STORYMIRROR

ଡୁଲେଶ୍ବର କୁମାର ସାହୁ

Comedy

3  

ଡୁଲେଶ୍ବର କୁମାର ସାହୁ

Comedy

ଉତେଇ

ଉତେଇ

1 min
204

ତୁ ନାଚିଆସୁ ତାଳି ମାରି ମାରି

ଚିତ୍କାର ଶବ୍ଦର ଭୟଙ୍କର ରୂପରେ

ବୀରବାଦ୍ୟ ଧରି


ତୁ ଖେଳିଆସୁ 

ଅକ୍ଲେଶ ଭାବରେ ଖୁସିର ଲହରୀ ଧରି

ତୁ ଖୁବ୍ ଚିହ୍ନା ଚିହ୍ନାଠୁ ବି ଆହୁରି ନିଜର

ତୋ ପ୍ରେମ ପ୍ରେମ ନୁହେଁ

ମତେ ବଞ୍ଚିବାର ବାଟ ଦେଖାଇଥିବା

ଅନ୍ଦାଜ୍ ଜୀବନଟେ


ମୁଁ ତୋ ସାଥେ

ଖୁବ୍ ବଦମାସି କରେ

କେବେ ଛଳନାର ମନ୍ଦିର ଗଢିଦିଏ

ପୁଣି ତ କେବେ ପାଗଳାମିଆ କଥା ଭାବି

ତତେ ଧ୍ୱଂସ କରି ବସେ


ତୁ ମତେ ମାରିଦେଇ ପାରୁ

ମୁଁ ତୋ ମାରିବା ଆଗରୁ ମରିଯାଇଥାଏ

ତୁ ମତେ କନ୍ଦେଇ ପାରୁ

ମୁଁ ତୋ କନ୍ଦେଇବା ଆଗରୁ କାନ୍ଦିଦେଇଥାଏ


ଖୁବ୍ ଆପଣାର ସହିତ ଆମେ ଦୁହେଁ

ମୁଁ ଓ ଉତେଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy