STORYMIRROR

BHAGIRATHI SETHI

Romance

2  

BHAGIRATHI SETHI

Romance

ତୁମ ପାଇଁ

ତୁମ ପାଇଁ

1 min
115


ନିରୋଳା ବେଳାରେ ଏକା ଏକା ମୁହିଁ  

 ଅତୀତକୁ କେତେ ଖୋଜିଅଛି 

କେତେ ସୁଖ ଦୁଃଖ ମନେ ଅବଶୋଷ

 କଥା କୁ ମୁହିଁ ଯେ ଝୁରିଅଛି । ୦। 

ସଫଳତା ପଥେ ବିଫଳତା ଢେଉ

 ଲହଡି କେତେ ଯେ ଭାଙ୍ଗି ଅଛି

 ଚଲାପଥେ କେତେ ଝଡ ଉଠି ଆସି 

 ଆଶା ର ନୀଡକୁ ଉଡେଇଛି 

ତଥାପି ନୀରବେ ଏକା ଏକା ରହି  

 ସବୁକୁ ସାମନା କରି ଅଛି । ୧ । 

କେତେଯେ ସପନ ଆସିମୋ ମନରେ 

  ମଧୁମୟ କରି ଦେଇଛନ୍ତି 

ଆତ୍ମୀୟ ସ୍ବଜନ ମିଛେ ମିଛେ ଖାଲି  

 ଖୁସି ର ଫୁଲକୁ ତୋଳିଛନ୍ତି 

ତଥାପି ଆଜି ମୁଁ ନିଜ କୁ ହଜାଇ 

 ଆପଣା ଲୋକଙ୍କୁ ଖୋଜୁଅଛି । ୨ ।   


Rate this content
Log in

Similar oriya poem from Romance