ଉତ୍କଳୀୟ ମାଟି
ଉତ୍କଳୀୟ ମାଟି
ଏ ମାଟି ଆମ ମାଆ ମାଟି ,
ସ୍ନିଗ୍ଧ ଉତ୍କଳୀୟ ଏ ମାଟି ।।
ଆମେ ଯେ ତା କୋଳ ର ପ୍ରାଣି ,
ବୁକୁରେ ସେ ଦେଇଛି ପ୍ରାଣ ।।
ଏଇ ଯେ ଆମ ଉତ୍କଳୀୟ,
ତା କାୟା ଯେ ସଂସ୍କୃତି ମୟ ।।
ଉଡ୍ର ଓଡ୍ର ନାମ ଛାଡି ଯେ ,
ଉତ୍କଳ କଳିଙ୍ଗ ଗାଏ ଯେ ।।
କାୟା ତାଯେ ପବିତ୍ର ସମ ,
ସାଥେ ବୀର ବିରତ୍ବ ସମ ।।
ଭାଷା ଯେ ତା'ର ସାଂସ୍କୃତିକ ,
ନୃତ୍ୟ ଯେ ତା'ର ଅଲୈ|କିକ,
ମଧୁବାବୁ ଯେ ତାରି ପ୍ରାଣ ,
ଇତିହାସ ଦିଏ ପ୍ରମାଣ ।।
ପାଇକ ଏ ମାଟି ବିଦ୍ରୋହ ,
ସାଇତା ଆଜି ତା ବିଦ୍ରୋହ।।
ଉତ୍କଳୀୟ ମନେ ତା ବଳ ,
ଜାଗିଛି ମନେ ଆଶା ବଳ ।।
କେତେ ଯେ କିର୍ତ୍ତୀରାଜି ତାର ,
ପାଦେ ମୁଁ କରୁଛି ବିଚର ।।
ଜଗତ କର୍ତ୍ତା ର ଏ ସ୍ଥାନ ,
ସାଜେ ସେ ଜଗନ୍ନାଥମୟ ।।
ତାହାରି ହସ ଆମ ଶ୍ଵାସ,
ତାରି ଦୁଃଖ ଆମ ନିଶ୍ଵାସ ।।
ଉତ୍କଳ ଦିଏନା ପିଡନା ,
ଦୁଃଖ ପାଇଁ ଏ ଆଶ୍ଵାସନା ।।
ଏ ମାଟି ଆମ ମାଆ ମାଟି ,
ସ୍ନିଗ୍ଧ ଉତ୍କଳୀୟ ଏ ମାଟି ।।
