Prabhati Mahapatra

Children

3  

Prabhati Mahapatra

Children

ଆଧୁନିକ ଜଗତରେ ମନୋରଞ୍ଜନକାରୀ

ଆଧୁନିକ ଜଗତରେ ମନୋରଞ୍ଜନକାରୀ

1 min
272


ତରେ ଯୁଗ କେତେ ବଦଳିଛି । ବିଜ୍ଞାନ

ଅଗ୍ରଗତିରେ ଆମର ଜୀବନ ପ୍ରଣାଳୀରେ

ବିରାଟ ପରିବର୍ତ୍ତନ ଆଣିଛି । ଯେମିତି କି 

ଟିକିଏ ଥକ୍କା ଲାଗିଲେ ମନ ହାଲୁକା କରିବା ପାଇଁ ମୋବାଇଲ କି ଟେଲିଭିଜନ

ଖୋଲି କାର୍ଟୁନ୍ ଦେଖ । ଅପୂର୍ବ ଆନନ୍ଦ

ଯଦି " ଛୋଟା ଭୀମ " ହୁଏ ତ , ମଜ୍ଜାର 

ଠିକଣା ନାଇଁ । ଏମିତି ଦିନେ ମୋ ଛୋଟ ସହରକୁ ଜଣେ କପଟି ଅଜଣା ବ୍ୟକ୍ତିକେଉଁଠୁ ପଶି ଆସି ଦୋକାନ ଖୋଲିବାକୁଲାଗିଲା ।

ଦିନକର କଥା ମୋର ମନେ ପଡେ ମୁଁ ବଜାର ଯାଇ ଥାଏ । ଖୁବ୍ ଜୋର୍ ରେ 

ଲୋକଟି ଚିତ୍କାର କରି କହୁଥାଏ , ଗୋଟିଏ

ଜିନିଷ ସାଙ୍ଗରେ ଦୁଇଟି ଜିନିଷ ମାଗଣା ।

    ଲୋକଙ୍କ ଲମ୍ବା ଧାଡ଼ି ଲାଗି ଥାଏ ।

ମୁଁ ମୋର ଜିନିଷ କିଣିବା ସହିତ ଦେଖୁ ଥାଏ । ହଠାତ୍ ଏକ ଦଶ ବାର ବରଷର

ବାଳକ ଦୋକାନ ଭିତରକୁ ପଶି ଗଲା ।

କଥା କ'ଣ ପାଟି ତୁଣ୍ଡ ହେବାରୁ ପିଲାଟି

ତାର ଚଗଲା ବୟସର ଅଭିନୟରେ କହୁ

ଥାଏ , ନକଲି ଜିନିଷ ଦେଇ ଠକୁଛି କେହି 

କିଣି ନାହିଁ । ସତ୍ୟତା ପରୀକ୍ଷା କରିବାକୁ 

ଯାଇ ଦେଖାଗଲା ପାଉଡର ନାଁରେ

ଚୁନ ପାଉଡର ଦେଇ ବୋକା ବନଉ 

ଥିଲା । ତାପରେ ଲୋକ ମାନେ ନିସ୍ତୁକ

ମାଡ଼ ମାରି ଥାନାରେ ଦେଲେ ।

ମୁଁ ମନେ ମନେ ଗର୍ବ ଅନୁଭବ କରୁଥିଲି ଯେ ଟିଭି ପରଦାରେ ଯେଉଁ " ଛୋଟା ଭୀମ " ଦେଖୁ ଥିଲେ , ଇଏ ତ ' ତା ଠାରୁ

କିଛି କମ୍ ନୁହେଁ ।

ତେଣୁ ପ୍ରତ୍ୟେକ ମନୁଷ୍ୟ ଭିତରେ କିଛି ନାଁ କିଛି ଭଲ ଗୁଣ ଗଚ୍ଛିତ ରହିଛି , ଯାହା ଭଲ ଭାବେ ନିରୀକ୍ଷଣ କଲେ ବୁଝି ପାରିବା ।

ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ଆମ୍ଭେ ନିଜର ପ୍ରାଣ ରକ୍ଷା କରିବା ସହିତ ସମାଜର କଲ୍ୟାଣ କରି ପାରିବା ।

ବିଜ୍ଞାନ ଜ୍ଞାନ କୌଶଳ ବିକାଶରେ ଆମ୍ଭେମାନେ ସହଜ ସୁନ୍ଦର ଅଭିନୟ 

ଦୃଶ୍ୟ ପିଲାଙ୍କୁ ଦେଖାଇ ଶିକ୍ଷା ପ୍ରଦାନ 

କରିବାରେ ସହାୟକ ହେବା ।

ଏହି ମୋର ଏକାନ୍ତ କାମନା ।

*******



Rate this content
Log in

Similar oriya story from Children