ଆଧୁନିକ ଆକବର ଓ ବିରବଲ
ଆଧୁନିକ ଆକବର ଓ ବିରବଲ
ଖିଚିଡି
ହସି ହସି ପଶିଆସିଲେ ରମା ଓ ସୁମିତ୍ରା ଦେବୀ ।ଅଗଣାରେ ବସିଥିଲେ ଅବିନାଶ ବାବୁ।ଅନେକ ଦିନପରେ ଶାଶୁ ବୋହୁ ଦୁଇ ଜଣଙ୍କୁ ହସି ହସି ଆସୁଥିବାର ଦେଖି ଖୁସି ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହେଲେ।ରମା ଶାଶୁଙ୍କୁ ବସିବାକୁ କହି ଚାହା ଆଣିବାକୁ ଗଲା।ରାଜେଶ ଇତି ମଧ୍ୟରେ ଅଫିସରୁ ଆସି ପହଞ୍ଚି ସିଧା ରୋଷେଇ ଘରକୁ ପଶିଗଲା।ରମାକୁ ଖୁସିରେ ଅଭିନନ୍ଦନ ଜଣେଇବା ସହ ଏପରି କିପରି କଲେ ଜାଣିବାକୁ ଇଛା ପ୍ରକାଶ କଲେ।ରମା ନିଜର ପ୍ରଶଂସା ଶୁଣି ଟିକେ ଫୁଲେଇ ହୋଇ କହିଲେ ,ମତେ କିଛି ଭଲ ଉପହାର ଦେବାକୁ ପଡିବ।ରାଜେଶ ରମାଙ୍କ କଥା ଶୁଣି କହିଲେ ,ତୁମ କଥା ଶୁଣି ମୋର ଆକବର ଓ ବିରବଲ ଙ୍କ କଥା ମନେ ପଡିଗଲା। ବିରବଲ ଯେମିତି ପ୍ରତି ତର୍କରେ ଜିତିବା ପାଇଁ ପୁରସ୍କାର ନେଉଥିଲେ ତୁମେ ବି ସେମିତି ନେବବୋଧେ।ଏହା ଶୁଣି ରମା ଖୁସିହୋଇ ନିଜକୁ ଧନ୍ୟ ମନେକଲେ।ରାଜେଶ ବି ମଧ୍ୟ ରମାର ବୁଦ୍ଧି ପାଇଁ ଅନେକ ଖୁସି ଥିଲେ।ଯାହାହେଉ ଶାଶୁ ବୋହୁ ଙ୍କ ଭିତରେ ଉପୁଜିଥିବା ମତାନ୍ତର ର ସମାଧାନ ହୋଇଗଲା।ଚାହା ନେଇ ରମା ଆସି ପହଞ୍ଚିଲା। ସମସ୍ତେ ବସି ଚାହା ପିଇବା ସମୟରେ ପଡିଶା ଘର ସର ବୋଉ ଆସି ପହଞ୍ଚି ନିଜ ବୋହୁର ଭୂଲ ପାଇଁ କ୍ଷମା ପ୍ରାର୍ଥନା କଲେ।ରାଜେଶ ସବିସ୍ତାରେ ପଚାରିବାରୁ ସର ବୋଉ କହିବା ଆରମ୍ଭ କଲେ।
ପ୍ରକୃତରେ ମୋ ବୋହୁ ଅନିତା ସବୁଦିନ ଘର କାମ ସାରି ଅଫିସ ଯାଏ।ଫେରିଲା ବେଳକୁ ସଂଧ୍ୟା ହୋଇଯାଏ।ତଥାପି ସେ ଠିକ ସମୟରେ ରାତି ଖାଇବା ୭ଟା ପୂର୍ବରୁ ପ୍ରସ୍ତୁତ କରିଦିଏ।ସେଇ କଥାକୁ ମୁଁ ସୁମିତ୍ରା ଙ୍କୁ କହିଥିଲି।ସେ ଶୁଣିଲେ ଓ ରମାକୁ କହିଲେ।ରମା ଏହା ଶୁଣି କହିଲା ଏହା କିପରି ହେଉଛି।