STORYMIRROR

Manaswini Dash

Tragedy Inspirational

3  

Manaswini Dash

Tragedy Inspirational

ତୁମେ ଓ ମୁଁ

ତୁମେ ଓ ମୁଁ

1 min
243

ଜାଣିଛ ତୁମେ ଦିନେ ଥିଲ ମୋ ହସର ରହସ୍ୟ 

ତୁମେ ଥିଲ ମୋ ତାଜମହଲର ପ୍ରଜ୍ବଳିତ ଦୀପ 

ତୁମେ ଥିଲ ବର୍ଷାବୁନ୍ଦା ମଧ୍ୟେ ଉଷ୍ମତାର ସ୍ପର୍ଶ 

ସବୁ ପ୍ରଗତି ଭିତରେ ଥିଲା ତୁମ ପ୍ରେରଣାର ରୋମନ୍ଥନ 

ସବୁ ସଫଳତା ଭିତରେ ଥିଲା ତୁମ ଉତ୍ସାହର ଅସମାପ୍ତ ଇନ୍ଧନ 

ଆଜି ତୁମ ପାଇଁ ମତେ ଛଳନାର ହସ ହସିବାକୁ ହୁଏ 

ବାନ୍ଧିବାକୁ ହୁଏ ଅନେକ ଯୁଗର ଭବିଷ୍ୟତ ସ୍ୱପ୍ନ 

ଚାହିଁଲେବି କାନ୍ଦିପାରେନା ତୁମ ଆଗେ 

କାରଣ ମୋ ଲୁହ ଲୋଟିନେବ ତୁମ ବଞ୍ଚିବାର ଆଗ୍ରହ 

କାଲି ହସୁଥିଲି, ଆଜିବି ହସୁଛି ଆଉ ଆସନ୍ତା କାଲିବି ହସୁଥିବି 

ତଫାତ ତ କେବଳ ସମୟରେ ଅଛି ହେଲେ ସମ୍ପର୍କରେ ନାହିଁ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy