STORYMIRROR

Amit Bal

Abstract Fantasy Inspirational

3  

Amit Bal

Abstract Fantasy Inspirational

(୧୬)* ସି- ଫାଇ ମିଷ୍ଟର ଇଣ୍ଡିଆ *

(୧୬)* ସି- ଫାଇ ମିଷ୍ଟର ଇଣ୍ଡିଆ *

3 mins
206

      ଜ୍ଞାନ ବିଜ୍ଞାନ ର ଉନ୍ନତି ସହିତ ଚଳଚ୍ଚିତ୍ର ଜଗତରେ ଅନେକ ପରିବର୍ତନ ହୋଇ ଚାଲିଛି । ଏ ପରିବର୍ତ୍ତନ ଆଜିର ନୁହେଁ । ବହୁ ପୂର୍ବରୁ , କହିବାକୁ ଗଲେ ସ୍ବାଧୀନତା ପୂର୍ବରୁ । ସାଇନ୍ସ ବା ସି ଫିକ୍ସନ୍ ର ଅନେକ କାହାଣୀ ଏ ରୂପେଲି ପରଦାରେ ପ୍ରସାରିତ ହୋଇଛି । ମନକୁ ବି ମୋହିଛି । ବିକଳ୍ପ ପରମ୍ପରା ର ଅନ୍ୟତମ ଅଗ୍ରଦୂତ ସାଜି।

       ଏ ସମସ୍ତ କାହାଣୀ - କଥା ବସ୍ତୁ , ପ୍ରଯୁକ୍ତି କୈାଶଳ ,ଅଭିନବ ଦୃଷ୍ଟି ଭଙ୍ଗୀ କୁ ନେଇ ଲୋକପ୍ରିୟତା ଏବଂ ପ୍ରସିଦ୍ଧି ଲାଭ କରିଛି । ସମାଜର ବିଭିନ୍ନ ସ୍ତର କୁ ନେଇ , ଭିନ୍ନ ଭିନ୍ନ ସମୟର ଏ କାହାଣୀ ମନମୁଗ୍ଧକର । ଯାହାକୁ ଦେଖିବାକୁ ଶିଶୁ କିଶୋର ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ମଧ୍ୟ ଆଗ୍ରହ ପ୍ରକାଶ କରନ୍ତି ବାରମ୍ବାର ।

       ଏଭଳି କାହାଣୀ ମଣିଷ କୁ ନେଇଯାଏ ଭିନ୍ନ ଏକ ସମୟ ତରଙ୍ଗ କୁ । ଯେଉଁଠି ସମ୍ଭବ କରାଯାଏ ସହଜେ ଅସମ୍ଭବ କୁ । ସେଥିରେ ନଥାଏ ବାସ୍ତବ ଅବାସ୍ତବର ତର୍ଜମା । ଅଧିକନ୍ତୁ ଥାଏ କିଛି ଅଲଗା କରିବାର ଉଦ୍ଦୀପନା । 

        ଏପରି କାହାଣୀ ଟିଏ ସୃଷ୍ଟି କରି ତାର ସଫଳ ରୂପାୟନ କରିବା, ଏତେ ସହଜ କଥା ନୁହେଁ । ଏଥିପାଇଁ ଉପଯୁକ୍ତ ଭିଜୁଆଲ ଆର୍ଟ ବା ଦୃଶ୍ୟ କଳା , ପରଫରମାନ୍ସ ବା ଅଭିନୟ କଳା ଏବଂ ଲିଖନ କଳା ଅଥବା ଲିଟେରାରୀ ଆର୍ଟ ର ଆବଶ୍ୟକତା ରହିଛି । ନହେଲେ କାହାଣୀ ଆଦୈ। ଦେଖିବା ଯୋଗ୍ୟ ହେବନାହିଁ ।

        ଅଶୀ ଦଶକରେ ସେହି ପରି ଏକ କାହାଣୀ "ମିଷ୍ଟର ଇଣ୍ଡିଆ "ଦର୍ଶକ ଙ୍କ ମନରେ ଖୁବ୍ ଚହଳ ପକାଇଥିଲା । ସେଥିରେ ବିଜ୍ଞାନ ଓ କଳ୍ପନା କୁ ଅତି ନିଖୁଣ ଭାବରେ ନିର୍ଦ୍ଦେଶକ ଉପସ୍ଥାପନ କରି ସମଗ୍ର ଜନ ମାନସକୁ ଆନ୍ଦୋଳିତ କରି ଥିଲେ । ବିଜ୍ଞାନ ଯୁଗେ ଯୁଗେ ସେମିତି । ଉପଯୋଗ କରି ଜାଣିଲେ, ଅତ୍ୟନ୍ତ ସୃଜନଶୀଳ । ଉଭୟ କଳା ଏବଂ ବିଜ୍ଞାନ ସାଥିରେ । ସ୍ବଅନ୍ତରର ସର୍ଜନାରେ ।

        କାହାଣୀ ରେ ଜଣେ ଯୁବକର ସଂଘର୍ଷମୟ ଜୀବନ ହୋଇଛି ଚିତ୍ରିତ । କିଛି ମିଛ କିଛି ସତ । ଅନ୍ୟାୟ ବିରୁଦ୍ଧରେ , ଭିନ୍ନ ଢ଼ଙ୍ଗରେ । ଦୃଢ଼ ଇଚ୍ଛାଶକ୍ତି ସହିତ,ଭାବନା କୁ କରି ଚିରନ୍ତନ ସତ । ଜୀବନ ସବୁବେଳେ ସେହିପରି , ନୃତ୍ୟ ଗୀତ ସଙ୍ଗୀତ ସାଥେ କିଛିଟା ଅଭିନୟର ଯାଦୁଗରୀ । ତେଣିକି ବାକି କଥା ପରେ । ହୀରୋ ଏକ ସାଧାରଣ ଭାରତୀୟ । ଆଖିରେ ମନରେ ହୃଦୟରେ ତା'ର ବି ସ୍ବପ୍ନର ବଳୟ । ସେ ଏକ ଅଦ୍ଭୁତ ଶକ୍ତି ର ଅଧିକାରୀ । ଜୀବନ କୁ ପାଖରୁ ଦେଖିଛି ସେ ବିଜ୍ଞାନ କୁ ଆୟତ କରି । ଭାଗ୍ୟ ବଶତଃ , ସେ କିଛି ବିଜ୍ଞାନର ସୂତ୍ର କୁ ମଧ୍ୟ କରି ପାରିଛି ଆପଣାର । ତେଣୁ ଜୀବନ ତା' ପାଇଁ ଗୁରୁ ଦାୟିତ୍ବର ଭାର।

          ଅନ୍ଧକାରର ରାଜ୍ୟରେ ଅଶାନ୍ତି ବଢ଼ିବାକୁ ଲାଗିଲେ , ବିପଦ ମାନ ଏକା ସାଥେ ମାଡିଆସନ୍ତି । ସେତେବେଳକୁ ସୁପର ହିରୋର କ୍ବାଲିଟି ରଖିଥିବା ଚରିତ୍ର ନିଜ ଚରିତ୍ର କୁ ମହତ୍ତ୍ଵପୂର୍ଣ୍ଣ କରି , ସାମ୍ନା ରେ ପ୍ରସ୍ତୁତ ରହନ୍ତି ।ସେ ଯୁଦ୍ଧ କରେ ଶତ୍ରୁ ସାଥିରେ ଘରେ ଏବଂ ବାହାରେ କେବେ କେବେ ପୁଣି ଦେଶର ସୀମା ସରହଦରେ । ପାରୁ ପର୍ଯ୍ୟନ୍ତ ପରିସ୍ଥିତି କୁ ରଖି ନିଜ ନିୟନ୍ତ୍ରଣ ରେ । ଆଖିରେ ଚଷମା ପିନ୍ଧିଲେ ସେ ଦେଖିପାରେ ଶତ୍ରୁ ଶିବିର , ନିଜ ଜୀବନକୁ ବାଜି ରଖି ଆଗକୁ ବଢିଚାଲେ ବାରମ୍ବାର ।

         ସେ ଦେଶ ପାଇଁ କିଛି କରିବାକୁ ଚାହେଁ ମିଷ୍ଟର ଇଣ୍ତିଆ ପରି , ଦେଶପ୍ରେମ ହୃଦୟରେ ରହିଛି ତା'ର ବି ଭରି ଭରି । କହିପାରିବା ତାକୁ " ମିଷ୍ଟର ଇଣ୍ଡିଆ ଟୁ " । ସେ ସତ୍ୟ ର ପୂଜାରୀ । ଦେଶପାଇଁ ସେ ଦେଇପାରେ ଜୀବନ ହାରି । ସେ ଅନ୍ୟାୟକୁ ମୁହଁ ତୋଡ ଜବାବ ଦିଏ । ଶତ୍ରୁ ସୈନ୍ୟ ର ଶିବିରରେ ଏକା ଏକା ପଶିଯାଏ । ଦେଶର ପ୍ରଗତି ରେ ସେ ମୁଖ୍ୟ ପୁରୋଧା , ମାନେନା କୈାଣସି ବିଘ୍ନ ବାଧା ।

        ସେ କହେ ରାଷ୍ଟ୍ର ପ୍ରଥମେ ପରେ ବ୍ୟକ୍ତି । ତା' ଦେହରେ କେଉଁଠୁ ଆସେ ଏତେ ଅମାପ ଶକ୍ତି । ସେ ଶକ୍ତିମାନ ସେ ଆର୍ଯ୍ୟମାନ ସେ ମହାନ୍ । ତାକୁ ଦେଖି ଭୟକରନ୍ତି ସବୁ ଯାକ ବେଇମାନ୍ । ସେ ଲଢେ ଦେଶପାଇଁ , ଦୁନିଆ ରହିଥାଏ ତାକୁ ଚାହିଁ । ପିଲା ମାନଙ୍କ ର ସେ ଅତି ନିଜର । ତା ଆଗେ ଫିକା ବାକିସବୁ ହିରୋ ।

        ଜୀବନ ଅଲଗା ମନେ ହୁଏ ତା ସାନିଧ୍ୟରେ । ତା ପାଇଁ ସବୁ କିଛି ସମ୍ଭବ ମନେ ହୁଏ ସତରେ । ସେ ଦେଶରେ ପରିବର୍ତ୍ତନ ଚାହେଁ । ଶିକ୍ଷା ରେ ଉନ୍ନତି ଚାହେଁ । ଲୋକଙ୍କ ମନରେ ଦେଶଭକ୍ତି ଯୋଗାଏ । ସେ କିଛି ବି କରିପାରେ । ଦେଶ ପାଇଁ ମରିପାରେ ମାରିପାରେ ।

       ନିଶ୍ଚିତ ରେ ଆଲୋଚ୍ୟ କାହାଣୀର ହିରୋ ସଫଳତାର ଅଧିକାରୀ । ସେ ଆବଦ୍ଧ ନୁହେଁ ଭାଷା ଏବଂ ଅଞ୍ଚଳକୁ ଧରି । ରକ୍ଷକ ଅବତାରରେ ସେ ଅବତୀର୍ଣ୍ଣ । ଏଥିପାଇଁ ଜ୍ଞାନ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା କୁ କରିଛି ସେ ଆବାହନ । ସବୁରି ହିରୋ ସେ କର୍ମ କୁଶଳତା କୁ ନେଇ, ସମୟ କହିବ ସେ କେତେ କେତେ ହୃଦୟକୁ ପାରିଛି ଛୁଇଁ ।

     



Rate this content
Log in

Similar oriya story from Abstract