STORYMIRROR

Kalpana Kumari Pradhan

Romance

3  

Kalpana Kumari Pradhan

Romance

ତୁମକୁ ବୁଝିଛି

ତୁମକୁ ବୁଝିଛି

1 min
449

ତୁମକୁ ଜାଣିଛି ତୁମକୁ ପାଇଚି

         ତୁମକୁ ଚିହ୍ନିଛି ବୁଝିଚି ସତେ

ତୁମକୁ କହୁଛି ଆଜି ମୁଁ ବୁଝିଚି 

          ତୁମ ଭଲ ପାଇବଟା କେତେ


ବୁଝି ମୁଁ ନଥିଲି କହି ତୁମକୁ ବୁଝିଚି

          ସେହି ତୁମ ଓଠ ନିରବତା

ନିରବତା ତଳେ ଅସୁମାରୀ ସ୍ନେହ

          ପ୍ରେମ ବୋଳା ସେଇ ମିଠା କଥା


ହୋଇ ପାରେ ସିନା ଓଠ କଥା ମିଛ

          ମିଛ ନୁହେଁ ହୃଦୟର ସେ ଚିନ୍ତା

ପାଇଛି ଆଜି ମୁଁ ସ୍ୱର୍ଗୀୟ ଆନନ୍ଦ

           ବର୍ଣ୍ଣି କି ପାରିବି ତା ଆଦି ଅନ୍ତ


ତୁମ ପଦ ତଳେ ଶୋଭା ପାଉଥିବି

           ସଦ୍ୟ ପ୍ରସ୍ଫୁଟିତ ପୁଷ୍ପ ଗୁଚ୍ଛ ପରି

ଜୀବନକୁ ସତେ ମହାକାଇ ଦେବି

           ପ୍ରୀତିର ସୁଗନ୍ଧ ପୁଷ୍ପେ ପୁଷ୍ପେ ଭରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance