STORYMIRROR

Panchanan Jena

Tragedy

3  

Panchanan Jena

Tragedy

ତୁମେ ଆସିବ

ତୁମେ ଆସିବ

1 min
154

ତୁମେ ତ ଆସିବ ବୋଲି

ମନରେ ମୂର୍ଚ୍ଛନା ତୋଳେ ହୋଲି

ତାରାଫୁଲରେ ହସେ ଆକାଶର ଅଗଣା

ମୃଦୁ ମନ୍ଦ ମଳୟ ବିଞ୍ଚୁଥାଏ ପ୍ରୀତିର ବିଞ୍ଚଣା

ମୁରୁକି ହସନ୍ତି ଜାତିଜାତିକା ଫୁଲ

ଅପେକ୍ଷା ସଞ୍ଜବେଳ

ହୋଇଯାଏ ମହ ମହ ବାସ୍ନାମୟ ସ୍ଵପ୍ନିଳ ଫେନିଳ |

ତୁମେ ତ ଆସିବ ବୋଲି

ଶନିବାର ଆସି ହେଲାଣି କାଲି

ବାରମ୍ବାର ସଜଉଛି ନିଜକୁ ହୋଇ ଆନମନା

ମୁରୁକି ହସରେ କରୁଛି ଦର୍ପଣର ଆମନା ସାମନା

ସଜେଇ ରଖିଛି ବାସର ରାତିର ଶେଯ ଶରସ

ମନେ ମନେ ଭାବୁଅଛି

ପ୍ରଥମ ମିଳନର ଆଉଥରେ ପୂର୍ଣ୍ଣ-ପ୍ରୟାସ |

ତୁମେ ତ ଆସିବ ବୋଲି

ପ୍ରଶ୍ନବାଣ ଆସୁଛି ଠେଲି ପେଲି

କାମର ବାହାନାରେ ଦେଖୁଛି କାନ୍ଥ ଘଣ୍ଟାକୁ ବାରମ୍ବାର

ପରଦା ଚିରି ଅଗଣା ଡେଇଁ ନୟନ ଖୋଜେ ମୋର

ନଣନ୍ଦର ଟାହିଟାପରା

ପଡୋଶୀ ଭାଉଜର ପରିହାସର ପସରା

ମିଠାଳିଆ ଲାଜରେ ମୁଁ

ଭିଜୁଥାଏ ସପ୍ତାହ ସାରା |

ତୁମେ ଆସିଗଲେ କାହିଁକି କେଜାଣି

ମୁଁ ବୁଡିଯାଏ ଲାଜ ସରମରେ

ଆଖି ନଇଁ ଯାଏ ଧୀରେ ଧୀରେ

ସାହସ କୂଳେନା ସାମ୍ନା ହେବାକୁ

ଡର ଲାଗେ ତୁମ ଜଙ୍ଗଲି ଦୁଷ୍ଟାମିକୁ |

ମାତ୍ର ମୁଁ ଜାଣେ!

ତୁମେ ଆସିବ ସପ୍ତାହନ୍ତେ ବୋଲି

ତୁମକୁ ଅପେକ୍ଷା କରିବା

ତୁମ ଆସିବା ବାଟକୁ ଚାହିଁ ବସିବା

ବିରହିଣୀ ଚକୋରୀର ଉତ୍କଣ୍ଠା ନେଇ

କେତେ ସୁଖ କେତେ ତୃପ୍ତି ମିଳଇ

ମୁଁ ହି ଜାଣେ

ମୁଁ ହି କେବଳ ଜାଣେ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy