ଝରା ଫୁଲ
ଝରା ଫୁଲ
ଫୁଲ ତ ଫୁଲ ସେ ସଭିଙ୍କ ପ୍ରିୟ ଫୁଲ,
ଆପଣାର ବନ୍ଧୁ କୁ ବାନ୍ଧି ରଖେ ତା ପାଖେ ସେଇ ଫୁଲ ।
ବଣରେ ଫୁଟି ମୁଁ ବଣରେ ଝଡିଯାଏ ,
ସହରରେ ଫୁଟି ବି ମୁଁ ଆଜି ଝଡିଯାଏ ।
ମନ ଖୋଜେ ନା ମନର ମଣିଷ କୁ,
କି ଖୋଜେ ନା ମନ ନିଜର ମଣିଷକୁ ।
ଚାହେଁନି ମୁଁ ଇଶରଙ୍କ ପାସେ ମହିବାକୁ,
ଚାହେଁନି ମୁଁ ମଣିଷ ର ମାଳା ହୋଇ ମହିବାକୁ ।
ଚାହେ ମୁଁ ସେଇ ସଚ୍ଚା ମଣିଷ ପାଖେ ମହିବାକୁ,
ଚାହେ ମୁଁ ସେଇ ସେବକର ମାଳା ହୋଇ ମହିବାକୁ ।
ଆଜି ସେଇ ମଣିଷ କୁ ପାରେନି ଖୋଜି ମୁହିଁ ,
ସେପାଇଁ ଯେ ହୋଇଛି ଝରାଫୁଲ ଆଜି ମୁହିଁ ।
ଝରି ଝରି ଯାଏ ମୋ ଜୀବନ ପ୍ରାଣ ,
ମୁଁ ଯେ ସେ ପାଇଁ ଝରା ଭିଜା ପ୍ରାଣି ।
ମୁଁ ଯେ ଆଜି ଝରି ଝରି ଯାଏ ତା ସ୍ରୋତରେ ,
ମୁଁ ଯେ ଆଜି ଝରି ଝରି ଯାଏ ତା ସ୍ରୋତରେ ।
ମୋ ମନ ଯେ ଆଜି ହୁଏନା ପୁରଣ,
ମୋ ସାଥୀ ଯେତେ ଯେ ଆଜି ଝରା ର ଝରଣା ।
ମୁଁ ଯେ ଆଜି ଦୁଃଖିତ ହୁଏ ପାରେନା କେହି ଜାଣି ,
ମୁଁ ଯେ ଆଜି ଦୁଃଖିତ ହୁଏ ପାରେନା କେହି ଜାଣି ।
