STORYMIRROR

Bidyutprabha Gantayat

Inspirational Others

3  

Bidyutprabha Gantayat

Inspirational Others

ଉର୍ବରା ହେବାର ବେଳ

ଉର୍ବରା ହେବାର ବେଳ

1 min
13.7K


କୋଉ ମାଟି କହିଲ

ଆଉ କୋଉ ଆକାଶ

ସେ ଯୁଗରୁ ଏ ଯୁଗ

ଆକାଶ ଲୁହ ଗଡାଉଛି

ଆଉ ମାଟି

ଅନ୍ତସାର ଶୂନ୍ୟ

ପୋକଡ଼ା ଫମ୍ପା ପାଲଟୁଛି ।

ଏ ମର୍ତ୍ତ୍ୟ , ଏ ମୋହ

ସବୁ ମହାକାଶ ର ଧୂଳି

ସ୍ଥିତି ର ଅନୁପସ୍ଥିତିରେ ।

ମହାସାଗର ତଟରେ

ତଥାପି ...ଧାରେ ରଶ୍ମି

ସବୁଜାୟିତ ଦିଗବଳୟରେ

ପତ୍ରଟିଏ ଭାସୁଛି

ସୂର୍ଯ୍ୟ ଅଛି

ଚନ୍ଦ୍ର , ତାରା ରହିଛନ୍ତି

ଏବେ

ଉର୍ବରା ହେବାର ବେଳ ।

***

ଡ ବିଦ୍ୟୁତପ୍ରଭା ଗନ୍ତାୟତ


Rate this content
Log in

Similar oriya poem from Inspirational