ତୁମପାଇଁ
ତୁମପାଇଁ
ଯଦି କେବେ ଜହ୍ନ ଉଇଁଆସେ
ତୁୁୁମ ଗାଆଁ ମଲାନଈ କୂଳେ
ଭାବିନେବ ଚାଲିଗଲି ମୁହିଁ
ମଶାଣିରେ ଯେବେ ଚିତା ଜଳେ ।
କାନ୍ଦିବନି ପ୍ରିୟତମା ମୋର
ଏକା ଏକା ବିଜନ ବେଳାରେ
ତୁୁୁମ ସାଥେ ହୋଇଥିଲା ଦେଖା
ଗୋଧୂଳିର ଅଶୁୁୁଭ ଲଗ୍ନରେ ।
ଭୁଲିଯିବ ହଜିଲା ଅତୀତ
ଯେତେ ସବୁ ମାନ ଅଭିିମାନ
କିିିଏ ଜାଣେ ଆର ଜନମରେ
ହେବ କିବା ନହେବ ମିିିଳନ ।

