Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ଆଗ କାଳରେ ଆଦିବାସୀ ଚିକିତ୍ସା

ଆଗ କାଳରେ ଆଦିବାସୀ ଚିକିତ୍ସା

2 mins
200



ଜୀବନ ଯାତ୍ରାରେ ପାରମ୍ପରିକତା ପରିହାର କରିବା ସହିତ ଆଗକୁ ପଢ଼ିବା ଓ ବଢିବାର ଉସ୍ର।ହଁ ପ୍ରତ୍ୟେକଙ୍କୁ ଅଭିନବ ଢ଼ଙ୍ଗରେ ଧୀରେଧୀରେ ଆଗକୁ ବଢ଼ିବାରେ ସହଯୋଗ ନିମନ୍ତେ ଅନେକ ପ୍ରକାର ବହୁ ପରିମାଣ ସାମାଜିକ ସ୍ଥିତି ଓ ପରିର୍ବିତ ନୀତିକୁ ଧରି ହିଁ ଆଗେଇ ଥାଏ।

ମଣିଷ ଜୀବନ ଯାତ୍ରା ସମୟରେ ବହୁ ବିଷୟ ସହିତ ଜଡିତ ଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ ଧାରଣା ଚେତନା ଭାବ ଧାରା ଦର୍ଶନ ନିମିତ୍ତ ପ୍ରେରଣା ପ୍ରଦାନ କରିଛି ।

ଉତ୍ତରାଧିକାର ସୂତ୍ରରୁ ପ୍ରାପ୍ତ ବିଭିନ୍ନ ପ୍ରକାର ସଚେତନତା ମୂଳକ ପଦକ୍ଷେପ ଓ ପ୍ରକୃଷ୍ଟ ଗୁଣାବଳୀରେ ମଣିଷ ଜୀବନ ଯାତ୍ରା ସମୟରେ ବହୁ ପରିମାଣରେ ରୁଦ୍ଧୀମନ୍ତ ହୋଇଥାଏ । 

କେଉଁ ଆଦିମ କାଳରୁ ପ୍ରକୃତି କୋଳରେ ପ୍ରକୃତି ସହିତ ଓତପ୍ରତ ଭାବେ ଜଡ଼ିତ ହୋଇ ଚଳି ଆସୁଥିବା ଲୋମାନଙ୍କୁ ଆଦିବାସୀ ବା ଜନଜାତି ଭାବରେ ଅଭିହିତ କରାଯାଏ ।

ସେମାନଙ୍କ ପ୍ରଧାନ ଜୀବିକା କୃଷି । ବିଭିନ୍ନ ପ୍ରକାରର ଔଷଧୀୟ ଗଛ ଚାଷରୁ ଏବଂ ଅନେକ ଅନେକ ଉପକାରୀ ଉଦ୍ଭିଦ ଚାଷ ଦ୍ଵାରା ସେମାନଙ୍କ ପାଇଁ ପ୍ରଚୁର ଅମଳ ମିଳିଥାଏ ।

ସମ୍ପ୍ରତି ଏ ପ୍ରକାର ଔଷଧ ଓ ଚେରମୂଳି , ଜଡ଼ିବୁଟି ଚିକିତ୍ସା ଲୋପ ପାଇବାକୁ ବସିଲାଣି । ହେଲେ ସୁଦ୍ଧା ତହିଁର ଅନେଗୁଡ଼ିଏ ଉପକାରୀ ସିଦ୍ଧି ଓ ଉପଯୋଗ ପ୍ରଣାଳୀ ସେହିମାନଙ୍କ ପାଖେ ହିଁ ପ୍ରଚଳିତ ଅଛି ।

ବିଭିନ୍ନ ପ୍ରକାରର ଔଷଧୀୟ କାମରେ ଚେର , ମୂଳ , ଛେଲି , ମଞ୍ଜି ଆଦି ପ୍ରାକୃତିକ ଦ୍ରବ୍ୟ ଦ୍ୱାରା ଖୁବ୍ ଶୀଘ୍ର ରୋଗ ଆରୋଗ୍ୟ ଲାଭ ସହଜ ସୁଗମ ପନ୍ଥା ସେହିମାନଙ୍କୁ ହିଁ ଗୋଚର ଅଟେ ।

ଏଥି ସହିତ ବହୁତ ପଶୁ ପକ୍ଷୀ ପରି ପ୍ରାଣୀମାନଙ୍କ ଚିକିତ୍ସା ପତ୍ର , ଫଳ, ଫୁଲ , ଶସ୍ୟ, ଆଦି ପ୍ରାକୃତିକ ଉପାୟରେ କରିଥାନ୍ତି ।

ଦିନେ ସକାଳେ ଗୋଟାଏ ପିଲା ଖୁବ୍ ଜ୍ଵରରେ ପୀଡ଼ିତ ହୋଇ ପ୍ରାଣ ହରାଇବାକୁ ବସିଥାଏ । ଡାକ୍ତର ପାଖକୁ ଗଲା ପରେ ରୋଗ ଚିହ୍ନିବା ଅସମ୍ଭବ ହୋଇ ଉଠେ । 

 ଲୋକେ କହୁଛନ୍ତି , ପିଲାଟିକୁ ମ୍ୟାଲେରିଆ ହୋଇଚି ।

ଡାକ୍ତର ସାଧାରଣ ସର୍ଦ୍ଦି ଥଣ୍ଡା ଓ କାଶ କଫ ହୋଇଥିବାରୁ ତାର ଅବସ୍ଥା ଅସମ୍ଭାଳ ହୋଇ ଉଠିଲାଣି କହିଥିଲେ ।

କିନ୍ତୁ ଜଣେ ନିରକ୍ଷର ଆଦିବାସୀ ପରିବାରର ଲୋକ ତାକୁ କିଛି ଜଡ଼ିବୁଟି ଚିକିତ୍ସା ପଦ୍ଧିତିରେ ପ୍ରସ୍ତୁତ ଔଷଧ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ସୁସ୍ଥ କରି ବେଶ ସଫଳ ହୁଅନ୍ତି । ଯାହାକି ଆଧୁନିକ ଯୁଗରେ ସହରାଞ୍ଚଳର ଲୋକଙ୍କ ପାଇଁ ବେଶ୍ ଆଶ୍ଚର୍ଯ୍ୟ କର ।


ପରବର୍ତ୍ତୀ ପର୍ଯ୍ୟାୟରେ ଏ ଜଙ୍ଗଲି ଜଡ଼ିବୁଟି ଚିକିତ୍ସା ଓ ଔଷଧ ଚାହିଦା ବୃଦ୍ଧି ପାଇଛି ।


Rate this content
Log in

Similar oriya story from Abstract