକୁ ଝିଅ ଓସ୍ତ ପତ୍ରକୁ ବର ପତ୍ର। ଅଥଚ ନିଜ ଘରେ ଆପଣା ସୁନା ଭେଣ୍ଡି। ଆମ ସମାଜର ଗଢ଼ା ଅଲିଖିତ ନିୟମ ବିରୁଦ୍ଧରେ ଯିବାର ସତ୍ ସାହସ ଯୁଟାଇ ପାରୁ ନାହାନ୍ତି ଏଲିର ବାପା ପ୍ରିୟବ୍ରତ ବାବୁ।ସମାଜ, ସମାଜରେ ପ୍ରଚଳିତ ଧାରା ଆଉ ତାକୁ ଗ୍ରହଣ କରି ସୁନ୍ଦର ସୁଖର ପରିବାରରେ ମଧ୍ୟବିତ୍ତ କହିଲେ ଚଳିବ,ବଢିଛନ୍ତି ସେ।ଯେଉଁ ସମାଜରେ ବୋହୁର ମୁଣ୍ଡରୁ ଓଢଣା କି ଦେହରୁ ଲୁଗା ଟିକିଏ ଖସିଗଲେ କେତେ କଣ ସହିବାକୁ ପଡୁଥିଲା।ଯଦିଓ ଏଲିର ମା ଅନୁ ଟିକେ ବଦଳିଯିବାକୁ ଗ୍ରହଣ କରିନେବାରୁ ଡ୍ରେସ ପିନ୍ଧି ସହରରେ ସ୍ୱାମୀ ସହିତ ରହିବାରୁ ଶେଷଯାଏ ଶାଶୁ ଓ ଶଶୁରଙ୍କ ସହ ଅପ୍ରିୟତାରେ କଟିଗଲା।ସହରରେ ପୁଅ ଝିଅକୁ ନେଇ ସଂସାର। ସିପୁନ୍ ର ଅବହେଳା ବାପା ମାଆଙ୍କ ପ୍ରତି,ଏଲିର ଜିଦ ଆଗରେ ଆଉ ସମାଜକୁ ମୁହଁ ତୋଡ଼ ଦେବା ସାହସରେ ଅନୁ ଆଜି ଏଲି ସହ ଏକମତ।ମନରେ ଏଲି ଆଉ ଟିନାର ଏ ସମଲିଙ୍ଗୀ ସମ୍ପର୍କକୁ ଗ୍ରହଣ କରି ନପାରିଲେ ବି ପୁଅ ସିପୁନ୍ ର ବିବାହ ବିଛେଦ ଓ ସାଂପ୍ରତିକ ସମାଜର ପରିବର୍ତ୍ତନ,ରୋଗଗ୍ରସ୍ତ ଶରୀରର ଆବଶ୍ୟକତା ତାଙ୍କୁ ଏଲି ଆଉ ଟିନାର ସମ୍ପପର୍କରେେ କିଛି ନମନୀୟତା ଦର୍ଶାଇବାକୁ ବାଧ୍ୟ କରୁଛି । କାନ୍ଥକୁ ଆଉଜି ,ଝିଅକୁ ଚାହିଁ ସେ ଭାବୁଥିଲେ ବିବାହର ସଜ୍ଞା କଣ କେବଳ ଗୋଟିଏ ଝିଅ ସହିତ ପୁଅର?ସବୁ ବଦଳିଗଲା ପରି ଏ ଦାମ୍ପତ୍ୟର ସଜ୍ଞା କଣ ବଦଳିଗଲା?ବିବାହରେ ଝିଅ ସହିତ ଝିଅର ଓ ପୁଅ ସହିତ ପୁଅର କାହିଁକି ନୁହେଁ? ଏବେତ ଆମ ଭାରତର ପିଙ୍ଗଳ କୋର୍ଡ଼ ବି ଏହା ସପକ୍ଷରେ।ମାନନୀୟ ସୁପ୍ରିମକୋର୍ଟ ବି ସହମତି ପ୍ରକାଶ କରିସାରିଲାଣି୍ଏତେ ପରେ ବି ଆମ ମାନସିକତା ଠିକ ଏଲିର ବାପାଙ୍କ ପରି।

ଗୋଟିଏ ବୋଲି ଝିଅ ଏଲି ଆଉ ଗୋଟିଏ ବୋଲି ପୁଅ ସିପୁନ୍।ମୋଟା ଅଙ୍କର ଦରମା ପାଉଥିବା ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ପ୍ରିୟବ୍ରତ ବାବୁ।

ସିପୁନ୍ ଆଇ ଆଇଟି ଖଡ଼ଗପୁର ରୁ ପାଶ୍ କରି ଏବେ ଆମେରିକାରେ ସେଟେଲ୍ ହେଇଗଲାଣି।ସେଠି ଜଣେ ଅଷ୍ଟ୍ରେଲିଆନ୍ ଝିଅ ସହ ଲିଭ ଇନ୍ ରିଲେସନସିପ୍ ରେ ରହିଥିଲା।ତାର ସାତ ବର୍ଷର ପୁଅ ମଧ୍ୟ।ମାତ୍ର ଇଣ୍ଡିଆରେ ଥିବା ମା ,ବାବା ,ଭଉଣୀ କାହା ସହ ସମ୍ପର୍କ ନାହିଁ।ଏମତି କି ତା ଡାଡିଙ୍କ ପାଖରୁ ତା ନାମରେ ଥିବା କଲିକତା ଆଉ ଦିଲ୍ଲୀର କୋଠା, ତଥା ଅନ୍ୟାନ୍ୟ ସେୟାର ନେଇ ଚାଲିଯାଇଛି।ଗତବର୍ଷ ମିଷ୍ଟର ମହାପାତ୍ରଙ୍କର ହାର୍ଟ ଅପରେସନ ବେଳେ ମଧ୍ୟ ଫୋନ୍ କରିନାହିଁ।ବରଂ ଏଲିର ମା କଥା ହେବାରୁ କହିଲା "ମୁଁ ତ ଡାକ୍ତର ନୁହଁ।ଵରଂ ଭଲ ହେବ ଭଲ ଡ଼ାକ୍ତର ଦେଖାଇ ଅପରେସନ କରିନିଅ,ମୋ ଯିବା ସମ୍ଭବ ନୁହଁ।"କ୍ରିଷ୍ଟିନା ସହ ଡିଭୋର୍ସ ପରେ ଏବେ ସେ କ୍ଳାରା ସହ ରହିବ ଲିଭ ଇନ୍ ରିଲେସନସିପ୍ ରେ ରହିବା ଆରମ୍ଭ କରିଛି।

କ୍ମାରା ଆମେରିକାର ଝିଅ।ପ୍ରଥମ ବିବାହ ଅସଫଳ ପରେ ଦ୍ୱିତୀୟ ବିବହ।ତା ପୁଣି ଅଳ୍ପଦିନ ପରେ ଭାଙ୍ଗିଯିବାରୁ ତୃତୀୟ ଥର ସିପୁନ୍ ତାସହ ରହୁଛି।କ୍ରିଷ୍ଟିନା ସହ କ୍ରିସ ଚାଲିଗଲା ପରେ ଏବେ କ୍ଳାରା ଆଉ ସିପୁନ୍ ଏଥର ବେବି ପ୍ଲାନିଂ କରୁଛନ୍ତି। 

ସିପୁନ୍ ଆଶାଛାଡି ଏଲି ଉପରେ ସଵୁତକ ସ୍ନେହ ଶ୍ରଦ୍ଧା ଅଜାଡି ଦେଇଥିଲେ ବାପା ଆଉ ମାଆ।ହଷ୍ଟେଲରେ ନରଖି ଘରେ ରଖି ପଢାଇବା ପାଇଁ ଏଲି ଆଉ ତା ମାମା ଏଇ ମହାନଗରୀରେ ଭଡ଼ା ନେଇ ତିନିବର୍ଷ ପରେ ନିଜ ଘରକୁ ଫେରିଲାପରେ ସବୁକିଛି ଓଲଟ ପାଲଟ ହେଇଗଲା।ସେଠି ପଢିଲା ବେଳେ ଦୁହିଙ୍କ ଭିତରେ ଅଭେଦ୍ୟ ପ୍ରେମ ସମ୍ପର୍କ ଗଢିଉଠିଛି।ଏକାଠି କଲେଜ ଯିବା, ଏକାଠି ଖାଇବା,ଏକା ପ୍ରକାରର ଡ୍ରେସ ପିନ୍ଧିବା ଇତ୍ୟାଦି ।ତା ଭିତରେ ଦୁହେଁ ଏକାଠି ରହିବାର ନିଷ୍ପତି ନେଇଛନ୍ତି।ଏଲି ଆଉ ଟିନାର ସମ୍ପର୍କରେ ଅତ୍ୟନ୍ତ ମର୍ମାହତ ଦୁଇ ପରିବାରର ଲୋକ।ଏଲିର ବୟସ ଦୃଷ୍ଟିରୁ ବହୁ ବିଭାଘର ପ୍ରସ୍ତାବ ଆସି ପହଞ୍ଚି ଯାଉଥାଏ।ମାତ୍ର ପ୍ରିୟବ୍ରତ ବାବୁଙ୍କୁ ସବୁବେଳେ ଅପଦସ୍ତ ହେବାକୁ ପଡୁଛି ଏଲିର ରୋକଠୋକ୍ କଥାରୁ।ସେଦିନ ଭିଡ଼ିଓ କଲ୍ ରେ ଏଲି ,ଟିନାକୁ ଦେଖାଉଥାଏ ସୋଫାରେ ବସିଥିବା ତାର ପ୍ରତ୍ୟାଖ୍ୟାତ ସମ୍ଭାବ୍ୟ ସ୍ୱାମୀଙ୍କୁ।ଶାଳିନତାର ସବୁ ସୀମା ପାରକରିଯାଇଥିବା ଏଲିର ବ୍ୟବହାରରେ ଓ ଅସ୍ୱାଭାବିକ ପରିସ୍ଥିତିରେ ବାଧ୍ୟହୋଇ ଏମିତି ସୁନ୍ଦର ପ୍ରସ୍ତାବକୁ ମନା କରିବାକୁ ପଡିଲା ତା ଡାଡିଙ୍କୁ।ସପ୍ତାହର ପାଞ୍ଚଦିନ ଟିନା ଆସେ ଏଲି ପାଖକୁ।ଏକାଠି ଖାଇବା ,ବୁଲିବା,ମାର୍କେଟ କରିବା,ଆଉ ଏକାଠି ଶୋଇବା ନିତିଦିନର ରୁଟିନ୍।ପଡିଶା ଘର ନେତି ମାଉସୀ ଦେଖେଇ ଶିଖେଇ ଅନେକ କଥା କହନ୍ତି ଏଲିକୁ ଆଉ ତା ବାପା, ମାମାଙ୍କୁ।

ପରିବା ବିକୁଥିବା ଫୁଲ ବୁଢୀ ତ ସିଧା ପଚାରିଦେଲା "କଣ ଏଲି ମା ,ଏଲିକୁ ଘର ଝିଆ (ଘର ଜ୍ୱାଇଁ ଆଁ ର ବିପରିତ!) କରି ରଖିବ ନା କଣ?ଜଲ୍ଦି ବାହାଦେଇ ଦଉନ"

ଏଲି ମା ଭିତରଟା କଣ ହେଇଯାଏ।କେମିତି କହିବ ଯେ ଏଲି ଆଉ ଟିନା ସମଲିଙ୍ଗୀ ବୋଲି।ଦୁହେଁ ଏକାଠି ରହିବେ ବୋଲି ଡିସାଇଡ଼ କରିଛନ୍ତି।ପନ୍ଦର କି ସତର ଦିନ ହେବ ପ୍ରିୟବ୍ରତ ବାବୁଙ୍କ ଅଫିସରେ ଏ ବିଷୟରେ ଚାପା ଗୁଞ୍ଜରଣ ଶୁଣାଯାଉଥିଲା।ଅଫିସର ବୋଲି ଆଗରେ ନ କହିଲେ ବି ପଛରେ ସମସ୍ତେ କହୁଛନ୍ତି।ଏପ୍ରକାର ସମ୍ପର୍କର ଭବିଷ୍ୟତ ବା କଣ? ସମଲିଙ୍ଗୀ ମାନେ କଣ ସତରେ ମାନସିକ ବିକାରଗ୍ରସ୍ଥ !

ପ୍ରିୟବ୍ରତ ବାବୁ ଏଲିକଥା ଭାବୁ ଭାବୁ ପଡିଗଲେ ଯେ ମେଡ଼ିକାଲ ଆଡମିସନ କରିବାକୁ ପଡିଲା।ଶୁଣୁ ଶୁଣୁ ସାଙ୍ଗେ ସାଙ୍ଗେ ଟିନା ତା ବାଇକ୍ ଧରି ଆସି ମେଡ଼ିକାଲରେ।କେଉଁଠି ଟେଷ୍ଟ ହେବ, କେଉଁଠୁ ରିପୋର୍ଟ ଆସିବ, ଘରୁ ଖାଇବା କେମିତି ଯିବ ଇତ୍ୟାଦି ଇତ୍ୟାଦି।ଏଲି ତ ତା ଡାଡିଙ୍କର ଏପରି ଅବସ୍ଥା ଦେଖି କାନ୍ଦି କାନ୍ଦି ବେହାଲ। ଟିନାର ସାହସ ଆଉ ସାହାଯ୍ୟ ଯୋଗୁ ପ୍ରିୟବ୍ରତ ବାବୁ ଆଜି ଉଠିବସିଛନ୍ତି।ପୁଅ ତ ଥାଇ ନଥିବା ସହିତ ସମାନ।ହେଲେ ମନ କାହିଁକି ଏ ସମ୍ପର୍କକୁ ଗ୍ରହଣ କରି ପାରୁନି।ବଂଶ ରକ୍ଷା କଣ ନିହାତି ଦରକାର। ଅଥଚ!ଏଲି ଆଉ ଟିନାକୁ ଦେଖିଲେ କୌଣସି ଗୁଣରେ କେହି କାହାଠାରୁ କମ୍ ନୁହନ୍ତି।ଟିନାର ବବ୍ କଟ୍ ଚୁଟି ସହିତ ପୁଅ ପିଲାଙ୍କ ପରି ବେଶ ପୋଷାକ ,ମାର୍ଜିତ କଥାବାର୍ତ୍ତାର ଢ଼ଙ୍ଗ ତାସହିତ ତାର ବାଇକ୍ ଚଳାଇବାର ଦକ୍ଷତା ,ସବୁ ଗ୍ରହଣ ଯୋଗ୍ୟ।ଏଲି ବି ଟିନା ସହିତ ବେଶ୍ ହସଖୁସିରେ ସମୟ ବିତାଇ ଦେଉଛି।ଦୁଇଜଣ ଘରେ ଥିଲାବେଳେ ହସଖୁସିରେ ଘର ଫାଟି ପଡୁଛି।ମାତ୍ର ଏସବୁ ଭିତରେବି ଏଲିର ମାମା ଲୋକଙ୍କର ଟାହି ଟାପରା ଶୁଣି ଭିତରେ ଭିତରେ ପୁରା ଭାଙ୍ଗି ପଡୁଛନ୍ତି।ଟିନାର ବାପା ଜଣେ ଆଡ଼ଭୋକେଟ୍।ବୁଲି ଆସିଥିଲେ ଏଲି ଘରକୁ ଟିନାର ଅନୁରୋଧରେ।ମାତୃହରା ଟିନାକୁ ମା ଓ ବାପାର ସ୍ନେହ ଦେଇ ପାଳିଛନ୍ତି। ଭାବିଥିଲେ ଶେଷ ସମୟରେ ଭଲ ଜ୍ୱାଇଁ ଗୋଟେ କରିବି ଯେକି ଟିନାକୁ ସାରାଜୀବନ ଖୁସୀରେ ରଖିବ।ଅଥଚ ଏମତି ସବୁ ହେବ ବୋଲି ଭାବିପାରି ନଥିଲେ।ପେପର୍ ରେ ପଢନ୍ତି ଏପରି ଘଟଣା ।କିନ୍ତୁ ନିଜ ଝିଅର ଡିସିସନ୍ ଆଉ ରିଲେସନ୍ ଯେ ଏପରିହେବ ସେ ଗ୍ରହଣ କରି ପାରୁନାହାନ୍ତି।ତଥାପି ମନକୁ ବୁଝାଇ ଆସିଛନ୍ତି ଝିଅର ଖୁସୀ ପାଇଁ।ଜିଦ୍ ପୁରଣ ନହେଲେ କାଳେ କିଛି ଅଘଟଣ ଘଟିଯିବ ଏଇ ଭୟରେ ଉଭୟ ପରିବାର ଏ ସମ୍ପର୍କକୁ ସହମତି ଦେବାକୁ ରାଜି ହୋଇଛନ୍ତି।କଥାବାର୍ତ୍ତା ଭିତରେ ଏଲି ବାପାଙ୍କର ଦେହ ଅସୁସ୍ଥ ହୋଇ ପଡିବାରୁ କଥାଟା ଆଉ ଆଗେଇ ପାରିନି।ଟିନାର ବାପା ମଧ୍ୟ ଆଉଦିନକୁ ବସିବା କହି ଘରକୁ ଗଲେ।ସମୟ ଗଡ଼ିବା ଶେଷ ହୁଏନା ସିନା ହେଲେ କିଛି ସମୟ ପାଇଁ ଅଟକି ଗଲାପରି ଅନୁଭବ ହୁଏ।ଗତ ରବିବାର ଠାରୁ ଏଲି ମାର୍କେଟ ଯିବ ଯିବ ହେଉଛି।କୋଭିଡ଼ କଟକଣାରେ କିଛି ନିର୍ଦ୍ଧାରିତ ସମୟରେ ମାର୍କେଟ ଖୋଲୁଛି ଏବଂ ବନ୍ଦ ବି ହେଉଛି।ଏଇ ରବିବାର ଟିନାର ଜନ୍ମଦିନ।ତେଣୁ କେକ୍ ଅର୍ଡ଼ର ଦବାକୁ ଏଲି ଓ ତା ମାମା ବାହାରିଥିଲେ।ସ୍କୁଟି ଷ୍ଟାର୍ଟ କରି ଏଲି ବ୍ୟସ୍ତ କରିପକାଉଥିଲା ତା ମାମାଙ୍କୁ।ସାଣ୍ଟା କେକ୍ ସପ୍ ରେ ପହଞ୍ଚି ଏଲି ଆଗ ସବୁଠୁ ଦାମିକିଆ କେକ୍ ଅର୍ଡ଼ର ଦେଲା।କାହା ନା ଲେଖିବ ବୋଲି ଦୋକାନୀ ପଚାରିବାରୁ ଏଲି ଚଟ୍କିନା କହିଦେଲା ଲେଖିବ "ହାପି ବାର୍ଥଡେ ଟିନା"ଦୋକାନୀ ପଚାରିଲା ସେ କଣ ଆପଣଙ୍କ ବଡ଼ ଭଉଣୀ? ହଁ..ନା..

ଆପଣଙ୍କର କଣ ଜାଣିବା ନିହାତି ଦରକାର?ବିରକ୍ତି ଭାବ ବାରି ହୋଇପଡୁଥିଲା ଏଲି ମୁହଁରୁ।କଥାଟାକୁ ଏଲିର ମାମା ଚଳେଇ ନେଲେ।ମାର୍କେଟରୁ ଫେରି ଘର ସଜାଇବାରେ ଲାଗିପଡିଲା ଏଲି।ତା ବାପା ଅଫିସରୁ ଫେରି ସୁନ୍ଦର ସାଜ ସଜ୍ଜା ଦେଖି ପଚାରିଦେଲେ।ଲାଜ ଲାଜ ଭଙ୍ଗୀରେ ଏଲି କହିଚାଲୁଥିଲା କାଲି ତ ଟିନାର ଜନ୍ମଦିନ,ତା ସହିତ କାଲିଠାରୁ ଆମ ଘର ପରିବାର ,ନୂଆ ସଂସାର ଆରମ୍ଭ କରିବି।ମୁଁ ରୋଷେଇ କଲେ ଟିନା ତମକୁ ଡାକ୍ତର ପାଖକୁ ନବ।ମୁଁ ମାମା ସହ ମାର୍କେଟ ଗଲେ ଟିନା ତମକୁ ଅଫିସ କାମରେ ସାହାଯ୍ୟ କରିବ।ଠିକ ସେତିକି ବେଳେ ଟିନାର ବାଇକ୍ ଶଦ୍ଦ ଶୁଭିଲା।ଟିନା ଆଗ ପହଞ୍ଚି ଅଙ୍କଲ ଆଣ୍ଟିକୁ ନମସ୍କାର କରି ଏଲିକୁ କିସ୍ ରେ ପୋତି ପକାଇଲା।କହିଲା ଏଲି ଆସନ୍ତା କାଲି ଅଙ୍କଲ ଆଉ ଆଣ୍ଟିକୁ ନେଇ ପୁରୀ ଯିବା।ମୋ ବାବା ମଧ୍ୟ ଯିବେ।ସେଇଠୁ ନୂଆ ଜୀବନର ଆରମ୍ଭ କରିବା।ପ୍ରିୟବ୍ରତ ବାବୁଙ୍କ କାନକୁ ଆଉ କାହାର ଥଟ୍ଟା ତାମସା ଶୁଭୁନଥିଲା।ଖାଲି ଏଲିର ହସହସ ମୁହଁକୁ ଦେଖୁଥିଲେ।ଆଉ ଟିନାର ହାତରେ ମାଉସ୍ କ୍ଳିକ୍ ର ଶବ୍ବ କାନକୁ ଶୁଭୁଥିଲା।ମନ ସ୍ଥିର କରି କହିଲେ ତମେ ଯଦି ଏ ପ୍ରସ୍ତାବରେ ଖୁସୀରେ ରହିପାରିବ ଆମେ କାହିଁକି ନୁହଁ।!


Rate this content
Log in

Similar oriya story from Fantasy