STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଯୋଡାଏ ଆଖି

ଯୋଡାଏ ଆଖି

1 min
294

କିମିଆ କଲାରେ ମୋତେ ଯୋଡାଏ ଆଖି

ଦେଖୁଦେଖୁ ଆଖି ମୋର ରହିଲା ଲାଖି

ପାଶୋରିଲି ସବୁ ଦୁଃଖ ସେ ଆଖି ଦେଖି ।


ସେ ଆଖିକୁ ଦେଖିବାକୁ କରିଲି ମନ

ତା ପାଖକୁ ଯିବାପାଇଁ ନଥିଲା ଧନ

ଭାବିଲି ମୁଁ ଏ ଜନମେ ହେବନି ଦେଖା

ଦରଶନ ନାହିଁ ମୋର କପାଳେ ଲେଖା

ଚାହୁଁଚାହୁଁ ଉଡିଯିବ ମୋ ପ୍ରାଣପକ୍ଷୀ ।


ମନରେ ସାହସ ବାନ୍ଧି ଚାଲିଲି ବାଟ

ନାମ ତାର ଗାଇଗାଇ ଭୁଲିଲି କଷ୍ଟ

ପତିତପାବନ ଯେବେ ଦିଶିଲା ମୋତେ

ଲାଗିଲା ପହଞ୍ଚିଗଲି ପୁରୀରେ ସତେ

ଅଜଣା ପୁଲକ ହେଲା ମନରେ ମାଖି ।


ସି°ହଦ୍ବାର ଗହଳୀରେ ଗଲି ମୁଁ ହଜି

ଗରୁଡ ପଛରେ ମୋତେ ପାଇଲି ଖୋଜି

ସେଇଠୁ ଦେଖିଲି ସେହି ଦୁଇ ଆଖିକୁ

ଠେଲାପେଲା ସହିସହି ଗଲି ପାଖକୁ

ତା ପାଖରେ ଦେଲି ମୋର ପରାଣ ବିକି ।


Rate this content
Log in

Similar oriya poem from Classics