STORYMIRROR

DILIP KUMAR SAHOO

Tragedy

3  

DILIP KUMAR SAHOO

Tragedy

ଉଠା ଦୋକାନୀର ଦୁଃଖ

ଉଠା ଦୋକାନୀର ଦୁଃଖ

1 min
200


     

     ଜମି ଆସୁଥିଲା ଦଶରା ବଜାର

     ଜମି ଆସୁଥିଲା ଭିଡ

     ସବୁ ହସଖୁସି ଉଜାଡି ଦେଲାରେ

     ଫାଇଲିନ୍ ବର୍ଷା ଝଡ


     ମେଳା ବସିଥିଲା ମଣ୍ଡପ ପାଖରେ

     ଜମୁଥିଲା କିଣାବିକା

     ଝଡତୋଫାନରେ ରଙ୍ଗ ଧୋଇଗଲା

     ସବୁ ହୋଇଗଲା ଫିକା  


     ମୀନା ବଜାରର ଶିରି ତୁଟିଗଲା

     ଦୋଳି ସବୁଗଲା ଛିଡି

     ଉଠା ଦୋକାନୀଙ୍କ ବେପାର ବୁଡିଲା

     ଦୋକାନ ଗଲାରେ ଉଡି


     ଚାଟ୍ ଗୁପୁଚୁପୁ ଡାଲା ଉଡିଗଲା

      ଦହିବରା ହେଲା ଖଟା

     ଫାଷ୍ଟଫୁଡ୍ ବାଲା କଲବଲ ହେଲେ

      ବାସି ହେଲା ପୂଜା ମିଠା


     ବୁଢା ଦୋକାନୀଟା କାନ୍ଦୁଥିଲା ବସି

     ଆଖିରେ ଆଖିଏ ଲୁହ

     ଭାତହାଣ୍ଡିକୁତା ଭାଙ୍ଗିଦେଲା ଝଡ

     ଅସମ୍ଭାଳ ତାର କୋହ


     ବରଷଟା ସାରା ଏଯାତ୍ରା ସେଯାତ୍ରା

     ରାଇଜ ରାଇଜ ବୁଲି

    କରେସେ ବେପାର ଚଳେତା ସ°ସାର

    ଝଡ କଲା କିଲିବିଲି 

  

   ଦୁଃଖ ବୁଝିବାକୁ ତାମନ ଦରଜ

   ମାଆଙ୍କୁ ଜଣାଏ ଆସି

    ଜଗତ ଜନନୀ ନିଜେ ଅସହାୟ

    ଭଙ୍ଗା ମଣ୍ଡପରେ ବସି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy