Amit Bal

Abstract Fantasy Inspirational

4.5  

Amit Bal

Abstract Fantasy Inspirational

(୯)* ପ୍ରିୟ ପରୀ ସିଣ୍ତ୍ରେଲା *

(୯)* ପ୍ରିୟ ପରୀ ସିଣ୍ତ୍ରେଲା *

3 mins
425


   ଶୁକ୍ଳପକ୍ଷର ଜ୍ୟୋତ୍ସ୍ନା ବିଚ୍ଛୁରିତ ରାତି ହେଉ ଅବା କୃଷ୍ଣପକ୍ଷର ଭୀତି ସଞ୍ଚାରକାରୀ ନିଶି । ସ୍ବପ୍ନ ବିଭୋର ହେବାକୁ ସବୁ ବିଭାବରୀ ଆପଣାର ମନେହୁଏ । ଚଳଚଞ୍ଚଳ ଜୀବନ ଶୈଳୀ ରୁ ଦୂରେଇ, କେବେ କେବେ ହଜିଯିବାକୁ ଇଛା ହୁଏ ଦୁର୍ବୋଧ୍ଯ ଅରଣ୍ୟ ମଧ୍ୟରେ ସବୁଜ ବିସ୍ତୀର୍ଣ୍ଣ ପ୍ରାନ୍ତରେ ପ୍ରକୃତି ସାଥିରେରେ । କବିତା ପ୍ରେମରେ କାହାଣୀ ଭିତରେ , ପରୀ ରାଇଜରେ । ଲାଭକ୍ଷତି ଭଲମନ୍ଦ ଠିକ୍ ଭୁଲ୍ ରେ ତର୍ଜମା ଠାରୁ ଦୂରେ । କହିପାର ଏକ ଅଜଣା ଅଦେଖା କଳ୍ପନା ର ଦୁନିଆରେ । ଆପଣା ଲୋକଙ୍କ ସାଥିରେ , ଜିଇଁବା ପାଇଁ କିଛି ମୂହୁର୍ତ୍ତ କେବଳ ନିଜ ପାଇଁ ନିଜ ଇଚ୍ଛାରେ ।

    ମନେପଡେ ସେ ପିଲାଦିନ, ଆଖିରେ ଆଖିଏ ସପନ । ଆଈ ମା'ର କାହାଣୀ ପେଡ଼ି , ଛୁକ୍ ଛୁକ୍ ରେଳ ଗାଡ଼ି , ପଡିଶାର ଘରର ରାଧୁ ବିହାରୀ , ଟେଲିଭିଜନ ର ସେ ସିଣ୍ତ୍ରେଲା ପରୀ । ପିଲାଙ୍କ ମନ ଜାଣି, ଯେମିତି ସବୁକିଛି ଜୀବନ ଖଞ୍ଜି ଦେଇଥାଏ ଆଣି । ଅକଳ୍ପନୀୟ ସେ ଅଭୁଲା ମୂହୁର୍ତ୍ତ , ସ୍ମୃତି ଭରା ଜୀବନ ସଂଗୀତ । 

   ସବୁ ଲାଗେ ଭାରି ବଢିଆ , ସତେକି ପରୀ ଦୁନିଆ । ହଁ ସେଇ ସିଣ୍ତ୍ରେଲା ପରୀ । ମନ ଯେ କରିଛି ଚୋରି । ନିଜ କାହାଣୀ ପେଡିରେ, କେତେ କେତେ ନୂଆ କାହାଣୀରେ । ଫୁଟିଲା ଫୁଲ ଗଛରେ ନୂଆ ନୂଆ ଫୁଲକଢ ପରି , ସତରେ ସେ ଭାରି ସୁନ୍ଦରୀ ।

   ଏମିତି ବି ପରୀ କାହାଣୀ , ସବୁ ଦିନେ ସଭିଙ୍କ ମନକୁ ନିଏ ଜିଣି । ଆପଣା ଭିତରେ ବିଭୋର କରି ଦେବାକୁ , ବାସ୍ତବତା ରୁ ନେଇ ସୁନେଲି ସ୍ବପ୍ନ ଦୁନିଆରେ ଛାଡି ଦେବାକୁ । ଓଠରେ କେତେ ଯେ ଖୁସି ଭରି , ପ୍ରିୟତମ ସାଙ୍ଗଟିଏ ପରି ।

   ଅନେକ ବର୍ଷ ପୂର୍ବେ, ଝିଅଟେ ରହୁଥିଲା ତା' ବାପା ସହ , ରାଜକୁମାରୀ ଭାବେ । ମା' ନଥିଲେ ତା'ର ।ସିଣ୍ତ୍ରେଲା ନାମ ସେ ଝିଅର । ଦିନେ ତାକୁ ଖୁସି ଦେବା ପାଇଁ , ନୂଆ ମା' ଆଣିଦେଲେ ବାପା ତା' ପାଇଁ । ଦିନ ବିତୁଥିଲା ଖୁସିରେ । କିଛି ବର୍ଷ ପରେ, ଆଉ ଦୁଇ ଭଉଣୀ ଆସିଲେ ତା'ର ଜୀବନ ରେ । ଏଥର ସାବତ ମା' , ତାକୁ ଏବେ ଭଲ ପାଇଲାନି , ନିଜ ଘରେ ନିଜେ ସେ ହେଲା ଚାକରାଣୀ ।

