STORYMIRROR

Er Subhransu Kumar Behera

Abstract Children Stories Children

3  

Er Subhransu Kumar Behera

Abstract Children Stories Children

ଯାହା ଥିଲା କିନ୍ତୁ ଭାରି ଭଲ ଥିଲା

ଯାହା ଥିଲା କିନ୍ତୁ ଭାରି ଭଲ ଥିଲା

1 min
231

କାଲି ପ୍ଲାଷ୍ଟିକ ବନ୍ଧୁକ ପାଇଁ 

 ମୋ ପରି ରାହା ଧରି କାନ୍ଦିଥିବା ,

 ଯାତ୍ରା ପେଣ୍ଡାଲ ଆଗରେ ... 

 ଯାତ୍ରା ଆରମ୍ଭ ହେବାର ଢେର ଆଗରୁ...

 ପୁରୁଣା ଅଖା ଧରି ବସିଥିବା ...

 ଆମେ ସବୁ ଗାଁ ପିଲା ... 

 ଆଜି ଅସ୍ବଭାବିକ ସ୍ଵଭାବ ... 

ଅଳ୍ପ କଥା କହୁଅଛୁ

 ବେଶ୍ ଗମ୍ଭୀର ରହୁଅଛୁ ,

 ହସରେ ଆକଟ ... ଧରା ପଡ଼ୁଅଛୁ...

 ନିଜେ ବ୍ୟସ୍ତ ସାଜିଅଛୁ..

 ସତରେ ... ସ୍ଵଭାବ ଥିଲା ଯଦିଓ ଅଭାବ ଥିଲା,

 ଯାହା ଥିଲା କିନ୍ତୁ ଭାରି ଭଲ ଥିଲା ।୧।

 ଦୋଳ ଯାତ୍ରା ପ୍ରସେସନ ଯିବା ପାଇଁ

 ସାବୁନରେ ହାତ ଗୋଡ ଧୋଇ ଥିବା,

 ବିନା ଚମଡା ବେଲ୍ଟରେ ବି

 ଫୁଲର ପ୍ୟାଣ୍ଟ୍ ସାର୍ଟରେ ଇନ୍ କରିଥିବା ...

 ଆମେ ସବୁ ଗାଁ ପିଲା ...

 ଘର ଆଗେ କୁଣିଆଙ୍କ ପରି

 ତାଙ୍କ ଗାଁ ପ୍ରସେସନ୍ ଦେଖୁଅଛୁ,

 ମେଳଣ ସାଥେ ବୁଲିଲେ

 କାଳେ ସମ୍ମାନ ବୁଡ଼ିଯିବ ଭାବିଅଛୁ,

 ସତରେ ... ଅବସ୍ଥା ଭଲ ଥିଲା ଯଦିଓ ଅବ୍ୟବସ୍ଥା ଥିଲା,

 ଯାହା ଥିଲା କିନ୍ତୁ ଭାରି ଭଲ ଥିଲା ।୨।

 କେତେ ହରସରେ ହାତେ ହାତ ଛନ୍ଦି

 ଗାଁ ଦାଣ୍ଡେ ଏ ମୁଣ୍ଡ ସେ ମୁଣ୍ଡ ବୁଲୁଥିବା,

 ମୁହଁରେ ଆତ୍ମୀୟତା ହସ ଭରି

 ଭାରି ଆପଣାର ଲାଗୁଥିବା,

 ଆମେ ସବୁ ଗାଁ ପିଲା...

 ଅଭିନବ ଶିକ୍ଷିତର ସ୍ୱଭାବରେ

 ଅନେକ ସଂଜତ ହୋଇଅଛୁ,

 ଭୃକ୍ଷେପ ନ କରି କେହି କାହାକୁ

 ହୃଦୟରେ ଯବନିକା ଆଙ୍କିଅଛୁ,

 ସତରେ... ବିକଳ୍ପ ଥିଲା ଯଦିଓ ସ୍ଵଳ୍ପ ଥିଲା,

 ଯାହା ଥିଲା କିନ୍ତୁ ଭାରି ଭଲ ଥିଲା ।୩।


               

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract