ଖ୍ରୀଷ୍ଟ ଦେବ
ଖ୍ରୀଷ୍ଟ ଦେବ
1 min
169
ମିତ ମିତ ସେ ଆମରି ମିତ ,
ବାଣ୍ଟନ୍ତି ଉପହାର ସଭିଙ୍କୁ ସେତ ।
ନଥାଏ ଭେଦ ଭାବ ଅପ୍ରିତ
ହସ ଖୁସି ର ଉପହାର ସଭିଙ୍କ ର ହିତ ।
ସଭିଙ୍କ ନୂଆ ପୋଷାକ ର ବେସ
ଲାଗେ ସତେ ସଭିଙ୍କ ଜନମ ଦିବସ ।
ମିତ ମିତ ସେ ଆମରି ମିତ ,
ବାଣ୍ଟନ୍ତି ଉପହାର ସଭିଙ୍କୁ ସେତ ।।
ବଣଭୋଜି ର ସ୍ବାଦ ରସ ,
ସଭିଙ୍କ ମନେ ଭରି ଦିଏ ହସ ।
ସମୁଦ୍ର ଝରଣା କୂଳ ,
ହୁଅଇ ମିଳନ ବନ୍ଧୁ ପରିଜନ ଙ୍କର ।
ମିତ ମିତ ସେ ଆମରି ମିତ ,
ବାଣ୍ଟନ୍ତି ଉପହାର ସଭିଙ୍କୁ ସେତ ।
ଖ୍ରୀଷ୍ଟ ଦେବ ଙ୍କ ଜନମ ଦିବସ ,
ବଣ୍ଟି ଦିଅନ୍ତି ସଭିଙ୍କୁ ଆଶିଷ ।
ତାରା ଚନ୍ଦ୍ର ଙ୍କ ବୃକ୍ଷ ରାଜି ହସ ,
ଖ୍ରୀଷ୍ଟ ଦେବ ଙ୍କ ଆଗମନ ବାସ ।
ମିତ ମିତ ସେ ଆମରି ମିତ ,
ବାଣ୍ଟନ୍ତି ଉପହାର ସଭିଙ୍କୁ ସେତ ।
