Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତ୍ରିନାଥ ନନ୍ଦୀ

Others

4  

ତ୍ରିନାଥ ନନ୍ଦୀ

Others

ଉତ୍କଳୀୟ ମାଟି

ଉତ୍କଳୀୟ ମାଟି

1 min
362


ଏ ମାଟି ଆମ ମାଆ ମାଟି , 

ସ୍ନିଗ୍ଧ ଉତ୍କଳୀୟ ଏ ମାଟି ।। 

ଆମେ ଯେ ତା କୋଳର ପ୍ରାଣି , 

ବୁକୁରେ ସେ ଦେଇଛି ପ୍ରାଣ ।। 

ଏଇ ଯେ ଆମ ଉତ୍କଳୀୟ,

ତା କାୟା ଯେ ସଂସ୍କୃତି ମୟ ।। 

ଉଡ ଓଡ ନାମ ଛାଡି ଯେ , 

ଉତ୍କଳ କଳିଙ୍ଗ ଗାଏ ଯେ ।। 

କାୟା ତା ଯେ ପବିତ୍ର ସମ , 

ସାଥେ ବୀର ବିରତ୍ବ ସମ ।। 

ଭାଷା ଯେ ତା'ର ସାଂସ୍କୃତିକ , 

ନୃତ୍ୟ ଯେ ତା'ର ଅଲୌକିକ,

ମଧୁବାବୁ ଯେ ତାରି ପ୍ରାଣ , 

ଇତିହାସ ଦିଏ ପ୍ରମାଣ ।। 

ପାଇକ ଏ ମାଟି ବିଦ୍ରୋହ , 

ସାଇତା ଆଜି ତା ବିଦ୍ରୋହ।। 

ଉତ୍କଳୀୟ ମନେ ତା ବଳ , 

ଜାଗିଛି ମନେ ଆଶା ବଳ ।। 

କେତେ ଯେ କିର୍ତ୍ତୀରାଜି ତାର , 

ପାଦେ ମୁଁ କରୁଛି ବିଚର ।।

ଜଗତ କର୍ତ୍ତାର ଏ ସ୍ଥାନ , 

ସାଜେ ସେ ଜଗନ୍ନାଥ ମୟ ।। 

ତାହାରି ହସ ଆମ ଶ୍ଵାସ, 

ତାରି ଦୁଃଖ ଆମ ନିଶ୍ଵାସ ।। 

ଉତ୍କଳ ଦିଏନା ପିଡନା , 

ଦୁଃଖ ପାଇଁ ଏ ଆଶ୍ଵାସନା ।। 

ଏ ମାଟି ଆମ ମାଆ ମାଟି , 

ସ୍ନିଗ୍ଧ ଉତ୍କଳୀୟ ଏ ମାଟି ।। 



Rate this content
Log in