STORYMIRROR

Sunanda Mohanty

Drama Action Thriller

3  

Sunanda Mohanty

Drama Action Thriller

ଆଦିବାସୀ ଝିଅ ଓ ଜନଜାତି ପୁଅ

ଆଦିବାସୀ ଝିଅ ଓ ଜନଜାତି ପୁଅ

2 mins
123


ପାର୍ବଣ ସମୟ, ସହର୍ ବସ୍ତି ସାହି ଗହଳି ପୂର୍ଣ୍ଣ। ମାଆ ଦୁର୍ଗାଙ୍କର ମୃଣ୍ମୟ ସୁସଜ୍ଜିତ ମୂର୍ତ୍ତୀ ସାଙ୍ଗକୁ ତୋରଣ ସବୁ ବହୁ ଡିଜାଇନର ସହ କରିବାରେ ଅଳିଆ ଅପରିଷ୍କାର ତ ନିଶ୍ଚୟ ରହିବ। ଭୋର୍ ଭୋର୍ ରୁ ଉଠି ଶଙ୍କର ସବୁଦିନ ପରି ସହର ସାରା ଓଲେଇ ଛିକ୍କଣ କରିଦେଇଥାଏ ସକାଳୁ ସକାଳୁ ଲାଗେ ରାତିର ଆକାଶରେ ଚାନ୍ଦ ଉଇଁ ସବୁଆଡ଼େ ଯେମିତି ଦିଶେ। ସେକଥା କେହି କହୁ ନକହୁ ଶଙ୍କର ଛାତି କୁଣ୍ଢେ ମୋଟ ହୋଇଯାଏ। ନିଜର ସବୁ ଦୁଃଖ ଜଞ୍ଜାଳ ଦୁର୍ଦ୍ଦଶା ଓ ହତାଶ ଭୂଲି ନିଜେ ନିଜକୁ ଚନ୍ଦ୍ର ଭାବେ। ସତରେ ନିଜକୁ ଅର୍ଥାତ ନିଜ କାମକୁ ବହୁତ୍ ଭଲପାଇ କାମ କରିଯାଏ ଶଙ୍କର। କର୍ତ୍ତବ୍ୟ ଆଗରେ ସବୁ ତୁଚ୍ଛ ଲାଗେ ତାକୁ।

   ବଢିଲା ଦୁଇ ଝିଅ ବିବାହ ଯୋଗ୍ୟା। କିଏ ବାହା ହେବ ବିନା ଯୌତୁକରେ ତାଙ୍କୁ। ଦୁହେଁ ମାଟ୍ରିକ ପାସ କଲେ ବି ଚାକିରୀ ନାହିଁ।ହୁଏତ ନିଜ ଏରିଆରେ ଥିଲେ ଯାହାକିଛି ହେଇଥାନ୍ତା! ଦୁଇ ପୁଅ ଗ୍ରାଯୁଏଟ ହୋଇ ନା ଏକୁଳର ନା ସେକୁଳର। ସେଥିରେ ଲୁନାଟିଏ ପାଇଁ କାହାର ମନ ତ ଉଛ ଶିକ୍ଷା ପାଇଁ କାହାର ମନ। ତା ପାଇଁ ଦୁଃଖରେ ଦୁଃଖି, ସୁଖରେ ସୁଖି ହୋଇ ରତନୀ ତାରି ପରି କାମ କରିବାକୁ ଆଗ୍ରହୀ କିନ୍ତୁ ବାରଣ କରେ ଶଙ୍କର। ଏବେବି ରତନୀକୁ ଦେଖିଲେ ତାକୁ ନିଶା ଘାରେ, ଆଉ କହାକୁ ଯେ ନଘାରିବ କିଏ କହିବ? ସହଜେ ଚିନ୍ତା ରୋଗ ଖାଉଛି ରତନୀକୁ। ଭଗବାନଙ୍କୁ ଡାକି ନିଜ ରୋଜଗାରରେ ନିଅଣ୍ଟିଆ ସଂସାର ଚଳୁଛି ଚାଲୁ। ଝିଅ ଦୁହେଁ ସିଲେଇ ମେସିନ ପକେଇ ଓ କତା କାମ କରି ତା ପାଇଁ ବଳ ଯୋଗାନ୍ତି ସତ। ହେଲେ ଦେଖିବାକୁ ମାଆ ପରି ଦୁଇଝିଅଙ୍କୁ ରୂପ ଗୁଣ ପାଇଁ କାଉ ବର ମିଳୁଛି??

