STORYMIRROR

Sudhir Kumar Panda

Romance

2  

Sudhir Kumar Panda

Romance

ତୁମ ଠିକଣା

ତୁମ ଠିକଣା

1 min
7.5K


ସୁଦୂର ପୁଷ୍କରଣୀରେ

କାଚକେନ୍ଦୁ ପାଣି

ଢଳଢଳ ପଦ୍ମ।

ପଦ୍ମ ତଳେ

ସାତ ତାଳ ପଙ୍କ

ପଙ୍କ ତଳେ

ସୁନାର ଫରୁଆ।

ଫରୁଆ ଭିତରେ ହୃଦ

ନୀଳ ସୁନୟନା।

ପୁଷ୍କରିଣୀ ଠିକଣା ଅଜଣା....।

ଯେତେ ପଥ

ସେତେ ବାଟବଣା..

ଭୂରୁଭୂରୁ ପଦୁଅଁ ମହକ

ଗୁଣୁଗୁଣୁ ଭ୍ରମରର ଭ୍ରମ

ସାରା ରାତି ଶୁଆଇ ଦିଏନା।

ସତ୍ୟ ବିକି ସ୍ବପ୍ନ କିଣେ

ସ୍ଵପ୍ନ ପାଇଁ ତନ୍ଦ୍ରା ଭିଣେ

ତନ୍ଦ୍ରା କାଳେ ଠାରିଦେବ

ରାସ୍ତାର ସୂଚନା।

© ସୁଧିର, ବ୍ରହ୍ମପୁର,୯୩୩୭୭୮୨୯୧୨


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Romance