STORYMIRROR

SUJATA DAS

Romance Action

4  

SUJATA DAS

Romance Action

ତୁମେ

ତୁମେ

1 min
375


ଶୂନ୍ୟତାର ବ୍ୟଥା

  ବାରବାର ଆସି

    ହୃଦୟକୁ ଦିଏ ଛୁଇଁ

ତଥାପି ହୃଦୟ

   କାହିଁକି କେଜାଣି

     ଝୁରିହୁଏ ତୁମ ପାଇଁ.


ତାରାଫୁଲ ମେଳେ

  ହସେ ଯେବେ ଜହ୍ନ

    ତୁମ ଛବି ଯାଏ ଦିଶି

ଅବୁଝା ହୃଦୟ

  ଅଝଟ ପଣରେ

    ଅଭିମାନେ ଯାଏ ରୁଷି.


ରାତି କହେ ମୋର

  ନିଦ କହେ ମୋର

    ସପନ ବି କହେ ମୋର

ତଥାପି କାହିଁକି

  ଜହ୍ନର ଆସକ୍ତି

    ହୃଦୟରେ କରେ ଘର.


ଭାବରୁ ଯନ୍ତ୍ରଣା

  ନିଷିଦ୍ଧ କାମନା

     ବୈଶାଖୀର ତାତି ଭରେ

ଧୂସର ସ୍ବପ୍ନର

   କଳ୍ପନା ସାମ୍ରାଜ୍ୟ

     ଅଦୃଶ୍ୟରେ ହାତ ଠାରେ.


ମନ ସିନା ଖୋଜେ

   ଉଦାସୀ ପ୍ରହରେ

      ହୃଦ ଖୋଜେ ପ୍ରତୀକ୍ଷଣେ

ପ୍ରତାରିତ ସ୍ବପ୍ନ

   ହୁଏ ଉଦ୍ଜୀବିତ

     ରାତ୍ରୀ ମିଥ୍ୟା ଆମନ୍ତ୍ରଣେ.।।


Rate this content
Log in

Similar oriya poem from Romance