STORYMIRROR

Gouri Panda

Tragedy

2  

Gouri Panda

Tragedy

ଯନ୍ତ୍ରଣା

ଯନ୍ତ୍ରଣା

1 min
111


ଜୀବନ ଯନ୍ତ୍ରଣା ଅସହନୀୟ 

ମନ ର ଯନ୍ତ୍ରଣା ତା'ଠାରୁ ବଳି। 

ଯନ୍ତ୍ରଣା, ଜର୍ଜରିତ ଜୀବନ ଦୁଆରେ

ବିଚରା ମଣିଷ ଅସହାୟ। 

ଯନ୍ତ୍ରଣା, ବେଦନା କାହାକୁ କହିବା

ମନରେ ଗୁମୁରି କାନ୍ଦିବା ସାର। 

କେତେବେଳେ କେଉଁ ରଙ୍ଗ ରେ ଯନ୍ତ୍ରଣା 

ଆସିବ କେବେ ପ୍ରକାର। 

ଏହି ଯନ୍ତ୍ରଣା ଯେ ରଙ୍ଗହୀନ, ବେରଙ୍ଗ

ତାର ନାହିଁ ଏଠି ଯେ କେହି ସାଙ୍ଗ। 

ଯଦି କେବେ ଆସିଯାଏ ପାଖକୁ ଆମର

ଅକାମୀ କରିବ ବିଭିନ୍ନ ଅଙ୍ଗ ।

ଯନ୍ତ୍ରଣା ରେ ଜଳେ ହୃଦୟ କୁହୁଳେ

ଦେଖି ପାରେ ଖାଲି ନିଜ ନୟନ। 

କୁହୁଳି, କାଙ୍କୁଡି, ବ୍ୟଥା ପାଉଥାଏ

ଧୀରେ ,ଧୀରେ ବ୍ୟଥା ପାଏ ଜୀବନ। 

ଯନ୍ତ୍ରଣା ଏଠି ଅବ୍ୟକ୍ତ, ଅନାବଶ୍ୟକ, 

ତଥାପି ଆସଇ ହୋଇ ଅତିଥି। 

କି ନିଷ୍ଠୁର,କଦର୍ଯ୍ୟ ଏ ଯନ୍ତ୍ରଣା ର କଥା

ପଚାରେ ନା ସେ ଦିନ, ବାର, ତିଥି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy