ଉତ୍ସାହ
ଉତ୍ସାହ
ମନ ରେ ଉତ୍ସାହ ରହିଲେ ସବୁ କରି ହେବ
ଅସମ୍ଭବ କାମ ବି ଏଠି ସମ୍ଭବ ହୋଇ ପାରିବ
ଉତ୍ସାହ ରହିଲେ ନିଜ ପ୍ରତିଭା ବିକଶିତ ହୋଇବ
ଦେଶ ବିଦେଶ ରେ ବି ସୁନାମ ଅର୍ଜନ
ହୋଇବ
ଉତ୍ସାହ ନେଇ କର୍ମ କରିଲେ ମନ ରେ
ସ୍ୱାର୍ଥ ରହିବ ନାହିଁ
ପାଇବା ଠାରୁ ବେଶୀ ତ୍ୟାଗ କରିବା ଭାଇ
ମନ ରେ ଉତ୍ସାହ ଥିଲେ ସବୁ କଷ୍ଟ ସହି ପାରିବ
ପରିଶ୍ରମ ର ମୂଲ୍ୟ କୁ ଉତ୍ସାହ ଆମକୁ ଦେବ
ଜୀବନ ରେ କେବେ ଉତ୍ସାହ ହରାଇବା ନାହିଁ
ଉତ୍ସାହ ହିଁ ଆମ ବଳ ହୋଇବ ଜାଣିବା ଭାଇ
ଉତ୍ସାହ ରହିଲେ ସବୁ କାମ ରେ ମନ ଲାଗିବ
ଆମ ଉତ୍ସାହ ଆମ ମୁହେଁ ହସ ଫୁଟାଉ ଥିବ
ଶିଶୁ ଟିଏ ଉତ୍ସାହ ରେ ପାଠ ପଢିଲେ ଆଗକୁ ଯିବ
ନିଜ ଜୀବନ ର ଉତ୍ସାହ ତାକୁ ସଫଳ କରିବ
ଉତ୍ସାହ ବିନା ଉତ୍ସବ ହୋଇ ପାରିବ ନାହିଁ
ଜୀବନ ହେବ ଉତ୍ସବ ମୁଖର ଉତ୍ସାହ ରହିଲେ ଭାଇ
ଶେଷ ନିଶ୍ୱାସ ଯାଏଁ ଉତ୍ସାହ ସଦା ଜାଗ୍ରତ କରିବା
ଆମ ଉତ୍ସାହ ସବୁ କ୍ଷେତ୍ର ରେ ଶୀର୍ଷକୁ ନେବ ଜାଣିବା ll