STORYMIRROR

ତ୍ରିନାଥ ନନ୍ଦୀ

Others

3  

ତ୍ରିନାଥ ନନ୍ଦୀ

Others

ବାହୁଡ଼ା ଯାତ

ବାହୁଡ଼ା ଯାତ

1 min
184

ବାହୁଡ଼ା ଯାତ ସମୟ ହେଲାଣି ଭାଇ, 

ଜଗନ୍ନାଥ ଫେରିଯିବେ ଆଖିରେ ଲୁହ ଆସିଲାଣି ଜକାଇ।।

ଲକ୍ଷ୍ମୀ ମାଆ ଭାଙ୍ଗିଲେ ନନ୍ଦିଘୋଷ ରଥ ଅଭିମାନ ପାଇଁ,

ହୋଇ ଗଲାଣି ରଥ ଦକ୍ଷିଣ ମୋଡ଼ କାଳିଆର ନିର୍ଦେଶ ପାଇ।।

ଜନମ ବେଦିରେ ଛାଡି କାଳିଆ ଯିବ ଶ୍ରୀ ଗୁଣ୍ଡିଚା ଧାଇଁ,

ସଭିଙ୍କ ଆଖିରେ ଲୁହ ସେଇ ପାଇଁ ।।

ମାଉସୀ ହାତର ପିଠା ପଣା,

ମିଳିବ ନାହିଁ ଆଉ ଏ ବରଷ ।।

ମାଉସୀ ହାତର ପିଠା ପଣା ପାଇଁ, 

ଧାଇଁ ଆସେ କାଳିଆ ନଅ ଦିନ ପାଇଁ ।।

ବାହୁଡ଼ି ଯାଏ ଗୁଣ୍ଡିଚା ମନ୍ଦିରକୁ ସେତ, 

ସଭିଙ୍କ ମନରେ ଦୁଃଖ ଭରି ଦେଇ ସେତ ।।

ବାର ମାସେ ତେର ଯାତ ତାରି ପାଇଁ, 

ରଥ ଠୁ ବାହୁଡ଼ା ଶ୍ରେଷ୍ଠ ଯାତ ତା ପାଇଁ ।।

ବିଚଳିତ ହେଲାଣି ମନ,

ତା ବଡ ଦାଣ୍ଡ ଫେରିବା ପାଇଁ ।।

ବାହୁଡ଼ିବେ କାଳିଆ ସାଆନ୍ତ, 

ମନରେ ଦୁଃଖ ଆସୁଛି ଜକାଇ ।।

ବାହୁଡ଼ା ଯାତ ସମୟ ହେଲାଣି ଭାଇ, 

ଜଗନ୍ନାଥ ଫେରିଯିବେ ଆଖିରେ ଲୁହ ଆସିଲାଣି ଝକାଇ।। 



Rate this content
Log in