STORYMIRROR

Manorama Mohanty

Inspirational

4  

Manorama Mohanty

Inspirational

ଯୌତୁକ ବ୍ୟାଧି

ଯୌତୁକ ବ୍ୟାଧି

1 min
578



ହେ ସଭ୍ୟ ସମାଜେ ସଭ୍ୟ ନର ନାରୀ 

ଏଥରକ ଜାଗି ଉଠ 

ଭୁଲ କରି ଆଉ ଲଜ୍ଜିତ ହୁଅନି 

ଯୌତୁକ ଟା ପରା ଦୋଷ |


ଜାଣି ଶୁଣି ଯଦି ଭୁଲ କରୁଥାଅ 

ସେଥିରେ ତ ନାହିଁ କ୍ଷମା 

କ୍ଷମା ମାଗି ମାଗି ଲଜ୍ଜିତ ହେବ ଟି 

ବୁଝିପାରୁନାହଁ ଜମା |


ନିର୍ଲଜ ମଣିଷ ଭୁଲ କରି ଚାଲେ 

ଆଗ ପଛ ନାହିଁ ଚିନ୍ତା 

ଅଲଜ୍ୟା ମୁହଁରେ କଥା କହୁଥାଏ 

କଥାରେ ନଥାଏ ସତ୍ତା |


ପ୍ରକୃତି ଖରାପ ମଣିଷ ପାଖରେ 

ଇଜ୍ଜତ ମହତ ନାହିଁ 

ଇଜ୍ଜତ ର ମାନେ ବୁଝେ ନାହିଁ କିଛି 

ସମ୍ପର୍କ ରଖେନା ସେହ

ି |


ନିଜେ ଦୋଷ କରି ଅନ୍ୟ ଦୋଷ ଦେଲେ 

ଲାଭ କି ମିଳିବ କୁହ 

ସବୁ ଦୋଷ ପୁଣି ଭୋଗିବାକୁ ହେବ 

ସମୟ କୁ ଚାହିଁ ରୁହ |


କ୍ଷମା ଅନୁତାପ କରୁଥିବ ତୁମେ 

ଅନ୍ତର ଭିତରେ ରହି 

ଓଠ ଖୋଲି ଯଦି କହିବାକୁ ଚାହଁ 

କାନ୍ଦ କିଆଁ କଇଁ କଇଁ |


ଅନୁତାପ କରି ଦୋଷ ମାଗିନେଲେ 

ସଭିଏଁ ହୋଇବେ ଖୁସି 

ସେହି ଖୁସି ନେଇ ତୁମରି ଜୀବନ 

ଲାଗିବ ଶରଗ ଶଶୀ |


ଛୋଟ ଭୁଲ ପାଇଁ ବଡ ଭୁଲ ହେବ 

ଜୀବନ ହୋଇବ ଧିକ 

ଭୁଲ କରିବାକୁ ଘୃଣା କରି ଶିଖି 

ମଣିଷ ପଣିଆ ରଖ |



Rate this content
Log in

Similar oriya poem from Inspirational