Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

3  

Chittaranjan Nanda

Inspirational

ଉନ୍ନତ ସ୍ଵଭାବଯୁକ୍ତ ମନୁଷ୍ୟ ଭବ

ଉନ୍ନତ ସ୍ଵଭାବଯୁକ୍ତ ମନୁଷ୍ୟ ଭବ

1 min
150


ସମୟର ଧାରା ଗଡି ଗଡି ଚାଲିଛି 

ଜୀବନରେ ସୁଖ ଦୁଃଖ ତ ରହିଛି ll ୧ ll


ସୁଖ ଦୁଃଖ ଜୀବନର ସ୍ରୋତ ଧାଉଁଛି 

ଆଲୁଅ ତ ଅଛି ଅନ୍ଧାର ବି ରହିଛି ll ୨ ll


ଜୀବନର ଖେଳ ଦୁନିଆରେ ଚାଲିଛି 

କିଏ ସୁଖ ତ କିଏ ଦୁଃଖକୁ ଭୋଗୁଛି ll ୩ ll


ସେ ଦୁଃଖରେ କିଏ ଭାଙ୍ଗି ପଡୁଛି 

ଉପାୟଶୂନ୍ୟ ହାରି ଗୁହାରି କରୁଛି ll ୪ ll


ଦୁଃଖ ସୁଖ ତ ଅଟେ ଲୁଚକାଳି ଖେଳ

ଦୃଢ ରହିଲେ ଜୀବନ ହେବ ଉଜ୍ଜଳ ll ୫ ll


ଊଣା କରିବନି ଯେବେ ତୁମ ଭାବନା

ଉଚ୍ଚ ଭାବନାରେ ହେବନି ବାଟବଣା ll ୬ ll


ମନେରଖ ନିତ୍ୟ ଜଳୁଥାଏ କୁଟିଳ ମନ 

ବିଭିନ୍ନ କାମନାର ବହ୍ନିରେ ଅସ୍ଥିର ମନ ll ୭ ll


ଚାଲିଲେ ଆତ୍ମ ଗର୍ବ ଓ ଅହଂକାରରେ

ବିଷ ଭର୍ତ୍ତି ହୋଇବ ପରଶ୍ରୀକାତରତାରେ ll ୮ ll


ସେ ଭାବନାର ବିଷ ଯଦି ପ୍ରବେଶ କରେ

ପତନର ବେଳ ତିଳ ତିଳ କରି ମାରେ ll ୯ ll


ଦୁଃଖ ବେଳେ ମନ ସଦା ଉନ୍ନତ ରଖିବ  

ପତନ ବେଳାରେ ମଧ୍ୟ ଆଶାର ସୂରୁଯ ମିଳିବ ll ୧୦ ll


ବିବେକ ହାରିଲେ ମତି ହୁଏ ସଦା ମ୍ରିୟମାଣ 

ଭଲ ଛାଡି ଭେଲରେ ଗତି ବିଷମୟ ଜୀବନ ll ୧୧ ll

 

ପଛାଏନି ଆଙ୍କିବାକୁ କେତେ କଳଙ୍କିତ ଚିତ୍ର 

ସୃଷ୍ଟି ହୁଏ ଉଗ୍ରତା ପଣରେ ବିକଳାଙ୍ଗ ଗୋଷ୍ଠୀବୃନ୍ଦ ll ୧୨ ll


ଅଜାଡିଲେ ପ୍ରେମପରଶ ଜୀବନେ ପ୍ରକୃତ ସ୍ୱାଦ ପାଇବ 

ସମାଜରେ ଏକ ଉନ୍ନତ ସ୍ଵଭାବଯୁକ୍ତ ମନୁଷ୍ୟ ହେବ ll ୧୩ ll


ହେ ଶ୍ରେଷ୍ଠ ମଣିଷ ଅମୃତର ସନ୍ତାନ ଗଣ! ଅଭିମାନ ଯଦି ଅଛି କିଛି 

ସୁନ୍ଦରତାକୁ ରୂପରେଖ ଦେବାକୁ ଦୃଷ୍ଟିଭଙ୍ଗୀ ବଦଳାଅ 

ରାଗ ଆତ୍ମ ଗର୍ବ ଓ ଅହଂକାର ଦିଅ ପୋଛି ll ୧୪ ll



Rate this content
Log in

Similar oriya poem from Inspirational