ଉଠା ଦୋକାନୀର ଦୁଃଖ
ଉଠା ଦୋକାନୀର ଦୁଃଖ
ଜମି ଆସୁଥିଲା ଦଶରା ବଜାର
ଜମି ଆସୁଥିଲା ଭିଡ
ସବୁ ହସଖୁସି ଉଜାଡି ଦେଲାରେ
ଫାଇଲିନ୍ ବର୍ଷା ଝଡ
ମେଳା ବସିଥିଲା ମଣ୍ଡପ ପାଖରେ
ଜମୁଥିଲା କିଣାବିକା
ଝଡତୋଫାନରେ ରଙ୍ଗ ଧୋଇଗଲା
ସବୁ ହୋଇଗଲା ଫିକା
ମୀନା ବଜାରର ଶିରି ତୁଟିଗଲା
ଦୋଳି ସବୁଗଲା ଛିଡି
ଉଠା ଦୋକାନୀଙ୍କ ବେପାର ବୁଡିଲା
ଦୋକାନ ଗଲାରେ ଉଡି
ଚାଟ୍ ଗୁପୁଚୁପୁ ଡାଲା ଉଡିଗଲା
ଦହିବରା ହେଲା ଖଟା
ଫାଷ୍ଟଫୁଡ୍ ବାଲା କଲବଲ ହେଲେ
ବାସି ହେଲା ପୂଜା ମିଠା
ବୁଢା ଦୋକାନୀଟା କାନ୍ଦୁଥିଲା ବସି
ଆଖିରେ ଆଖିଏ ଲୁହ
ଭାତହାଣ୍ଡିକୁତା ଭାଙ୍ଗିଦେଲା ଝଡ
ଅସମ୍ଭାଳ ତାର କୋହ
ବରଷଟା ସାରା ଏଯାତ୍ରା ସେଯାତ୍ରା
ରାଇଜ ରାଇଜ ବୁଲି
କରେସେ ବେପାର ଚଳେତା ସ°ସାର
ଝଡ କଲା କିଲିବିଲି
ଦୁଃଖ ବୁଝିବାକୁ ତାମନ ଦରଜ
ମାଆଙ୍କୁ ଜଣାଏ ଆସି
ଜଗତ ଜନନୀ ନିଜେ ଅସହାୟ
ଭଙ୍ଗା ମଣ୍ଡପରେ ବସି
