STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ଉତ୍କଳ ଦିବସ

ଉତ୍କଳ ଦିବସ

1 min
228

ପବିତ୍ର ଉତ୍କଳ ଦିବସେ ଶପଥ ନେବାରେ

ଧର୍ମ କର୍ମ ନ୍ୟାୟରେ ବାଛିବା ସତ୍ୟର ପଥ

ଆମେ ଓଡ଼ିଆ ପୁଣି ଆମ ସଭିଙ୍କ ଓଡ଼ିଶା

ଏମିତି ଗଡୁ ଆଗକୁ ବଢ଼ୁ ଉନ୍ନତିର ରଥ ।।


ପ୍ରଥମ ରାଜ୍ୟ ଓଡ଼ିଶା ଖ୍ୟାତ ଉତ୍କଳ ନାମେ

ଓଡ଼ିଆ ଭାଷା ଆଧାରରେ ନିର୍ମାଣ ହୋଇଛି

ପୁଣ୍ୟ ଉତ୍କଳ ଏଇ ଭୂମିରେ ଚିର ବନ୍ଦନୀୟ

ପ୍ରତି ଓଡ଼ିଆ ଗରବେ ଯହିଁ ମଥା ଟେକିଛି ।।


କଳା ଭାସ୍କର୍ଯ୍ୟ ବାର ମାସେ ପଡେ ତେର ଯାତ

ପ୍ରକୃତି ଦାନ ଖଣି ଖାଦାନେ ବୃଦ୍ଧି ଯା ଶୋଭା

ନୃତ୍ୟ ସଙ୍ଗୀତ ଶିକ୍ଷା ସାହିତ୍ୟ ପୂର୍ଣ୍ଣ ନୈପୁଣ୍ୟ

ରୁଚି ସମ୍ପର୍ଣ୍ଣା ଦିଗନ୍ତ ବିସ୍ତାରି ସତେ କି ମନଲୋଭା ।।


ବୀର ପ୍ରସବିନୀ ଯୁଗେ ଯୁଗେ ଖ୍ୟାତ ଆମରି ଅତୀତ

ବାହ୍ୟ ଶତ୍ରୁ ହାତେ ଆମ ସ୍ବାଧୀନତା ହୋଇଥିଲା ହତ

ଆମ ରାଇଜ ରଜା ବଡ଼ ଠାକୁର ଜଗନ୍ନାଥ ସାଆନ୍ତ

ବଡ଼ ଦାଣ୍ଡ ବଡ଼ ଦେଉଳ ଗର୍ବେ ଉଡେ଼ କାଳିଆର ନେତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational