ତୁମେ ଗୋ ଆଷାଢ଼ୀ
ତୁମେ ଗୋ ଆଷାଢ଼ୀ
ତୁମେ ଗୋ ଆଷାଢ଼ୀ ପାହାଡି ନଈ
ମୌସୁମୀ ଆସିଛି ନାଚୁଛ ଡେଣା ମେଲାଇ
ପକ୍ଷ ତୁମ ଦୁଇ କୂଳ ଖାଇ କୂଳ ଲଙ୍ଗଇ
ଶାନ୍ତ ହୁଅ ଲଳନା କାହିଁ ଆନମନା
ଚାତକିନୀ ପରି ବରଷା ବାରିକୁ ପିଇ
ଆଲ୍ହାଦିନୀ ହୁଅ ଏତେ ଅଢେଇ ଦିନକ ପାଇଁ
ତୁମେ ଗୋ ମନୋଇ ଶ୍ରାବଣେ ଶ୍ରାବଣୀ ହୋଇ
ଦେଖ ଦୁନିଆଁର କିମିଆଁ ଏହି
ଜୀବନ ସଉଦା ଭରି ଉଡାସିଆ ଦୁଇ କୂଳ ଛୁଇଁ
ଚକାଭଉଁରୀ ଖେଳି ଖେଳିକା ଆସଗୋ ଧାଇଁ
ଜୀବନ ଗୀତିକା ଗାଇବା ମିଶିକା
ଆଶା ଅସୁମାରୀ ମନ ସିନ୍ଦୁକେ ଥୋଇ
ଦୁଃଖର ଦହନ ସୁଖର ସପନ ଏକାକାର କରି
ନିଅ ସାଥିରେ ବାହି ଜାଣି ଶୁଣି ଅଜଣା ହୁଅନା ମିତଣୀ ତୁହି
ତୋ ଧର୍ମ ତତେ ମୋ ପାପ ମତେ
ତଥାପି ଲାଗୁତୁ ମୋ ଗତିପଥରେ ଜଣେ ତୁ ହୋଇ
ମଣିଷ ଜୀବନେ ଆସୁଥା ଏମିତି ଦି ଦିନ କୁଣିଆ ହୋଇ
ହସି ହସାଇ ଆଗକୁ ବହିଯା ତୁହି
ତୋ ଉପରେ ଭରସା କରି ମେଣ୍ଟେ ତୃଷା
କାମନା ବାସନା ରହିତ ପୁଣ୍ୟ ଦେହୀ
ବିହି ଲେଖିଥିଲା ବହି ଆଷାଢ଼େ ଆସିବୁ ଡେଣା ଲଗାଇ
ଆଷାଢ଼ୀ ସୂତାରେ ଭାବ ଗଣ୍ଠି ପକାଇ
ଶିଖି ଶିଖାଇବା ଭାବ ପୀରତିର ମୂର୍ଚ୍ଛନା ଗାଇ ।
