STORYMIRROR

Udaya bhanu Rout

Abstract Fantasy Inspirational

3  

Udaya bhanu Rout

Abstract Fantasy Inspirational

ତୁମେ ଗଲା ପରେ

ତୁମେ ଗଲା ପରେ

1 min
297


ବସନ୍ତ ବାସୁନି   ମଳୟ ବହୁନି

    ତୁମେ ସାଥୀ ଗଲା ପରେ

ସ୍ମୃତିର ଶାମୁକା ସାଉଁଟି ରଖିଛି

    ପ୍ରେମ ନଦୀ ଧାରେ ଧାରେ ।। ୧।

କରିନି ନିଜର   ଆଉ ମୁଁ କାହାକୁ

    ତୁମେ ସାଥି ଗଲା ପରେ

ହବାକୁ ଦେଇନି ନିଜର କାହାକୁ

       ଫେରି ଆସ ତୁମେ ଥରେ ।।୨।

ବିରହେ ତୁମରି   ହରେଇ ଚାଲିଛି

            ଜୀବନର ସବୁ କିଛି

ଜୀବନ ଲାଗୁଛି        ପୁରା ଶୁନ ଶାନ୍

             ତୁମେ ବିନା କଣ ଅଛି ।।୩।

ପାରୁନି ଭୁଲି ମୁଁ    ତୁମକୁ ମନରୁ

                କେମିତି  ଭୁଲିବି କୁହ

ପାରୁନି ବୁଝେଇ ଆଖିକୁ ମୋହର

             ନିରୋଳାରେ  ଝରେ ଲୁହ ।।୪।

ଏତିକି ଜାଣିଛି ପ୍ରେମ ମୋ ଅମର

 ପାରିବେନି କେହି ମାରି

ଶାଶ୍ଵତ ପ୍ରେମ ମୋ କିଏ ସେ କେମିତି

   ପାରିବେ ଅଲଗା କରି ।। ୫।

ଜାଣିଛି ଫେରିବେ   ଶ୍ରାବଣ ବର୍ଷାରେ

                 ଫଗୁଣର  ଫଗୁ ରଙ୍ଗେ

ପୁନେଇ ରାତିର ଚାନ୍ଦ ଜୋଛନାରେ

    ଲୋଟି ଯିବ   ମୋର  ଅଙ୍ଗେ ।।୬।

ଫେର କି ନଫେର    ଫେରିବା ବାଟକୁ

    ରହିଥିବି      ପ୍ରିୟା ଚାହିଁ

ଲେଖିବି କବିତା  ସଞ୍ଜ ନଇଁ ଗଲେ

       ଯାଉଥିବ ରାତି ପାହି ।।୭,।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract