STORYMIRROR

Ajita Mishra

Inspirational

3  

Ajita Mishra

Inspirational

ଉଷା

ଉଷା

1 min
410

କିଛି ତାରା ମିଟିମିଟି ହୁଏ

ଭୋର ବେଳାରେ

ଧିରେ ପାଦରଖି

ତୁମେ ଚାଲିଆସ

ମେହେନ୍ଦି ସଜାଇ

ଦରଆଉଜା ଦୂଆରକୁ ଖୋଲ

ଦୁଇ କହୁଣୀରେ

ସତ କହୁଛି ଠିକ୍ ସେତେବେଳେ 

ମୋ ସକାଳ ହସିଉଠେ ତୃପ୍ତିରେ

ସମ୍ଭ୍ରାନ୍ତ ଢଙ୍ଗରେ

ତୁମେ କାନିକୁ ସଜାଡ଼

ପାପୁଲିର ପଛପାଖେ

ଚୂର୍ଣ୍ଣକୁନ୍ତଳକୁ

କାଚ ଓ କଙ୍କଣ ରୁଣୁଝୁଣୁ ହୁଏ

ବିଗତ ଜନ୍ମର ଗୀତଗାଏ

ଲକ୍ଷ୍ମୀ ଠାକୁରାଣୀ ପୂଜାପାଠ ହୁଏ

ଘଣ୍ଟ ଘଣ୍ଟି ଶବ୍ଦ ଦାଣ୍ଡ ଉଛୁଳେ 

ସତ କହୁଛି ମୋ ତୃପ୍ତିର ସକାଳ 

ଏମିତି ନିତି ଦସ୍ତଖତ ଦିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational