STORYMIRROR

Kabiratna Nutan Kumar Behera

Comedy

3  

Kabiratna Nutan Kumar Behera

Comedy

ଯମରାଜାଙ୍କୁ ସାବିତ୍ରୀଙ୍କ ସ୍ତୁତି

ଯମରାଜାଙ୍କୁ ସାବିତ୍ରୀଙ୍କ ସ୍ତୁତି

1 min
110

ଆଜି ମୋ ସାବିତ୍ରୀ 

    କରେ ଯାହା ଯମଙ୍କଠାରେ ସ୍ତୁତି 

ଏଠାରେ କରୁଛି 

    ବର୍ଣ୍ଣନା ମୁଁ ଯେ ଛାର ମୁଢମତି। 


ଓଷା ଦିନ ସକାଳୁ  

     ମନ କରି ଯେ ଅତି ନିର୍ମଳ  

ବୁଦ୍ଧିମତୀ ପତ୍ନୀ 

    ମୋର ହୁଅଇ ତ ଚଳଚଞ୍ଚଳ। 


ଉପବାସ ରହି

  ନିଜେ କରେ ସେ ପୂଜା ଆରାଧନା 

ପତିଦେବ ପାଇଁ 

   ମାଗେ ଆୟୁଷ କରି ଯେ ପ୍ରାର୍ଥନା।


ମନେ ଭଜି ଭଜି 

   କରେ ସ୍ତୁତି ଶୁଣ ହେ ଯମରାଜ 

ପତିଦେବ ମୋର 

    ରହିବେ ସଦା ସରଳ ସହଜ।


ଘରେ ବସି ଶୋଇ 

    ଜୀବନକୁ କରୁଥିବି ମଉଜ 

ପରିବାରେ କେହି 

   କହିଲେ କିଛି ହେବେ ସେ ଫଉଜ।


ଟି. ଭି. ପାଶେ ବସି 

   ଦେଖୁଥିବି ସିରିଏଲ୍ ଯେ ନିତି 

ପୁଣି ବେଳେ ବେଳେ

  ଫୋନରେ ଗପିବାରେ ଯିବି ମାତି।


ଫେସବୁକ୍ ଖୋଲି 

   କରୁଥିବି ସାଙ୍ଗ ସଙ୍ଗେ ଚାଟିଙ୍ଗ୍ 

ଶାଶୁ ମୋର ରାନ୍ଧି 

  ଡାକିଲେ କରିବି ମୁହିଁ ଇଟିଙ୍ଗ୍। 


ହୁକୁମ ଯା' ଦେବି 

  ପାଳିବେ ସେ ହୋଇ ଯେ ଆଜ୍ଞାବହ 

ମାଗିବି ମୁଁ ଯାହା 

  ଦେଉଥିବେ ଆଣି ତା' ଅହରହ।


କଥା ପଦେ କେବେ 

   କହିବେ ନାହିଁ କରି ମୋତେ ଟାଣ  

ନହେଲେ ଦେଖିବେ 

   ମୋ ଚଣ୍ଡି ରୂପ ହେବେ ହଇରାଣ।


କଥା ମୋର ହେବ 

   ତାଙ୍କ ପରିବାରେ ବେଦର ଗାର  

ଯେତେ ଯାହା ହେଉ 

   ମାନିବିନି ମୁଁ କାହାଠାରେ ହାର। 


ସେନେହ ଶରଧା 

   ଏଠି ପାଇବେ ମୋ ଭାଇଭଉଣୀ 

ନଣନ୍ଦ ଦିଅର 

  ମୋ ଆଗରେ କରିବେନି ଫୁଟାଣୀ।


ଶାଶୁ କି ଶଶୁର 

   ଯା' କଲେ ରହିଥିବେ ଚୁପ୍ ଚାପ୍ 

ଭୁଲ୍ ଯାହା ହେବ 

   ସବୁବେଳେ କରୁଥିବେ ଯେ ମାଫ୍।


ବାପାମାଆ ମୋର 

  ଦେବେ ମୋତେ ଯାହା ବି କୂଟ ବୁଦ୍ଧି 

ଲାଗି ପଡି ନିଶ୍ଚେ 

  କରୁଥିବି ସବୁବେଳେ ତା' ସିଦ୍ଧି।


ଏତିକି ମାତର 

   ବରଦାନ ଦିଅ ହେ ଯମରାଜ 

ସାବିତ୍ରୀ ବ୍ରତରେ 

  ପୂଜା କରି ମାଗୁଛି ମୁଁ ଯେ ଆଜ। 



Rate this content
Log in

Similar oriya poem from Comedy