STORYMIRROR

Amit Bal

Drama Classics Inspirational

2  

Amit Bal

Drama Classics Inspirational

(୧୨)* ଅଫିସ ଅଫିସ *

(୧୨)* ଅଫିସ ଅଫିସ *

3 mins
109

      କାହାଣୀ ରେ ଅନେକ କିଛି ବିଷୟବସ୍ତୁକୁ ଲେଖକ ସ୍ଥାନ ଦିଏ । କେବେ ରୋମାଞ୍ଚ , କେବେ ପ୍ରେମ । କେବେ ପୁଣି ସରଳ ଗ୍ରାମ୍ୟ ଜୀବନ , ତ ଆଉ କେବେ ସହରୀ ବାତାବରଣ । କାହାଣୀ ବିଶ୍ବାସ ଯୋଗ୍ୟ ହେଲା , ଲୋକପ୍ରିୟତା ଲାଭ କରେ । ଦୀର୍ଘଦିନ ଯାଏ ମନେରହେ ଦର୍ଶକ ଏବଂ ଶ୍ରୋତାଙ୍କ ହୃଦୟରେ । ହୋଇପାରେ ସେ ସିନେମା ଅବା ଟେଲିଭିଜନର କାହାଣୀ । ତିଆରି ହେବା ଦରକାର ଲୋକଙ୍କ ମନକୁ ଜାଣି ।

     ଅନେକ କାହାଣୀ ଲୋକ ଲୋଚନକୁ ଆସିଥାଏ । ପାରିବାରିକ ସଂପର୍କ , ଦୁଃଖ ସୁଖ ,ଭଲମନ୍ଦ କୁ ନେଇ । ଲୋକଙ୍କ ଶସ୍ତା ମନୋରଞ୍ଜନ କରିବା ପାଇଁ । ମାତ୍ର ଖୁବ କମ୍ କାହାଣୀ ର ନିର୍ମାଣ ହୁଏ ,ସମାଜକୁ ନିଜ କାହାଣୀ ମାଧ୍ୟମ ରେ କିଛି ସନ୍ଦେଶ ଦେବାକୁ ଚାହିଁ । ହୋଇ ପାରେ ସେ ସାମାଜିକ ଅବା ବ୍ୟଙ୍ଗାତ୍ମକ । ମଜାଳିଆ ସକରାତ୍ମକ ।

    ଟେଲିଭିଜନ ଇତିହାସରେ ସେଇଭଳି ଗୋଟେ ବହୁ  ଚର୍ଚ୍ଚିତ ମଜାଳିଆ ଧାରାବାହିକ ହେଉଛି ," ଅଫିସ ଅଫିସ " । କୁହାଯାଇପାରେ ଏହା ସମାଜ ଉପରେ ଅବା ସମାଜ ର କାର୍ଯ୍ୟ ଶୈଳୀକୁ ନେଇ ଏକ ବ୍ୟଙ୍ଗ , କଟାକ୍ଷ ।

    ୨୦୦୧ ମସିହାରେ ସବ୍ ଟିଭି ରେ ପ୍ରସାରିତ ଏଇ ଧାରାବାହିକ ଭାରତୀୟ ଟେଲିଭିଜନ ଇତିହାସରେ , ଦର୍ଶକ ମାନଙ୍କ ଦ୍ବାରା ବହୁଳ ଭାବରେ ଆଦୃତ ଏକ ଲୋକପ୍ରିୟ ଧାରାବାହିକ । ନିର୍ଦ୍ଦେଶକ ରାଜୀବ ମେହେରାଙ୍କ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ଏଇ ଅଫିସ ଅଫିସ ଧାରାବାହିକ ଘରେ ଘରେ ପରିଚିତ । ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ପଙ୍କଜ କାପୁର ଅଭିନୟ କରିଥିଲେ । ତାଙ୍କ ଚରିତ୍ରର ନାଁ ଥିଲା ମୁସଡିଲାଲ୍ । ଏଥିରେ ତାଙ୍କୁ ଅଭିନେତା ହେମନ୍ତ ପାଣ୍ଡେ , ମନୋଜ ପାଓ୍ବା ,ସଞ୍ଚୟ ମିଶ୍ର, ଅଭିନେତ୍ରୀ ଅଶ୍ବରୀ ଯୋଶୀ ପ୍ରମୁଖ ସାଥି କଳାକାର ଭାବେ ସହଯୋଗ କରି ଥିଲେ । ସମସ୍ତଙ୍କ ର ଅଭିନୟ ଖୁବ୍ ଉଚ୍ଚ କୋଟୀର ଥିଲା । ଅନେକ ଗୁଡ଼ିଏ ସମ୍ମାନ ରେ ମଧ୍ୟ ଏଇ ଧାରାବାହିକ ସମ୍ମାନିତ ।

    କାହାଣୀ ମୁସଡିଲାଲ୍ ନାମକ ଜଣେ ସାଧାରଣ ଲୋକ ର ନୀତି ଦିନିଆ ଜୀବନକୁ ନେଇ ଆଧାରିତ । ବିଭିନ୍ନ ଚରିତ୍ର କୁ ସେ ନିଜ ଅଭିନୟ ମାଧ୍ୟମରେ ଜୀବିତ କରିବାକୁ ଚେଷ୍ଟା କରିଛି । ଆମ ସମାଜରେ ପ୍ରତିଦିନ ଘଟୁଥିବା ସୁବିଧା ଅସୁବିଧା ପ ତାକୁ କିପରି ହଇରାଣରେ ପକାଉଛି , ସେକଥା ଅତି ନିଖୁଣ ଭାବରେ ନିର୍ଦ୍ଦେଶକ ଏ ଧାରାବାହିକରେ ଚିତ୍ରଣ କରିଛନ୍ତି ।

    କାହାଣୀ ଖୁବ୍ ମଜାଦାର , ତା' ସହ ସମାଜ ଉପରେ ଏକ କଟାକ୍ଷ । କୁହାଯାଇପାରେ ଶିକ୍ଷଣୀୟ ମଧ୍ୟ । ଜଣେ ସାଧାରଣ ବୟସ୍କ ଭଦ୍ରବ୍ୟକ୍ତି, କର୍ମକ୍ଷେତ୍ରରୁ ଅବସର ନେବା ପରେ , ନିଜର ପ୍ରତିଟି କାର୍ଯ୍ୟ ପାଇଁ ଅଫିସ ଅଫିସ ଦଉଡୁଛି । ଅଥଚ ପ୍ରତି ଅଫିସରେ ତା' ସହିତ ଛଳନା କରାଯାଇଛି । କାମ କରିବା ପାଇଁ ତାକୁ ଲାଞ୍ଚ ମଗାଯାଇଛି । ତା'ର ସରଳତାର ସୁଯୋଗ ନେଇ ତାକୁ ଦିନ ଦିନ ଧରି ହଇରାଣ କରାଯାଉଛି । କିନ୍ତୁ ସବୁ କିଛି ମଜାଳିଆ ଢଙ୍ଗରେ, ଯେମିତି ସେ ରାଗି ନ ପାରେ ।

     ଏଇ ଯେପରି ସାମାନ୍ୟ ଲାଇଭ ସାର୍ଟିଫିକେଟ ଟିଏ କାଢିବା ପାଇଁ , ସମସ୍ତ ଅଫିସ ଷ୍ଟାଫ୍ , ଚପରାସୀ ଠାରୁ ଅଫିସର ପର୍ଯ୍ୟନ୍ତ , ଲାଞ୍ଚ ମାଗି ତା' ସହ ଗୋଟେ ମାସ ଖେଳ ଖେଳୁଛନ୍ତି , ପରେ ଲାଞ୍ଚ ନେଇ କାମ କରୁଛନ୍ତି । ଆଉ ଏକ ଅଫିସ କୁ ସେ ନିଜର ପେନସନ କାଗଜ କରିବା ପାଇଁ ଯେବେ ପହଞ୍ଚୁଛନ୍ତି , ସେଠାରେ ମଧ୍ୟ ସେଇ ଅବସ୍ଥା । ପ୍ରତି ଟି ଅଫିସର ଅବସ୍ଥା ଉଣାଅଧିକେ ସେଇଆ । ସେ ବିଶ୍ବାସ କରି ପାରୁ ନାହାଁନ୍ତି ସମାଜର ଏ ଦୂରାବସ୍ଥା କୁ । ଧାରାବାହିକ ଟି ଦେଖିଲେ ମନେହୁଏ ତାଙ୍କ ର କଥୋପକଥନ ସମାଜ ଉପରେ ଯେପରି ଅତି ସ୍ପଷ୍ଟ କଟାକ୍ଷ । ସତରେ କ'ଣ ଆମ ସମାଜର ପ୍ରକୃତ ରୂପ ଆଜି ଏଇଆ । ବିଶ୍ବାସ କରି ହୁଏନା ।

     ଅଫିସ ଅଫିସ ଧାରାବାହିକ ର ପ୍ରତି ଟି ସଂଳାପ ରେ ମଜାଳିଆ ବ୍ୟଙ୍ଗ ଭରପୁର ରହିଛି । ଦର୍ଶକ ହସିହସି ବେଦମ୍ ହୋଇ ଯାଏ । ହେଲେ କାହାଣୀ ସରେନା, ଯେତେ ଦେଖିଲେ ବି ମନ ମାନେନା । ଅଭିନୟ ଜୀବନ୍ତ ମନେହୁଏ । ହୃଦୟ କୁ ଛୁଏଁ । ଅଙ୍ଗେ ନିଭା ଘଟଣା ପରି । ମନରେ ଖୁବ୍ ଉତ୍ସାହ ଭରି ।

    ବାସ୍ତବରେ ଅଫିସ ଅଫିସ ଧାରାବାହିକଟି ଖୁବ୍ ମଜାଳିଆ । ତଥାପି ସଂସ୍କାର ଧର୍ମୀ । ଖୁସିମଜା ସହ ସମାଜକୁ ଭଲ ବାର୍ତ୍ତା ମଧ୍ୟ ଦେଇଛି । ସେଥିପାଇଁ ତ ଏତେ ଲୋକପ୍ରିୟ ହୋଇ ଆଜ ଯାଏ ଜନମାନସରେ ରହିଛି ।     

    


Rate this content
Log in

Similar oriya story from Drama