STORYMIRROR

Sunanda Mohanty

Inspirational Others

3  

Sunanda Mohanty

Inspirational Others

ଆଦର୍ଶମୟୀ

ଆଦର୍ଶମୟୀ

2 mins
131

   ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ବିଷୟରେ ପଦେ..., ବୋଲି କହି ଗୀତ ଅଡିସନରେ ସଫଳତା ପାଇଥିବା ଝିଅଟିକୁ ଯେବେ ତୁମର ପ୍ରେରଣା କିଏ ବୋଲି ପଚରାଯାଇଥିଲା, ସେ ଅନର୍ଗଳ, କହି ଚାଲିଥିଲା ଦ୍ରୌପଦୀ ମୁର୍ମୁ ହିଁ ମୋ ଜୀବନର ଆଦର୍ଶ। କାରଣ, ଜୀବନଯାତ୍ରାରେ ସେ ଜଣେ ନିସଙ୍ଗ, ନିର୍ଭୀକ ଓ ନିଷ୍ଠାବାନ ପଦାତିକ , ଏଥିରେ ସନ୍ଦେହ ନାହିଁ ।

  ଆଦ୍ୟ ଜୀବନରେ ସଫଳତା ପରେ ନିର୍ବାଚନରେ ଅସଫଳ ସମୟରେ ନିଜ ଦୁଇ ଯୁବକ - ପୁଅଙ୍କୁ ହରାଇଲେ । ତା ପରେ ସ୍ବାମୀଙ୍କ ମୃତ୍ୟୁ । ଆର୍ଥିକ, ସାମାଜିକ ଓ ପାରିବାରିକ ସ୍ତରରେ ବ୍ୟାପକ କ୍ଷତି । ଚାଲିଗଲେ ଅବସାଦ (ଡିପ୍ରେଶନ)କୁ,କିନ୍ତୁ ହାର୍ ମାନିବା ତାଙ୍କ ପାଇଁ ଥିଲା ଅସମ୍ଭବ । ରାଜନୀତି ଛାଡ଼ି ସମାଜ ସେବା କ୍ଷେତ୍ରରେ ମନ ଦେଲେ । ଆଧ୍ୟାତ୍ମକ ସଙ୍ଗଠନରେ କାମ କରି ସମାଜର ଶୋଷିତ ଶ୍ରେଣୀର ଉତ୍ଥାନ ପାଇଁ ପ୍ରୟାସରତ ହେଲେ ଦଶନ୍ଧି ଧରି।

     ପୁନଶ୍ଚ ପାର୍ଟି ତାଙ୍କୁ ବିଶ୍ୱାସକୁ ନେଇ ଗୁରୁଦାୟିତ୍ଵ ଅର୍ପଣ କଲା ରାଜ୍ୟପାଳଭାବେ । ଦେଶର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ଭାବରେ ଗୌରବ ଲାଭ କଲେ । ଝାଡ଼ଖଣ୍ଡର ପ୍ରଥମ ରାଜ୍ୟପାଳ ହେଲେ, ଯିଏ ୫ବର୍ଷ ପୂରଣ କଲେ । କହିବାର ବାହୁଲ୍ୟ ଝାଡ଼ଖଣ୍ଡ ଲୋକେ ଏବେ ବି ଝୁରୁଛନ୍ତି । ଝିଅଟିଏ, ନିପଟ ସାନ୍ତାଳୀ ପରିବାରରୁ ଆସି ରମାଦେବୀ ବିଶ୍ଵବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକ ଲାଭ କରି ଶିକ୍ଷୟିତ୍ରୀ ଭାବରେ ଆତ୍ମନିର୍ଭରଶୀଳ ହେବା, ତାହା ପୁଣି ତିରିଶ ବର୍ଷ ତଳେ; ଏକ ଛୋଟ ଘଟଣା ନୁହେଁ ।ରାଇରଙ୍ଗପୁର ପୌରପରିଷଦର କାଉନସିଲର ପଦରୁ ରାଇସିନା ହିଲ୍ସର ସର୍ବୋଚ୍ଚ ପଦବୀ - ଏହି ଜୀବନ ଯାତ୍ରା କେବଳ ଭାରତ ନୁହେଁ ; ସମଗ୍ର ବିଶ୍ବ ସମୁଦାୟରେ ସ୍ଵପ୍ନଭୁକ୍ ତମାମ୍ ଝିଅମାନଙ୍କୁ ପ୍ରେରିତ କରିବ ଏଥିରେ ସନ୍ଦେହ ନାହିଁ । ଆଦିବାସୀ ଝିଅଟିଏ ଝୁଣା, ଲାଖ ଭିତରେ ନିଜ ଜୀବନ ଏବେ ସାରିବ ନାହିଁ, ତିନି ସେନାର କମାଣ୍ଡିଂ ଅଥରିଟି ହେଇ ପାରିବ ; ମହିଳା ସଶକ୍ତିକରଣର ଏହା ଠାରୁ ଆଉ ଭଲ ଉଦାହରଣ ଆଉ କଣ ହୋଇପାରେ !

   ଜୁରି ଓ ଉପସ୍ଥିତ ଜନତାଙ୍କ କରତାଳିରେ ବିଦାୟ ନେଇଥିବା, ସେଦିନର ସେହି ଝିଅଟି , ଥିଲା ଦ୍ରୌପଦୀ ମୂର୍ମୁଙ୍କର ଛାତ୍ରୀ। ଆଜି ସେ ଆଦିବାସୀ ଝିଅ ହୋଇ ମଧ୍ୟ ସଂଗୀତ ଜଗତର ସୁନାମ ଆଣିପାରିଛି କେବଳ ତା ଶିକ୍ଷୟିତ୍ରୀ , ଦ୍ରୌପଦୀ ମୁର୍ମୁ ଙ୍କ ପାଇଁ ବୋଲି ନିର୍ଭୀକରେ ସ୍ବୀକାର କରିଥିଲା।


ପୂର୍ବରୁ ପଦ୍ମ ପୁରସ୍କାର, ଲୁଟ୍ୟେନ୍ସ ଦିଲ୍ଲୀର ଲବି ଉପରେ ନିର୍ଭର କରୁଥିଲା ବେଳେ ଏବେ ତାହା ପିପଲ୍ସ ପଦ୍ମ ଭାବରେ ପରିଣତ ହୋଇଛି । ଠିକ୍ ସେହିପରି ସେ ନିଶ୍ଚୟ ଭାବରେ ପିପଲ୍ସ ପ୍ରେସିଡେଣ୍ଟ ଭାବରେ ଆଗାମୀ ଦିନରେ ପରିଗଣିତ ହେବେ, ଆଶା ଓ ବିଶ୍ବାସ । ବିଶ୍ଵ ସମୁଦାୟ ଯଦି ଓବାମାଙ୍କୁ Black Man in White House ପଦବାଚ୍ୟ କରି ନୋବେଲ ଶାନ୍ତି ପ୍ରଦାନ କଲେ, ତେବେ ଭାରତୀୟମାନେ ଜଣେ ଅଭିଜ୍ଞ ଆଦିବାସୀ ମହିଳାଙ୍କୁ ପ୍ରଥମ ନାଗରିକ ଭାବରେ ସମ୍ମାନ ଦେଇ ଇତିହାସ ସୃଷ୍ଟି କରିବାର ବେଳକୁ କରଛଡା କରିବା ଅନୁଚିତ୍ ।

ଜୟ ଜଗନ୍ନାଥ..

ବନ୍ଦେ ଉତ୍କଳ ଜନନୀ।


Rate this content
Log in

Similar oriya story from Inspirational