   ସମୟ ଦୁଃଖ କଷ୍ଟେ ବିତୁଥିଲା । ରୋଜଗାର ପାଇଁ ବାପ ଦିନେ ଅନ୍ୟ ସହରକୁ ଗଲା । ସାବତ ମା' ସାବତ ଭଉଣୀର ଅତ୍ୟାଚାର, ଦିନକୁ ଦିନ ବଢିଲା ଏଥର । ତାକୁ ଖାଇବାକୁ ଦେଲେ ନାହିଁ ସେମାନେ, କାଠ ଆଣିବାକୁ ଜଙ୍ଗଲ ପଠାଇଲେ ସବୁ ଦିନେ । ରାତି ହୋଇଗଲା ଯେବେ ଥରେ,ସିଣ୍ତ୍ରେଲା ରହିଗଲା ଜଙ୍ଗଲରେ । କାନ୍ଦୁଥିଲା ଏକା ଏକା ବସି , କିଏ ଆସି ଦେଲା ତାକୁ ଆଉଁସି । ପଚାରିଲା କଥା କ'ଣ ବୋଲି , ସିଣ୍ତ୍ରେଲା କହିଲା ସବୁକଥା ଖୋଲି ।ସେ ଥିଲା ପରୀ ରାଇଜର ରାଣୀ, କୋଳେଇ ନେଲା ସିଣ୍ତ୍ରେଲାକୁ ଛାତିରେ ଟାଣି । କହିଲା ଯେବେ ତୁ ଡାକିବୁ ,ପାଶେ ତୋର ମୋତେ ତୁ ପାଇବୁ । ପାହି ଆସୁଥିଲା ସକାଳ ଏଥର ଧିରେ ଧିରେ , ପହଞ୍ଚିଲା ସିଣ୍ତ୍ରେଲା ଯାଇ ଘରେ ।

    ଏବେ ଜୀବନ ସହଜରେ ବିତିଲା ସିଣ୍ତ୍ରେଲାର, ତା'ର ଖୁସି ଦେଖି ଚିନ୍ତା ବଢ଼ିଗଲା ସାବତ ମା' ଭଉଣୀଙ୍କର ।ସଂଜ ନଇଁ ଆସୁଥିଲା ଦିନେ, ସିଣ୍ତ୍ରେଲାକୁ କାଠ ଆଣିବାକୁ ବଣକୁ ପଠାଇଲେ ସେମାନେ । ବାଘ ଖାଇ ଯାଉ ବୋଲି ତାକୁ । ପରୀକଥା ଜଣା ନଥିଲା ସେମାନଙ୍କୁ ।ବଣରେ ବସି ବସି କାନ୍ଦୁଥିଲା ସେ କଇଁ କଇଁ, ଆଖ ପାଖେ କେହି କୁଆଡେ ନାହିଁ । ସେଇ କ୍ଷଣେ ପହଞ୍ଚିଲା ସେଠି ପରୀ । ଗେହ୍ଲ କଲା ସିଣ୍ତ୍ରେଲାକୁ ନିଜ ଝିଅ ପରି । ଯାଦୁ କଲା ବାଡି ବୁଲେଇ ଯେବେ ଟିକେ ପରେ , ସିଣ୍ତ୍ରେଲା ଦେଖାଗଲା ରାଜକୁମାରୀ ନୂଆ ପୋଷାକରେ ।

     ଏହି ସମୟରେ ରାଇଜର ରାଜକୁମାର ଶିକାରରୁ ଫେରୁଥିଲେ ରଥରେ , ସିଣ୍ତ୍ରେଲାକୁ ଦେଖି ପଡିଗଲେ ତା' ପ୍ରେମରେ । ନେଇ ଗଲେ ନିଜ ସାଥେ ତାକୁ ରାଜ ମହଲ ବସାଇ ରଥରେ , ଭାଗ୍ୟ ବଦଳିଲା ସିଣ୍ତ୍ରେଲାର ପରୀ ମା' ପାଇଁ ସତରେ । ଏବେ ସେ ରହିଲା ଆନନ୍ଦେ ରାଣୀ ସାଜି ରାଜମହଲରେ , ଦୁଃଖ ତା'ର ଶେଷ ହେଲା ସତେକି ଭାଗ୍ୟରେ ।

     ନିଶ୍ଚିତରେ ସିଣ୍ତ୍ରେଲାର କାହାଣୀ ଖୁବ୍ ହୃଦୟସ୍ପର୍ଶି । ନେଇ ଯାଏ ସେ ତା'ର ଦୁନିଆ କୁ ସଭିଙ୍କୁ ସ୍ବପ୍ନରେ ଆସି । ଖୁସି ଭରି ଦିଏ ସବୁରି ମନେ ଯାଦୁ କଲାପରି । ଆଖି ଆଗରେ ଭାସି ଉଠେ ପରୀର ନଗରୀ । ଭାସମାନ ମହମବତୀ ର ଧୀମା ଆଲୁଅରେ । ହାତ ଠାରି ଡାକୁ ଥାଏ ଯେମିତି ସିଣ୍ତ୍ରେଲା ଗୋଲାପ ମହଲରେ । ସବୁ ଦିନ ସବୁ ରାତିରେ ।   

     


Rate this content
Log in

Similar oriya story from Abstract