STORYMIRROR

Binodini Dash

Inspirational

4  

Binodini Dash

Inspirational

ଯେବେ ବନ୍ୟା ଆସେ

ଯେବେ ବନ୍ୟା ଆସେ

1 min
424


ଯେବେ ବନ୍ୟା ଆସେ ଦୁଇ କୂଳ ଲଙ୍ଘି

ନଦୀର ବକ୍ଷରେ ପ୍ଳାବନ

ଉଜୁଡ଼ଇ କେତେ କେତେ ଶସ୍ୟକ୍ଷେତ୍ର

ପୁଣି କେତେ ଧନଜୀବନ

ଏହା ତ ପ୍ରକୃତି ନିୟମ

ନଦୀ ହୁଏ ଖୁସି ସାଗରରେ ମିଶି

ପବିତ୍ର ତାହାର ସଙ୍ଗମ ।


ପ୍ରେମର ବନ୍ୟାରେ ହୁଏ ଉବୁଟୁବୁ

ଯେତେବେଳେ ଏହି ମଣିଷ

ସଂଯମତାର ସେ ବନ୍ଧ ବାଡ଼ ଡିଏଁ

ମନେ ଭରିବାକୁ ସରସ

ମାତ୍ର ପବିତ୍ରତା ନଥାଏ

କାମନା ବାସନା ଚରିତାର୍ଥ ପାଇଁ

କେବଳ ତା' ମନଟି ଧାଏଁ ।


ଈଶ୍ବର ପ୍ରେମରେ ବନ୍ୟା ଯେବେ ଆସେ

ହୃଦୟ ଭକ୍ତିରେ ପ୍ଳାବିତ

ହୃଦୟ ମନ୍ଦିରୁ ତେଜି ମୋହମାୟା 

କେବଳ ଈଶ୍ବରଙ୍କୁ ମିତ

ଭାବି ଭାବେ ହୋଇ ମୋହିତ

ନିଜର ସତ୍ତାକୁ ହରାଇ ଦେଇ ସେ

ରହେ ବିଭୁଙ୍କ ପଦାଶ୍ରିତ ।


ଅହମିକା ବନ୍ୟା ଯଦି ଆସିଯାଏ

ଧନ ଜ୍ଞାନ ଅବା ଯଶରେ

ସୁଗଣ ତାହାର ହୋଇଯାଏ ଧୌତ

ନରହି ନିଜ ଆୟତରେ

ନିନ୍ଦିତ ସେ ଜନ ମୁଖରେ

ଉନ୍ନତି ପାହାଚ ଚଢ଼ିବା ହିଁ ବୃଥା

ଏକଥାକୁ ରଖ ମନରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational