STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଯନ୍ତ୍ରଣା

ଯନ୍ତ୍ରଣା

1 min
219

ମଣିଷର ଚିରସାଥୀ

ରୋଗ ଆଉ ଯନ୍ତ୍ରଣା

ଲାଗେ ସତେ କାଳ ସାଥେ

ସମୟର ମନ୍ତ୍ରଣା ।

ନୀତି ନୀୟମକୁ ଯଦି

ମାନି ଆମେ ଚଳିବା

ରୋଗ ଆଉ ଯନ୍ତ୍ରଣା କୁ

ସହଜରେ ଟାଳିବା ।

ସହଳ ଉଠିବା ଆମେ

ସହଳ ତ ଶୋଇବା

ପ୍ରତିଦିନ ପ୍ରାଣାୟମ

ଯୋଗ ଆମେ କରିବା ।

ଛୁଇଁବାନି ନିଶାପାଣି

ପାନ ବିଡି ଗୁଟୁକା

ଖାଇବାନି ମଦ ଗଞ୍ଜା

ଅବା ନିଶା ବଟିକା ।

ଭଲ ନୁହେଁ ଦେହ ପାଇଁ

ବେଶି ତେଲ ମସଲା

ରୋଗ ଯନ୍ତ୍ରଣା କୁ ଡାକି

କରେ ଭାରି ଝାମଲା ।

ଚିନ୍ତା ଆଉ ଅବସାଦ

ଯନ୍ତ୍ରଣାର ସାଥିରେ

ଲୁଟିନିଏ ଜୀବନର

ସବୁ ସୁଖ ଶାନ୍ତିରେ ।

ସଞ୍ଜମ ଶୃଙ୍ଖଳା ଆଉ

ଧରମର ବାଟରେ

ଚାଲେ ଯିଏ ପଡେନାହିଁ

ଯନ୍ତ୍ରଣା ର ଯନ୍ତାରେ ।

ଈଶ୍ୱରଙ୍କ ନାମ ଜପ

ମନେ ଭରେ ଶାନ୍ତିରେ

ଯନ୍ତ୍ରଣା ର କବଳରୁ

ମିଳିଥାଏ ମୁକ୍ତିରେ ।



Rate this content
Log in

Similar oriya poem from Inspirational