ସେ ତ ଫେରୁଛି ଛଟା ବେଳେ କରୁଛି ନିହାତି ସକାଳୁ କରିକି ରଖୁଥିବ।ସେ ନେଇ ରମା ଓ ସୁମିତ୍ରା ମଧ୍ୟରେ ମତାନ୍ତର ଦେଖାଦେଇଥିଲା।ସୁମିତ୍ରା ଦେବୀ ସର୍ବଦା ରମା କଥା କହିଲେ ,ସେ ଏବେ ଲକଡାଉନରେ ଘରେ ରହି କାମ କରୁଛି। ଘରକାମ ନକରି ଠକେଇ ଅଫିସ କାମ କରୁଛି। ସେ ନଥିଲା ବେଳେ ଯାହା ଥିଲାବେଳେ ତାହା।ଏ କଥାକୁ ନେଇ ତାଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିଲା।ରମା ର କଥା ଶେଷରେ ଠିକ ହେଲା ଯେତେବେଳେ ସେ ସୁମିତ୍ରା ଓ ତା ଭିତରର ମତାନ୍ତର ଦୂରକରିବା ପାଇଁ ପଦକ୍ଷେପ ନେଲା।
ଆଜି ସଂଧ୍ୟାରେ ରମା ଓ ସୁମିତ୍ରା ଆମ ଘରକୁ ଯାଇଥିଲେ।ଅନିତା ସେହି ସହୟରେ ଆସି ପହଞ୍ଚିଲା। ରମା ଓ ସେ ଅନେକ ସମୟ ତାଙ୍କ ରୁମରେ ବସି କଥାହେଲେ।ସେହି ଭିତରେ ରମା ରାତି ରୋଷେଇକଥା ପଚାରିଲା।ସଙ୍ଗେସଙ୍ଗେ ଅନିତା କହିଲା ସକାଳର ଖାଇବା ଅଛି ,ଗରମ କରି ରାତିରେ ଖାଇବୁ।ତେଣୁ ରାତି ପାଇଁ ମୋର ଚିନ୍ତା ନାହିଁ।ଏହା ଶୁଣିପାରିଲେ ସୁମିତ୍ରା ଦେବୀ ଓ ଅନିତାର ଶାଶୁ।ଏହା ଶୁଣି ସୁମିତ୍ରା ଦେବୀ ମନେ ମନେ ନିଜେ କରିଥିବା ଭୂଲ ପାଇଁ ଅନୁତାପ କଲେ।ରମା ଉପରେ ଥିବା ରାଗ ଓ ଅଭିମାନ ଦୂର ହୋଇଥିଲା।ଏହା ଶୁଣି ରାଜେଶ କହିଲା ଏଇ ଗୋଟେ କଥା ଶୁଣି ମୋର ଆକବର ଓ ବିରବଲଙ୍କର ଖେଚେଡି ଉପାଖ୍ୟାନ ମନେ ପଡିଗଲା।ହସି ହସି କହିଲେ ଆପଣ ଦୁଇଜଣ ଆକବର ଓ ବିରବଲଙ୍କ ପରି ବୁଦ୍ଧିମତାର କାମ କରିଥିବା ଦେଖି ଖୁସି ଲାଗିଲା ।ସମସ୍ତେ ଯଦି ଏହିପରି ନିଜ ର କ୍ରୋଧ ଓ ଅହଂକାରକୁ ପଛରେ ରଖି ପରିବାରର ଖୁସି ଓ ଏକତା କଥା ଭାବିଲେ ସବୁ ପରିବାର ଖୁସିରେ ଖୁସିରେ ଦିନ କାଟିବେ।କଳହ ଓ ଭାଇଭାଗରେ ପରିବାରର ଧ୍ୱଂସ ହେବନାହିଁ।
ତୁମେ ଦୁଇଜଣ ଆଧୁନିକ ଯୁଗର ଆକବର ଓ ବିରବଲ ଆଖ୍ୟା ପାଇବାକୁ ଯୋଗ୍ୟ।ଏହା ଶୁଣି ସମସ୍ତଙ୍କ ମଧ୍ୟରେ ଖୁସିର ଏକ ଆସର ଖେଳିଗଲା।
