ଯେବେ ବନ୍ୟା ଆସେ
ଯେବେ ବନ୍ୟା ଆସେ
ଯେବେ ବନ୍ୟା ଆସେ ଦୁଇ କୂଳ ଲଙ୍ଘି
ନଦୀର ବକ୍ଷରେ ପ୍ଳାବନ
ଉଜୁଡ଼ଇ କେତେ କେତେ ଶସ୍ୟକ୍ଷେତ୍ର
ପୁଣି କେତେ ଧନଜୀବନ
ଏହା ତ ପ୍ରକୃତି ନିୟମ
ନଦୀ ହୁଏ ଖୁସି ସାଗରରେ ମିଶି
ପବିତ୍ର ତାହାର ସଙ୍ଗମ ।
ପ୍ରେମର ବନ୍ୟାରେ ହୁଏ ଉବୁଟୁବୁ
ଯେତେବେଳେ ଏହି ମଣିଷ
ସଂଯମତାର ସେ ବନ୍ଧ ବାଡ଼ ଡିଏଁ
ମନେ ଭରିବାକୁ ସରସ
ମାତ୍ର ପବିତ୍ରତା ନଥାଏ
କାମନା ବାସନା ଚରିତାର୍ଥ ପାଇଁ
କେବଳ ତା' ମନଟି ଧାଏଁ ।
ଈଶ୍ବର ପ୍ରେମରେ ବନ୍ୟା ଯେବେ ଆସେ
ହୃଦୟ ଭକ୍ତିରେ ପ୍ଳାବିତ
ହୃଦୟ ମନ୍ଦିରୁ ତେଜି ମୋହମାୟା
କେବଳ ଈଶ୍ବରଙ୍କୁ ମିତ
ଭାବି ଭାବେ ହୋଇ ମୋହିତ
ନିଜର ସତ୍ତାକୁ ହରାଇ ଦେଇ ସେ
ରହେ ବିଭୁଙ୍କ ପଦାଶ୍ରିତ ।
ଅହମିକା ବନ୍ୟା ଯଦି ଆସିଯାଏ
ଧନ ଜ୍ଞାନ ଅବା ଯଶରେ
ସୁଗଣ ତାହାର ହୋଇଯାଏ ଧୌତ
ନରହି ନିଜ ଆୟତରେ
ନିନ୍ଦିତ ସେ ଜନ ମୁଖରେ
ଉନ୍ନତି ପାହାଚ ଚଢ଼ିବା ହିଁ ବୃଥା
ଏକଥାକୁ ରଖ ମନରେ ।