Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saswati Karpradhan

Romance Others

1.6  

Saswati Karpradhan

Romance Others

ତୁମେ

ତୁମେ

1 min
13.6K


ଏକା ଏକାର ଏଇ ଜୀବନେ

ତୁମ ପରି ମଣିଷ ଖୋଜୁଥିଲି କାହିଁ କାହିଁ

ମଝି ବାଟରେ ଏତେ ସହଜରେ

ଅଜାଣତରେ ଗଲି ପାଇ

ମଉଳା ଜୀବନ ମହକି ଉଠିଲା

ତୁମରି ପରଶ ପାଇ

ଏ ମହକ କେବଳ ତୁମରି ପାଇଁ..

ମରୀଚିକା ପଛରେ ଧାଇଁ ଧାଇଁ ମୁଁ

ଛଳନାରେ ବଞ୍ଚିଥିଲି

ମୁକ୍ତିର କିରଣ ପାଇବା ପାଇଁ କି

ସତେ ତୁମ ଅପେକ୍ଷାରେ ଥିଲି..

ଆଜି ସବୁ ଆକର୍ଷଣ ଭୁଲି ତୁମ କୋଳ ଆଦରିଲି

ଏ ଜୀବନେ ତୁମେ ହିଁ ଆସିଲ ବୋଲି..

ପ୍ରାଣଭରା ସ୍ନେହରେ ଆପଣାର କରି

ଏମିତି ସବୁଦିନ ରଖିଥିବ,

ଏ ଜୀବନର ପ୍ରତିଟି ମୋଡ଼ରେ

ସାଥି ! ହାତ ମୋର ଧରିଥିବ..

ଭୁଲିଯିବି ସବୁ ମିଛ-ମାୟାର ବନ୍ଧନ

ହେଲେ...ତୁମ ସଙ୍ଗ ନ ତୁଟିବ...।

-ଶାଶ୍ବତୀ କର


Rate this content
Log in

More oriya poem from Saswati Karpradhan

Similar oriya poem from Romance