ଆଦିମ ବିଚାର
ଆଦିମ ବିଚାର
ଆଦିମ ବିଚାର ଅନୁଯାୟୀ ଝିଅମାନଙ୍କର ଶିକ୍ଷା ଉପରେ ବହୁ କଟକଣା ଥିଲା ହେଲେ ଗୋପବନ୍ଧୁ ଦାସ, ଗାନ୍ଧିଜୀଙ୍କ ଆହ୍ୱାନ ପରକଥା ହେଲେ ଇଂରେଜ ଶାସକ ଲର୍ଡ଼ ବେଣ୍ଟିଙ୍ଗଙ୍କ ସମୟରୁ ନାରୀ ଶିକ୍ଷା ସାର୍ଵଜନିନ ହୋଇ ପରବର୍ତ୍ତୀ ପିଢ଼ିର ବହୁ ମନିଷୀ ଓ କୋଠାରୀ କମିସନ ଇତ୍ୟାଦିଙ୍କ ପୃଷ୍ଠ ପୋଷକତାରେ ନାରୀ ଶିକ୍ଷାର ପ୍ରାଧାନ୍ୟ ବଢିଥିଲା ସମାଜରେ । ନାରୀ ଶିକ୍ଷା ଅର୍ଥାତ ନାରୀ ଶିକ୍ଷା ଆଳରେ ସ୍ୱଚ୍ଛାଚରିତା ନୁହେଁ । ଏହି ପରି ସବୁ କଥା ତର୍କ ପ୍ରତିଯୋଗିତା କହୁଥିଲା ବେଳେ ସୁରଭିର ପ୍ରତିଟି ବାକ୍ୟରେ କରତାଳି ବାଜିଉଠୁଥିଲା ।
ହେଲେ ସେ ଫେରିବା ରାସ୍ତାରେ ଦୁର୍ଦ୍ଦିନ ଯେମିତି ତାକୁ ଅପେକ୍ଷା କରିଥିଲା । ଗଣଧର୍ଷଣର ଶୀକାର ହୋଇ ସେ ଆଜି ଜୀବନ ଓ ମୃତ୍ୟୁ ସହିତ ଲଢେଇ କରୁଥିଲା ବେଳେ ସମସ୍ତ ବୁଦ୍ଧିଜୀବୀଙ୍କର ବୁଦ୍ଧି ହଜିଯାଉଥିଲା । ଆଜି ନାରୀ ନିଜ ଗୋଡ଼ରେ ଠିଆ ହେବାର ପ୍ରଚେଷ୍ଟା ଯେ ଆଜି ଧୂଳିସାତ ସେକଥା ଭାବି ସଚେତନ ନାଗରିକ ଚିନ୍ତାରେ ପଡିଥିଲା ବେଳେ ସୁରଭି ସବୁଦିନ ପାଇଁ ଆଖି ବୁଜିଦେଲା ବେଳେ ସେହି ଆଦିମ ବିଚାର ନାରୀର ସତ୍ତାକୁ, ନାରୀର ନିରାପତ୍ତାକୁ ଆଙ୍ଗୁଳି ନିର୍ଦେଶ କରୁଥିଲା, ହେଲେ କାହା ପାଇଁ?? ବୋଲି ଲେଖକ, କବି ବିଜ୍ଞ ସମସ୍ତେ ଜାଗ୍ରତ ହେଲେ ଏହାର ସ୍ଥାୟୀ ପ୍ରତିକାର ହୋଇପାରିବ ତଥା ଶାସନ ଶୃଙ୍ଖଳ ମଜଭୁତ ହେବା ନିହାତି ଆବଶ୍ୟକ ବୋଲି ସମସ୍ତେ ହୃଦୟଙ୍ଗମ କରୁଥିଲେ l
