STORYMIRROR

kamal kumar dash

Romance

3  

kamal kumar dash

Romance

ତୁମ ପ୍ରୀତି ଅପାସୋରା

ତୁମ ପ୍ରୀତି ଅପାସୋରା

1 min
287


ତୁମେ ମୋ ପ୍ରେମର ମଧୁର ସଙ୍ଗୀତ 

   ମନେ ମନେ ଗାଉଥାଏ 

ଆଉ କିଏ ତୁମେ  ଟିକିଏ ଗାଇଲେ 

   ସତରେ ମୁଁ ରାଗିଯାଏ (1)

ଜାଣେନା କାହିଁକି  ମୋ ସବୁ କଳ୍ପନା 

   ତୁମ ଠାରେ ସରିଯାଏ 

ଆଉ କା ମନ ରେ  ତୁମକୁ ଦେଖିଲେ 

   ସତରେ ମୁଁ ରାଗିଯାଏ (2)

ମୋ ମନରେ ତୁମେ  ମୋ ଆଖିରେ ତୁମେ 

     ଆସୁଥାଅ ସପନରେ 

ଆଉ କା ସପନେ   ତୁମକୁ ଦେଖିଲେ 

     ସତରେ ମୁଁ ରାଗିଯାଏ (3)

ତୁମେ ମୋ ଜୀବନ   ତୁମେ ମୋର ଧନ 

     ପ୍ରଭୁଙ୍କ ଆଶିଷ ଧାରା 

କାହାକୁ ଦେବିନି     ବାଣ୍ଟି ପାରିବିନି 

    ତୁମ ପ୍ରୀତି ଅପାସୋରା (4)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance