ଉତ୍କଳ
ଉତ୍କଳ
ହେ ଉତ୍କଳ ମଣି
ଉତ୍କଳ ଗୌରବ
ଆହେ ଉତ୍କଳ ରତନ ,
ଓଡିଆ ଭାଷାକୁ
ସାଇତି ରଖିଲ
କରିଣ ବହୁ ଯତନ ।
ଉତ୍କଳ ମାଟିର
ହେ ବୀରପୁରୁଷ
ହୋଇ ରହିଛ ମହାନ ,
ଭୁଲିବେନି କେବେ
ଓଡିଶାର ବାସି
ତୁମରି ମହାନ ଦାନ ।
ଉତ୍କଳ ମାଆର
ସତ୍ ମାନ ପାଇ
ଦେଇଛ ନିଜ ଜୀବନ ,
ହେ ବୀରପୁରୁଷ
ନାହିଁ ତୁମ ଶେଷ
ତୁମେ ଅମର ସନ୍ତାନ ,
ରହିଥିଲ ଅଛ
ଆଉ ରହିଥିବ
ମହୀ ଅଛି ଯେତେ ଦିନ ।
