ଯା ରେ ମେଘ ତୁ ଯା ...
ଯା ରେ ମେଘ ତୁ ଯା ...
ଯା ରେ ମେଘ ତୁ ଯା
ଥରେ ଛୁଇଁ ଦେଇ ଆସିବୁ . . .
ତୁ ମୋ ପ୍ରିୟାକୁ ଯା . . .
ଶ୍ରାବଣର ରୁପସୀ ସେ . . .
ଚାହିଁ ବସିଥିବ ନିଶ୍ଚେ ତୋ ପଥକୁ ,
ଯାଇ ତୁ ରିମଝିମ ବର୍ଷାରେ
ଭିଜାଇବୁରେ ମେଘ ତା ଦେହକୁ ;
ଥିରି ଥିରି ହୋଇ କାନେ କହିଦେବୁ ତା’ର
ମୋ ମନର ସବୁ ଅକୁହା କଥାକୁ . . .
ଏବଂ ଆଙ୍କି ଦେବୁ ତା’ର ଗୋରା ଗୋରା ଗାଲେ
ମୋ
g>ଓଠ ଚୁମାକୁ | ତୁ ଝର ଝର ହୋଇ ବରଷି ଯିବୁ ଜମା ଶୁଣିବୁନି ତା’ର କଥା , ଅଳସୀ କନ୍ୟା ଯେବେ ଥରି ଉଠିବ ସେବେ ମୋ ପ୍ରେମର ଅଗ୍ନିରେ ମୁଁ ଭରିଦେବି ତା’ ଶରୀରେ ମିଠା ମିଠା ଉଷ୍ମତା . . . ସୁରୁଜମୁଖୀର ଲାଜୁଆ ଆଖିରେ ମଧ୍ୟ ଭରିଥିବ ଅସ୍ଥିରତା , ମାନ ଅଭିମାନ ତା’ର ସବୁକୁ ଆଦରି ଛାତିରେ ସାଉଁଟି ନେବି ମୁଁ ତା’ ନୀରବତା . . . - ooo -