Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Tragedy

3  

KRUTIBAS NAYAK

Tragedy

ଉତ୍ସବ ମଳିକ

ଉତ୍ସବ ମଳିକ

1 min
196


ଅଗଷ୍ଟ ବିପ୍ଲବ ନିଆଁ ଜଳୁଥିଲା ନିମାପଡ଼ା ଥରହର,

ଥାନାକୁ ବିପ୍ଳବୀ ଦଖଲ କରିବେ ଝଣ୍ଡା ଉଡ଼େ ଫରଫର |


ସୁଲକ୍ଷଣା ଜେମା ଆଗେଇ ଆସିଲେ ସାମନ୍ତସିଂହାର ବୋହୂ,

ମାତିଲେ ବିପ୍ଳବୀ ଜୟଧ୍ଵନି ଦେଇ ବାରବାଟୀ ଯାଉଯାଉ |


ଭବାନୀ ଚରଣ ଲୋକନାଥବାବୁ ପଦ୍ମଚରଣ ସାମନ୍ତ,

ପୂର୍ଣ୍ଣଚନ୍ଦ୍ର ସାହୁ ମହେଶ୍ଵରବାବୁ ନେଲେ ବିପ୍ଲବ ନେତୃତ୍ଵ |


ହଜାର ହଜାର ଜନତାଙ୍କୁ ଦେଖି ପୁଲିସ ହେଲେ ତିଆର,

ପଥରୋଧ କରି ଚଳାଇଲେ ଲାଠି ବନ୍ଧୁକ କଲେ ବାହାର |


ଗୁଳିମାଡ଼ ଖାଇ ଆହତ ହୋଇଲେ ବିପ୍ଳବୀ ସତର ଜଣ,

ବନ୍ଦୀହୋଇ କେତେଗଲେ କାରାଗାର ଲଗାଇ ଜୀବନପଣ |


ବିପ୍ଳବୀ ରକତେ ଭିଜିଲା ପଡ଼ିଆ କମ୍ପେ ନିମାପଡ଼ା ମାଟି,

ଗାନ୍ଧୀନାମ ଧରି ଉତ୍ସବ ମଳିକ ଭୂଇଁରେ ପଡ଼ିଲେ ଲୋଟି |

000



Rate this content
Log in

Similar oriya poem from Tragedy