STORYMIRROR

Mamatamanjari Das

Fantasy

4  

Mamatamanjari Das

Fantasy

ଉଡାଣ୍

ଉଡାଣ୍

1 min
341

ଅସ୍ତିତ୍ବର ଲଢେ଼ଇରେ ଏଠି

କିଏ ଜିତେ ପୁଣି କିଏ ହାରେ

ବୁଝିବାକୁ କାହାର ଅଛିବା ସମୟ ,

ଏଠିତ ସମସ୍ତେ ଉଡାଣ୍ ରେ ମସଗୁଲ୍

ସୃଷ୍ଟି କରିବାକୁ ନିଜ ପରିଚୟ ।


ଖୁସିରେ ଉଛୁଳୁ ଥିବା ଲୋକବି

ଏଠି କେବେ ପଚାରେନି

ଭୋକିଲା କୁ ତା' ଭୋକର ଭାଷା

ଏଠି ତ ଉଡାଣ୍ ରେ ବ୍ୟସ୍ତ ସବୁ

ଦୂର ଦୀଗନ୍ତ ଯାଏ ଉଡିବା

ବୋଧହୁଏ ସଭିଙ୍କର ନିଶା ।


ସମ୍ପର୍କର ପୃଥିବୀଟା ବୁଲେ ଏଠି

ବୁଲେ ସବୁ ଚିହ୍ନା ଚିହ୍ନା ମୁହଁ

ନିଜର ବି ଲାଗନ୍ତି ପର ଏଠି

ଉଡାଣ ରେ ମସଗୁଲ୍ ମଣିଷ

କାହା ପାଖେ ନଥାଏ ସମୟ ।


ସେବା ଆଉ ତ୍ୟାଗର ଦାଣ୍ଡରେ ଏଠି

ଚାଲେ ନିତି ଲୁଚକାଳୀ ଖେଳ

ଧର୍ମ କି ଅଧର୍ମ ବୁଝିବା ପାଇଁ

ଏଠି କାହାରି ପାଖେ ନଥାଏ ଟିକିଏ ବି ବେଳ ।


ସନ୍ତାନକୁ ଜନ୍ମଦେଇ ମାଆ ଏଠି

କର୍ତ୍ତବ୍ୟ ତା'ଭୁଲିଯାଏ

ଆୟା ହାତେ ସନ୍ତାନକୁ ଟେକିଦେଇ

ନିଜର ମାତୃତ୍ୱକୁ ଭୁଲି

ସଦା ଉଡାଣ୍ ରେ ବ୍ୟସ୍ତ ଥାଏ ।


ଡରଲାଗେ ଏଠି ନିଜ ସଂସାର ରେ

ନିଜେ ଚଳିବାକୁ

ଚାରିଆଡେ ଏଠି ଉଡାଣ୍ ର ଭୟ

ସମ୍ପର୍କ କୁ ଭୁଲି ସଂସାର ର ପ୍ରତିଟି ବ୍ୟକ୍ତି ଆଜି

ଉଡାଣ୍ ରେ ବ୍ୟସ୍ତ ,

ସୃଷ୍ଟି କରିବାକୁ ନିଜ ପରିଚୟ ।



Rate this content
Log in

Similar oriya poem from Fantasy