   ସେଦିନ ପାର୍ବଣ ଋତୁରେ ନିଜ ଅଳିଆ ଗାଡ଼ିରେ କୋଦାଳ ଓ ଖଣନ୍ତି ଧରି ଘଡ ଘଡ କରି ଗାଡି ଠେଲି ମୁହଁ ଅନ୍ଧାରରେ ଚାଲିଲା ଶଙ୍କର। ବାଟରେ ଘାଟରେ ତା ଗାଡି ଶବ୍ଦ ଶୁଣି କୋଉ ମଉସାର ନିଦ ଭାଙ୍ଗି ଫୁଲ ତୋଳି ଯାଏ ତ କୋଉ ମାଉସୀ ଧଡ ପଡ ହୋଇ ଆଳତୀ ଦେଖିବାକୁ ଉଠି ନିତ୍ୟ କର୍ମ୍ କରେ। କେହି କେହି ରାତି ପାହିଲାଣି ବୋଲି ଉଥିଆସନ୍ତି ବାହାରକୁ, ତାକୁଦେଖି ହସିଦିଅନ୍ତି ନିର୍ମଳ ହସ। ପଚରିଦିଆନ୍ତି ପଦେ ଅଧେ, ସେତିକିରେ ତା ଗାଡି ଠେଲି ଆଗକୁ ମାଡ଼ିଚାଲେ ଆହୁରି ଘର ଘର ଶବ୍ଦରେ, ରଥ ବଡ଼ଦାଣ୍ଡରେ ଗଡ଼ିବା ପରି। ଭାବ ଓ ଭକ୍ତିର ସଦ୍ଭାବର ସଦିଚ୍ଛାରେ।

  ଖଡିକାରେ ଅଳିଆ ତୋଳି ଖଇନ୍ତି ରେ ଗଦା ଅଳିଆ ଉଠେଇ ଠେଲା ଗାଡ଼ିରେ ଭରୁ ଭରୁ ନୋଟ ବିଡା ଗୁଡା ପୁଡିଆରୁ ବାହାରି ଖେଳେଇ ହୋଇଗଲେ ଠେଲା ଗାଡି ସାରା।

   ସକାଳୁ ସକାଳୁ,ଶଙ୍କର ଥାନା ଦୁଆରେ। କହିଲା ସବୁକଥା ରମେଶ ବାବୁ, ବହୁତ ଭଲ ମଣିଷ,ଥାନା ଅଧିକାରୀ କହିଲେ ତୁ ପାଇଛୁ ତୋର, ଆଉ ଭାବୁଛୁ କଣ?? ନାହିଁ ବାବୁ କାହାର ହୋଇଥିବ, କିଏ କେତେ ଖୋଜୁଥିବ। ପ୍ରମାଣ ଦେଖାଇ ତା ପଇସା ନେଇଯାଉ,ହେଲେ ମିଡିଆ ସମାଜ ଲୋକ ଗଦା ହୋଇଗଲେ ବି କେହି ଦାବିଦାର ନଥିଲେ। ପୂଜାରେ ପାଇଥିବା ଟଙ୍କା ନିଶ୍ଚୟ ମାଆ ଦୁର୍ଗା ଦେଇଛନ୍ତି ଭାବି, ବସ୍ତିରେ ବହୁ ଧୁମଧାମରେ ଦୁର୍ଗା ପୂଜା ପାଳନ କଲା ଶଙ୍କର। ମାଆ ଦୁର୍ଗାଙ୍କ ଆଶୀର୍ବାଦରୁ ଦୁଇ ଝିଅ ବିଭା ସହ ଦୁଇ ପୁଅ ଚାକିରି କରିଗଲେ ମଧ୍ୟ ଶଙ୍କର ତା କର୍ତ୍ତବ୍ୟ ଭୂଳିନଥିଲା। ଆଉ ସ୍ତ୍ରୀ ରତନୀ, ଆଦିବାସୀ ଝିଅର ଭଲପାଇବାକୁ ମଧ୍ୟ ପ୍ରଶଂସା କରୁଥିଲା ଜନଜାତି କର୍ତ୍ତବ୍ୟ ପରାୟଣ ସଚ୍ଚୋଟ ନିର୍ଭିକ ତଥା ସାହାସୀ ଶଙ୍କର।


Rate this content
Log in

Similar oriya story from Drama