STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଯାଜ୍ଞସେନୀ

ଯାଜ୍ଞସେନୀ

1 min
14.7K


ଦିଲ୍ଲୀପ୍ କୁମାର ଚୌଧୁରୀ



ଜ୍ଵଳନରୁ ଜନ୍ମ ତମ

ଜାଳିପାର ଜଗତକୁ

ଜଳ ପରି ସୃଷ୍ଟି ପାଇଁ

ଲହୁର ବନ୍ୟା

ରକ୍ତର ନଦୀ

ତରଳାଇ ପାର

ଲାଭା ହୋଇ ପଥରକୁ

ତୁମେ ସବୁ ଜାଣ

ସବୁଠି ଜିଣ

କୃଷ୍ଣ ସାଖୀ କୃଷ୍ଣା ତମେ l

ତମେ ଅଗ୍ନି ସମ୍ଭୁତା

ଯଜ୍ଞ ଯୋନିରୁ ଜାତ

ଜଳୁଥାଅ ଚିର କାଳ

ନିଜ ଭିତରେ

ଯାଜ୍ଞସେନୀ ନାମ ନେଇ l

ଅନ୍ଧର ପୁଅ ଅନ୍ଧ

ତମେ କହି ନ ଥିଲ

ବରଂ

ବିପର୍ଯ୍ୟୟର ପ୍ରାକ୍ ସୂଚନା

ଦେଇଥିଲ କୌରବଙ୍କୁ l

ତମର ବସ୍ତ୍ର ହରଣ

ହୋଇ ତ ନ ଥିଲା

ବରଂ ସେମାନେ

ଦେଖୁଥିଲେ

ତମ ଅମଳିନ, ଅସରନ୍ତି

ବସ୍ତ୍ର ଦର୍ପଣରେ

ନିଜ ପରାଜୟରେ

ଶେଷ ଇସ୍ତାହାର l

ଦୁତୀୟ ପାଣ୍ଡବର

ଛତି ଚିରl

ବାହୁ ଉପୁଡା

ଦୁଃଶାସନର ରକ୍ତରେ

ତମେ କେଶ ପଖାଳି

ମୁକ୍ତ କରିଦେଲ

ଯଜ୍ଞରେ ରକ୍ତ ଅର୍ଘ୍ୟ ଦେଇ l

ଗୋଟିଏ ଅନ୍ନ

ଭରିଦେଲା ଅନେକ ଉଦର

ଉଦାହରଣ ଦେଇଥଲ ତମେ

ଲକ୍ଷ୍ମୀ ଅବତାର

କୃଷ୍ଣ ସଖାଙ୍କର l

ପତିକୁ ମୁକ୍ତି

ସଖାକୁ ଭକ୍ତି

ସନ୍ତାନକୁ ଗତି

ଶତ୍ରୁ ନିପାତି

ଯାଜ୍ଞସେନୀ ଅର୍ଜିଲ

ଅକ୍ଷୟ କୀର୍ତ୍ତି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics