STORYMIRROR

Manorama Mohanty

Tragedy Classics Others

3  

Manorama Mohanty

Tragedy Classics Others

ଉଠନ୍ତୁ ହେ ମହାଶୟ

ଉଠନ୍ତୁ ହେ ମହାଶୟ

1 min
173


ଏ'କି ଲୀଳା ତୁମ ଆହେ ମହାଶୟ 

    ଥଟ୍ଟା ମଜା ତୁମ ଭଲ ଲାଗୁନି  

ରସିକିଆ ପଣ ପଛକୁ ଥାଉ ହେ 

      ତୁମ ଚତୁରତା ଜଣା ଗଲାଣି |


ଏ ଯାଏ ତୁମର କପଟିଆ ଭାବ 

     ଗଲା ନାହିଁ କି ହେ ଗାଳି ଖାଇକି 

କି ଲାଭ ହୋଇବ ତୋର ରେ କାଳିଆ 

    ସଂସାର ନାଵକୁ ଭାଙ୍ଗି ଦେଇକି??


କାହିଁକି ଭରିଛ ମଣିଷ ଶରୀରେ 

  ରୋଗ ବ୍ୟାଧି ଆଉ ପାପ କଳୁଷ 

 ମାରିବା ତାରିବା ତୁମ ହାତ ଖେଳ 

    ସେଥିପାଇଁ କିବା କରୁଛ ଧ୍ବଂସ?? 


କରିଥିବା କର୍ମ ମାନବ ଭୋଗୁଛି 

     ମାନବୀୟ ଗୁଣ ନାହିଁ ତା ଠାରେ 

ମୋହ ମାୟା ଲବ୍ଧ ତୁଚ୍ଛା ଜୀବନ କୁ 

   ବଞ୍ଚାଇବା ପାଇଁ ଡାକେ ଉଚ୍ଚ ରେ |


ସରବ ସରିଲା କରମ ନ ହେଲା 

    ଧିକ ଜୀବନ କୁ ଭରସା କିସ 

ମରଣ ଦୁଆରେ ସର୍ବେ ଉପଗତ 

    ପୋକ ମାଛି ପରି ହୋଇବେ ଶେଷ |


କର ଅନୁଗ୍ରହ ଗିରିବର ଟେକ

  କାହିଁପାଇଁ ମାୟା ରଚୁଛ ଆଉ 

ତୁମେ ନ ରଖିଲେ କିଏ ବା ରଖିବ 

   ଶରଣ ରକ୍ଷଣ ହେ ମହାବାହୁ |


ଭାବିବାକୁ ଆଉ ସମୟ କାହିଁ ହେ

   ରତ୍ନବେଦୀ ଛାଡି ଆସ ଓହ୍ଲେଇ 

ବେଶୀ ନ ହେଲେବି ଅଳପ ଆଖିରେ 

     ଦେଖ ଠାକୁର ହେ ସୁଦୟା ବହି |


କାରଣ ଦର୍ଶାଅ ନୋଟିସ ଲଗାଇ 

    ଠିକ ଭୁଲ ବାଛ ବିଚାର କରି 

ସୁନ୍ଦର ତୁମର ବିଶ୍ୱବ୍ରହ୍ମାଣ୍ଡ କୁ 

   କଲବଲ କରି ଦିଅନା ମାରି |


ନିଜଗୁଣେ କ୍ଷମା କରିଦିଅ ଏବେ 

   ଅଚିହ୍ନା ରୋଗ କୁ ଦୁରେଇ ଦିଅ 

ଜଗତବାସୀଙ୍କ ଦୁଃଖକୁ ଉଶ୍ବାସୀ 

   ଶରଣ ରକ୍ଷଣ ବାନା ଉଡାଅ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy