Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amaresh Kumar Hanuman

Inspirational Classics Children

4.9  

Amaresh Kumar Hanuman

Inspirational Classics Children

ଉପମା ନୁହେଁ ପର୍ଯ୍ୟାପ୍ତ

ଉପମା ନୁହେଁ ପର୍ଯ୍ୟାପ୍ତ

1 min
518


ପରିବାରେ ଆମେ ସର୍ବେ, ଥାଉ ଏମିତି ଆସକ୍ତ ;

ହୁଏ ନାହିଁ କିଏ କାହା, ପ୍ରତି କେବେ ବିରକ୍ତ ;

ବନ୍ଧା ସର୍ବେ ଏକ ମନ, ଏକ ପ୍ରାଣେ ଏକ ରକ୍ତ ;

ମନ ବନ୍ଧା, ହୃଦ ଖୋଲା ; ସବୁ ବାଧାରୁ ମୁକ୍ତ l (1)


ଆମ ପାଇଁ ବାପା ସଦା, ରହନ୍ତି କର୍ମେ ବ୍ୟସ୍ତ ;

ମାଆ ବ୍ୟସ୍ତ ଆମ ପାଇଁ, ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ;

ସଭିଙ୍କୁ ଦାୟୀତ୍ୱରେ ସେ, କରନ୍ତି ପୁଣି ନ୍ୟସ୍ତ ;

ମାମାନିବାକୁ ହୁଏ ତାଙ୍କ, ଉପଦେଶ ବଡ ଶକ୍ତ l (2)


ଏ ଘର ଆମ ମନ୍ଦିର, ଆମେ ଯେତେ ସବୁ ଭକ୍ତ ;

ଆସିଲେ ଘରେ କେହି ବି, ଫେରିବେନି ରିକ୍ତ ହସ୍ତ ;

ବଡକୁ ଥାଏ ସମ୍ମାନ, ଛୋଟ ପ୍ରତି ସ୍ନେହେ ଲିପ୍ତ ;

ପରିବାର ଅଟେ ଆମ, ଆଶୀର୍ବାଦେ ଅଭିଷିକ୍ତ l (3)


ପରିବାର ଆମ ସଦା, ଥାଉ ପ୍ରେମ ଘେରେ ବ୍ୟାପ୍ତ ;

କି ସୁନ୍ଦରେ ସଜା ଆମେ, ଇନ୍ଦ୍ରଧନୁ ରଙ୍ଗ ସପ୍ତ !

ଛିଣ୍ଡିବନି ଏଇ ପ୍ରେମ, କେଉଁ ଡୋରେ ସେ ସଂଯୁକ୍ତ ;

ବର୍ଣ୍ଣିବାକୁ ମୋ ଘର, ଉପମା ନୁହେଁ ପର୍ଯ୍ୟାପ୍ତ l (4)


ଅମରେଶ କୁମାର ହନୁମାନ

ଭୁବନେଶ୍ୱର-1

ଦୂରଭାଷ : 9861520134


Rate this content
Log in

Similar oriya poem from Inspirational